agni-i

ଅଗ୍ନି-୧ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

79

ବାଲେଶ୍ୱର,୬ା୨(ଆପ୍ର) : ସ୍ୱଳ୍ପ ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଅଗ୍ନି-୧ର ସଫଳ ପରୀକ୍ଷା ଆଜି ପରୀକ୍ଷା କରାଯାଇଛି । ସକାଳ ୮.୩୦ମିନିଟ୍ରେ ବାଲେଶ୍ୱରର ଧାମରା ନିକଟସ୍ଥ ଅବଦୁଲ କଲାମ ଦ୍ୱୀପର ୪ନମ୍ବର ଲଞ୍ଚପ୍ୟାଡ୍ରୁ ଉକ୍ତ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯାଇଥିଲା । ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଉକ୍ତ ମିସାଇଲ୍ ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ ହୋଇପାରୁଥିବା ପରମାଣୁ କ୍ଷମତା ସମ୍ପନ୍ନ ବାଲଷ୍ଟିକ୍ । ଅଗ୍ନି-୧ ଦୁଇ ଟନ୍ ଓଜନର ଅସ୍ତ୍ର ତଥା ପରମାଣୁ ବହନ କରିବାର କ୍ଷମତା ରଖେ । ସେକେଣ୍ଡ ପିଛା ଅଢ଼େଇ କିଲୋମିଟର ପର୍ଯ୍ୟନ୍ତ ଏହାର ବେଗ । ଏହାର ଲମ୍ବ ୪.୮ମିଟର, ଗୋଲେଇ ୧.୩ମିଟର ଓ ଓଜନ ୧୨ଟନ୍ । ଏହାର ମାରକ କ୍ଷମତା ୭୦୦ରୁ ୧୨୦୦କିଲୋମିଟର । ତେବେ ସେନାରେ ସାମିଲ କରାଯାଇଥିବା ଅଗ୍ନି-୧ରେ ବୈଷୟିକ ପାରାମିଟର ଠିକ୍ ଅଛି କି ନାହିଁ ଏହି ପରୀକ୍ଷଣରୁ ସ୍ପଷ୍ଟ ଜଣାପଡିବ । ଏହା ଏକ ନାଭିଗେସନ୍ ସିଷ୍ଟମ । ୧୦୦୦ହଜାର କିଲୋଗ୍ରାମ ପର୍ଯ୍ୟନ୍ତ ପରମାଣୁ ବୋହିନେବାର କ୍ଷମତା ରଖେ । ସୂଚନାଯୋଗ୍ୟ ଅଗ୍ନି-୧ର ପ୍ରଥମ ପରୀକ୍ଷଣ ୨୦୦୨ ମସିହା ଜାନୁଆରୀ ୨୫ତାରିଖରେ କରାଯାଇଥିଲା । ସେହିଭଳି ୨୦୧୨ ଜୁଲାଇ ୧୩ତାରିଖରେ ମଧ୍ୟ ଏହାର ସଫଳ ପରୀକ୍ଷଣ କରାଯାଇଥିଲା । ଏହା ପରେ ୨୦୧୪ ଏପ୍ରିଲ ୧୧ତାରିଖରେ ଅଗ୍ନି-୧ର ସଫଳ ପରୀକ୍ଷଣ କରାଯାଇଥିଲା । ତେବେ ୨୦୧୬ ନଭେମ୍ବର ୨୨ରେ ଅଗ୍ନି-ଆଇର ସଫଳ ପରୀକ୍ଷଣ ଏଠାରୁ ହିଁ କରାଯାଇଥିଲା । ୨୦୦୪ରେ ପ୍ରଥମ ଥର ପାଇଁ ଏହାକୁ ସେବା କାର୍ଯ୍ୟରେ ନିୟୋଜିତ କରାଯାଇଥିଲା ।

ସେଆର କରନ୍ତୁ:



Powered by odothemes.com