rita-sahoo

ରୀତାଙ୍କ ପ୍ରାର୍ଥôତ୍ୱକୁ ବିପୁଳ ସମର୍ଥନ

70

ବିଜେପୁର ଉପନିର୍ବାଚନ ନାମାଙ୍କନ ଦାଖଲ
ସମ୍ବଲପୁର/ପଦ୍ମପୁର, ୫ା୨(ବୁ୍ୟରୋ): ବିଜେପୁର ଉପନିର୍ବାଚନ ଲାଗି ଆଜି ବିଜେଡି ପ୍ରାର୍ଥୀ ତଥା ସ୍ୱର୍ଗତ୍ ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁ ହଜାର ହଜାର କର୍ମୀଙ୍କ ଗହଣରେ ଏକ ବିରାଟ ଶୋଭାଯାତ୍ରାରେ ଆସି ପଦ୍ମପୁର ଉପଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଫିସର ତପିରାମ ମାଝୀଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । କଂଗ୍ରେସ ପ୍ରତ୍ୟାଶୀ ପ୍ରଣବ ସାହୁ ଆସନ୍ତାକାଲି ପ୍ରାର୍ଥôପତ୍ର ଦାଖଲ କରିବେ ବୋଲି ଜଣାପଡିଛି । ପୂର୍ବାହ୍ନ ୧୦ଟାରେ ସମର୍ଥକଙ୍କ ସହିତ ଶ୍ରୀ ସାହୁ ପଦ୍ମପୁର ବସ୍ ଷ୍ଟାଣ୍ଡରୁ ଶୋଭାଯାତ୍ରାରେ ବାହାରି ଉପଜିଲ୍ଲାପାଳଙ୍କ ଅଫିସ୍ରେ ପହଞ୍ଚôବେ । ସେହିପରି ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ ଆଜି ପ୍ରଚାର ଆରମ୍ଭ କରିଛନ୍ତି । ରୀତା ସାହୁଙ୍କ ସମର୍ଥନରେ ଅଶୋକ ପଡିଆରେ ଆୟୋଜିତ ସଭାରେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସଂଯୋଜନା କରିଥିଲେ ଓ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଅଧ୍ୟକ୍ଷତା କରିଥିଲେ । ଏଥିରେ ସାଂସଦ ପ୍ରଭାସ ସିଂ, ପଦ୍ମନାଭ ବେହେରା, ସଞ୍ଜୀବ ସାହୁ, ବଳଭଦ୍ର ମାଝୀ, ବାମଦେବ ଷଡଙ୍ଗୀ ପ୍ରମୁଖ ଉଦ୍ବୋଧନ ଦେଇଥିଲେ । ନବୀନ ପଟ୍ଟନାୟକ ସରକାରଙ୍କ ଜନହିତକର କାର୍ଯ୍ୟପ୍ରଣାଳୀ ସହ ମହିଳା ସଶକ୍ତିକରଣ କ୍ଷେତ୍ରରେ ସରକାରଙ୍କ ଭୂମିକା ଉପରେ ଆଲୋକପାତ କରିବାସହ ବିଜେପି ଓ କଂଗ୍ରେସ ରାଜ୍ୟବାସୀଙ୍କ ସହ ପ୍ରତାରଣା କରି ଆସିଛନ୍ତି ବୋଲି ପ୍ରକାଶ କରିଥିଲେ । ରୀତା ସାହୁ ତାଙ୍କୁ ଭୋଟ ଦେଇ ଜୟଯୁକ୍ତ କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ । ବିଜେପି ଏକ ବ୍ୟବସାୟୀ ଦଳ ବୋଲି ମଧ୍ୟ ବକ୍ତାମାନେ ଆକ୍ଷେପ କରିଥିଲେ । ଏହି ସଭାରେ ସଞ୍ଜୟ ଦାସବର୍ମା, ସୁଶାନ୍ତ ସିଂ, ନିରଞ୍ଜନ ପୂଜାରୀ, ଦେବୀ ମିଶ୍ର, ଏୟୁ ସିଂ ଦେଓ, ସ୍ନେହାଙ୍ଗିନୀ ଛୁରିଆ, ପ୍ରଫୁଲ୍ଲ ମଲ୍ଲିକ, ପ୍ରଶାନ୍ତ ନନ୍ଦ, ଭୁପିନ୍ଦର ସିଂ, ପ୍ରଣବ ପ୍ରକାଶ ଦାସ, ଅରୁଣ ସାହୁ, ରାଶେଶ୍ୱରୀ ପାଣିଗ୍ରାହୀ, ଅନୁଭବ ମହାନ୍ତି, ଅତନୁ ସବ୍ୟସାଚୀ ନାୟକ, କିଶୋର ମହାନ୍ତି, ଅନୁପ ସାଏ, ପୁଷ୍ପେନ୍ଦ୍ର ସିଂ ଦେଓ, ଯୋଗେନ୍ଦ୍ର ବେହେରା, ନାରାୟଣ ସାହୁ, ଗଣେଶ ଜଗଦେବ, ବ୍ୟୋମକେଶ ରାୟ, କଳିକେଶ ସିଂ ଦେଓ, ଅର୍କେଶ ସିଂ ଦେଓ, ସମୀର ଦାସ, ପ୍ରୀତିରଞ୍ଜନ ଘଡାଇ, ବବି ଦାସ, ଟୁକୁନି ସାହୁ, ଦେବେଶ ଆଚାର୍ଯ୍ୟ, ନଗେନ୍ଦ୍ର ପ୍ରଧାନ, ଉମା ସାମନ୍ତରାୟ, ଧ୍ରୁବ ସାହୁ, ପୁଷ୍ପାଞ୍ଜଳୀ ପାଣ୍ଡେ ପ୍ରମୁଖ ମଞ୍ଚାସୀନ ଥିଲେ । ବରଗଡ ଜିଲ୍ଲା ବିଜେଡି ସଭାପତି ପୂର୍ବତନ ମନ୍ତ୍ରୀ ବିଜୟ ରଞ୍ଜନ ସିଂ ବରିହାଙ୍କ ନେତୃତ୍ୱରେ ହୋଇଥିବା ଏହି ବିଶାଳ ଶୋଭାଯାତ୍ରାରେ ପ୍ରାୟ ହଜାର ହଜାର କର୍ମୀ ବିଜେପୁର, ଗାଇସିଲଟ, ବରପାଲି ତଥା ଜିଲ୍ଲା ବାହାରୁ ଆସି ଯୋଗ ଦେଇଥିଲେ । ଶୋଭାଯାତ୍ରାଟି ଏକ ଜନ ସମୁଦ୍ର ପରି ପରିଲକ୍ଷିତ ହୋଇଥିଲା । ପଦ୍ମପୁର ସହର ଟ୍ରାଫିକ କାମ ଯୋଗୁଁ ଅନେକ ରାସ୍ତା କିଛି ସମୟ ପାଇଁ ବନ୍ଦ ହୋଇଯାଇଥିଲା । ଏହି ଶୋଭାଯାତ୍ରା ପରିଚାଳନାରେ ପ୍ରଭାଦିତ୍ୟ ମିଶ୍ର, ସୌଭାଗ୍ୟ ରଞ୍ଜନ ନାୟକ, ନାରଦ ବରିହା, ପ୍ରୀତମ ମେହେର, ନବକିଶୋର ସାହୁ, ପ୍ରଶାନ୍ତ ମହାନ୍ତି, ମନୋଜ ପଣ୍ଡା, ସିଦ୍ଧାର୍ଥ ସିଂ ବରିହା ପ୍ରମୁଖ ସହଯୋଗ କରିଥିଲେ ।

ସେଆର କରନ୍ତୁ:



Powered by odothemes.com