bjd

ମୈଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ

9

ବିଜେପୁର ବ୍ୟାଟଲ୍
ବିଜେଡିର ୪୦ ଷ୍ଟାର୍ କ୍ୟାମ୍ପେନର୍
ଭୁବନେଶ୍ୱର (ବୁ୍ୟରୋ): ବିଜେପୁର ଉପନିର୍ବାଚନ ପାଇଁ ୧୪ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର କାୟମ ରହିଥିବା ବେଳେ ଆସନ୍ତାକାଲି ପ୍ରର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ । ବିଜେପୁର ଉପନିର୍ବାଚନରେ ତିନି ପ୍ରମୁଖ ଦଳ ମଧ୍ୟରେ ଲଢ଼େଇ ହେବ । ଭୋଟରଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବା ଲାଗି ତିନି ପ୍ରମ୍ମୁଖ ଦଳ ବିଜେଡି, କଂଗ୍ରେସ ଓ ବିଜେପି ପକ୍ଷରୁ ପ୍ରଚାର ପ୍ରସ୍ତୁତି ଜୋରଦାର୍ ଆରମ୍ଭ ହୋଇଛି । ଏଥିପାଇଁ ଗୁରୁବାର ବିଜେଡି ତା’ର ଏକ ୪୦ ଜଣିଆ ଷ୍ଟାର କ୍ୟାମ୍ପେନ୍ର ତାଲିକା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାଖଲ କରିଛି ।ପ୍ରକାଶିତ ତାଲିକା ଅନୁସାରେ ମୁଖ୍ୟମନ୍ତ୍ରୀ ତଥା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଏକ ନମ୍ବର ଷ୍ଟାର୍ ପ୍ରଚାରକ ଭାବେ ନିର୍ବାଚନୀ ମୈଦାନକୁ ଓହ୍ଲାଇବେ । ୧୯ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗାଇସିଲେଟ୍ ବ୍ଲକ୍ ଏବଂ ୨୧ ରେ ବରପାଲ୍ଲୀ ବ୍ଲକ୍ରେ ପ୍ରଚାର କରିବେ । ଏହି ଦୁଇଟି ବ୍ଲକରେ ସାଧାରଣ ସଭାରେ ଦଳୀୟ ପ୍ରାର୍ଥୀ ରୀତା ସାହୁଙ୍କ ଲାଗି ଭୋଟ ପ୍ରଚାର କରିବେ ବୋଲି ଜଣାପଡ଼ିଛି । ଅନ୍ୟ ମାନଙ୍କ ମଧ୍ୟରେ ବିଜେଡି ଉପସଭାପତି ବେଦ୍ ପ୍ରକାଶ ଅଗ୍ରୱାଲ, ଅନଙ୍ଗଉଦୟ ସିଂଦେଓ, ସୂର୍ଯ୍ୟ ନାରାୟଣ ପାତ୍ର, ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଅଶୋକ ଚନ୍ଦ୍ର ପଣ୍ଡା, ପ୍ରତାପ ଜେନା, ରମେଶ ଚନ୍ଦ୍ର ମାଝି, ପଦ୍ମନାଭ ବେହେରା, ସାଂସଦ ତଥାଗତ ଶତପଥୀ, ପ୍ରତାପ କେଶରୀ ଦେବ, ସିଦ୍ଧାନ୍ତ ମହାପାତ୍ର, ଅନୁଭବ ମହାନ୍ତି, ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଦେବାଶିଷ ନାୟକ, ସଞ୍ଜୀବ ସାହୁ, ସମୀର ରଞ୍ଜନ ଦାସ, ପୁଷ୍ପେନ୍ଦ୍ର ସିଂଦେଓ, ରାଜେନ୍ଦ୍ର ସାହୁ, ଡଃ.ରାଶେଶ୍ୱରୀ ପାଣିଗ୍ରାହୀ, ରୋହିତ ପୂଜାରୀ, ପ୍ରୀତି ରଞ୍ଜନ ଘଡ଼ାଇ, ଉମାକାନ୍ତ ସାମନ୍ତରାୟ, ବ୍ରଜ କିଶୋର ପ୍ରଧାନ, ସୁଦାମ ମାରାଣ୍ଡି, ପ୍ରଶାନ୍ତ ଜଗଦେବ, ପ୍ରଣବ ବଳବନ୍ତରାୟ, ଅନୁଭବ ପଟ୍ଟନାୟକ, ଜ୍ୟୋତି ପ୍ରକାଶ ନାୟକ, ବ୍ୟମୋକେଶ ରାୟ, କ୍ୟାପଟେନ୍ ଦିବ୍ୟ ଶଙ୍କର ମିଶ୍ର, ଆକାଶ ଦାସ ନାୟକ, ମୁନ୍ନା ଖାଁ, ଡଃ.ସସ୍ମିତ ପାତ୍ର, ଶ୍ରୀମୟୀ ମିଶ୍ର, ସୁଲୋଚନା ଦାସ, ଅରିନ୍ଦମ ରାୟ ଏବଂ କୁନା ତ୍ରୀପାଠି ପ୍ରମ୍ମୁଖ ଷ୍ଟାର୍ ପ୍ରଚାରକଙ୍କ ନାମ ଦଳ ପକ୍ଷରୁ ଘୋଷଣା ହୋଇଛି ।




Powered by odothemes.com