IMG-20180206-WA0104-copy

ଦୁଇ ଦିନ ଧାରଣା ପରେ ବି କେହି ଶୁଣୁନାହାନ୍ତି

87

ଆଦିବାସୀ ମହିଳାଙ୍କୁ ଟାଟା କମ୍ପାନୀ କର୍ମଚାରୀଙ୍କ ଦୁର୍ବ୍ୟବହାର ଘଟଣା
ଯାଜପୁର/କଳିଙ୍ଗନଗର(ଆପ୍ର): କଳିଙ୍ଗନଗର ଟାଟାକମ୍ପାନୀରେ କାର୍ଯ୍ୟରତ ଜଣେ ଆଦିବାସୀ ମହିଳାଙ୍କୁ ଟଣାଓଟରା ଓ ଦୁର୍ବ୍ୟବହାର ଘଟଣା ବିରୁଦ୍ଧରେ ସମ୍ପୃକ୍ତ ମହିଳା ଜଣକ ଜିଲ୍ଲା ପୁଲିସ୍ ପ୍ରଶାସନ ଠାରୁ ଆରମ୍ଭ କରି ରାଜ୍ୟ ମହିଳା କମିଶନଙ୍କ ନିକଟରେ ଅଭିଯୋଗ କରି ନିରାଶ ହେବା ପରେ ଶେଷରେ ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଧାରଣାରେ ବସିଲେ । ଗତ ୨ମାସ ତଳେ ଦାନଗଦି ଅଞ୍ଚଳର ମମତା କାଲୁଣ୍ଡିଆ ଟାଟାକମ୍ପାନୀରେ ଶ୍ରମିକ ଭାବେ କାମ କରନ୍ତି । କମ୍ପାନୀର କର୍ମଚାରୀମାନେ ତାଙ୍କୁ ଟଣାଓଟରା କରିଥିଲେ ବୋଲି ସମ୍ପୃକ୍ତ ମହିଳା ଜଣକ କଳିଙ୍ଗନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ କିଛି ପଦକ୍ଷେପ ନନେବାରୁ ସମ୍ପୃକ୍ତ ମହିଳା ଜଣକ ଏସ୍ପିଙ୍କ ନିକଟରେ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ । ଏଠାରୁ କିଛି ନ୍ୟାୟ ନପାଇବାରୁ ରାଜ୍ୟ ମହିଳା କମିଶନଙ୍କ ନିକଟରେ ଅଭିଯୋଗ କରିଥିଲେ । ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନଥିବାରୁ ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ବାଧ୍ୟ ହୋଇ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣା ଦେଇଛନ୍ତି । ଘଟଣାରେ ବାଧ୍ୟ ହୋଇ ଆଦିବାସୀ ଦଳିତ ମହିଳା ସଂଘ ପକ୍ଷରୁ ନ୍ୟାୟ ପାଇଁ ସମୁହ ଧାରଣା ୨ୟ ଦିନରେ ଚାଲୁରହିଛି । ଧାରଣା ସମୟରେ ଜଣେ ଆଦିବାସୀ ମହିଳା ଲାମାଇ କାଣ୍ଡ୍ରା(୬୨) ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ନିମନ୍ତେ ଭର୍ତି କରାଯାଇଥିବା ଜଣାପଡ଼ିଛି ।

ସେଆର କରନ୍ତୁ:



Powered by odothemes.com