cm

ଏସ୍ଆଇଟି ତଦନ୍ତ ନିଦେ୍ର୍ଦଶ ଦେଲେ ମୁଖ୍ୟମନ୍ତ୍ରୀ

71

କୁନ୍ଦୁଲି ଗଣଦୁଷ୍କର୍ମ ମାମଲା
ଭୁବନେଶ୍ୱର, ୭ା୨ (ବୁ୍ୟରୋ): କୁନ୍ଦୁଲି ଗଣବଳାକ୍ରାର ଓ ଏହାର ପରବର୍ତ୍ତି ସମୟରେ ପୀଡିତାର ଆତ୍ମହତ୍ୟା ଘଟଣାରେ ବିରୋଧୀ କଂଗ୍ରେସ ଓ ବିଜେପି ପକ୍ଷରୁ ରାଜ୍ୟ ସରକାରଙ୍କୁ ଆକ୍ଷେପ କରାଯାଉଛି । ରାଜ୍ୟ ସରକାରଙ୍କ ତଦନ୍ତ ନିରପେକ୍ଷ ହେଉନଥିବା ନେଇ ଅଭିଯୋଗ କରାଯାଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘଟଣାର ସ୍ୱତନ୍ତ୍ର ଅନୁଧ୍ୟାନକାରୀ ଟିମ୍ (ଏସ୍ଆଇଟି) ଦ୍ୱାରା କରିବା ପାଇଁ ନିଦେ୍ର୍ଦଶ ଦେଇଛନ୍ତି । ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କୁନ୍ଦୁଲି ଗଣବଳାକ୍ରାର ଘଟଣା ହେଉଛି ଏକ ଦୁଃଖଦାୟକ ଘଟଣା । ଆଇନ ତା ବାଟରେ ଯିବ ବୋଲି ମୋର ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି । କୌଣସି ଭୟ ଓ ପକ୍ଷପାତିତା କରାନଯାଇ ପୀଡିତାଙ୍କୁ ନ୍ୟାୟ ପ୍ରଦାନ କରାଯିବ । ଏହି ଘଟଣାର କ୍ରାଇମ୍ବ୍ରାଞ୍ଚ ତଦନ୍ତ ଘୋଷଣା କରାଯାଇଥିଲା । ଏହାଛଡା ରାଜ୍ୟ ସରକାର ମଧ୍ୟ ବିଚାର ବିଭାଗୀୟ ତଦନ୍ତ ଘୋଷଣା କରିଥିଲେ । ତେବେ ପରବର୍ତ୍ତୀ ପରିସ୍ଥିତିରେ ପୀଡିତାର ମୃତୁ୍ୟ ପରେ ଅନେକ ପ୍ରଶ୍ନ ଉଠିଛି । ଉଚିତ୍ ନ୍ୟାୟ ପ୍ରଦାନ ଓ ଦୋଷୀକୁ ଦଣ୍ଡଦେବା ନୀତିରେ ମୋର ଗଭୀର ବିଶ୍ୱାସ ରହିଛି । ମହିଳାଙ୍କ ସୁରକ୍ଷା ଓ ସ୍ୱାଭିମାନ ବଞ୍ଚାଇ ରଖିବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ । କୁନ୍ଦୁଲି ଘଟଣାର ତଦନ୍ତ ଏସ୍ଆଇଟି ଦ୍ୱାରା କରାଯିବ । ହାଇକୋର୍ଟର ଜଣେ ଜଜ୍ଙ୍କ ତତ୍ତ୍ୱାବଧାନରେ ଏହାର ଅନୁସନ୍ଧାନ ଚାଲିବ । ଏଥିପାଇଁ ହାଇକୋର୍ଟକୁ ଅନୁରୋଧ କରାଯିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ରାଜ୍ୟ ସରକାର ସ୍ୱଚ୍ଛ ପ୍ରକ୍ରିୟାରେ ତୁରନ୍ତ ନ୍ୟାୟ ପ୍ରଦାନ ଲାଗି ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । କୁନ୍ଦୁଲିର ନାବାଳିକା ଗଣବଳାକ୍ରାର ଘଟଣାକୁ ରାଜ୍ୟ ବ୍ୟାପୀ ରାଜନୀତି ସରଗରମ ହୋଇଛି । ପୀଡିତାଙ୍କ ପକ୍ଷରୁ ପ୍ରଥମେ ତାଙ୍କୁ ୪ ଜଣ ଯବାନ ଗଣବଳାକ୍ରାର କରିଥିବା ନେଇ ଅଭିଯୋଗ ହୋଇଥିଲା । ରାଜ୍ୟ ସରକାର ତୁରନ୍ତ କ୍ରାଇମ୍ ବ୍ରାଞ୍ଚ ତଦନ୍ତ ନିଦେ୍ର୍ଦଶ ଦେଇଥିଲେ । ଏହାପରେ କୋରାପୁଟ ଜିଲ୍ଲା ଜଜ୍ଙ୍କ ଅଧ୍ୟକ୍ଷତାରେ ବିଚାରବିଭାଗୀୟ କମିଶନ ଗଠନ କରିଥିଲେ । ପରବର୍ତ୍ତୀ ସମୟରେ ପୀଡିତା ଆତ୍ମହତ୍ୟା କଲାପରେ ରାଜନୀତି ଜୋର ଧରିଥିଲା । ବିରୋଧୀ ଦଳ ପକ୍ଷରୁ ଘଟଣାର ସିବିଆଇ ତଦନ୍ତ ପାଇଁ ଦାବି କରାଯାଉଛି । ଆଜି ରାଜ୍ୟ ସରକାରଙ୍କର ଏସ୍ଆଇଟି ଘୋଷଣା ବିରୋଧୀ ଦଳ ମଧ୍ୟ ଗ୍ରହଣ କରୁନାହାନ୍ତି । ତେବେ ଏସ୍ଆଇଟି ଦ୍ୱାରା ନିରପେକ୍ଷ ତଦନ୍ତ ହୋଇପାରିବ ବୋଲି ମତ ପ୍ରକାଶ ପାଉଛି ।

ସେଆର କରନ୍ତୁ:



Powered by odothemes.com