sp-office-gherau

ପ୍ରସ୍ତାବିତ ମଦ ଦୋକାନ ଲାଇସେନ୍ସ ବାତିଲ ଦାବି

41

କୋରାଇ(ଆପ୍ର): ଜେନାପୁର ଥାନା ଚକ୍ରଧରପୁର ପଞ୍ଚାୟତର ୫୩ ନମ୍ବର ଜାତୀୟ ରାଜପଥ ନିକଟସ୍ଥ ଦଳଗାଁ ଠାରେ ପ୍ରସ୍ତାବିତ ଲାଇସେନ୍ସ ପ୍ରାପ୍ତ ମଦ ଦୋକାନକୁ ବିରୋଧ କରିଛନ୍ତି ଗାଁଲୋକେ । ଲାଇସେନ୍ସ ବାତିଲ ଦାବି କରି ସୋମବାର ୯ଟି ପଞ୍ଚାୟତର ପଚାଶରୁ ଊଦ୍ଧ୍ୱର୍ ମହିଳା ଓ ପୁରୁଷ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କୁ ଭେଟିଛନ୍ତି । ଚକ୍ରଧରପପୁର ମୌଜାର ଖାତା ନଂ ୩୬୯ ପ୍ଲଟ ନଂ-୯୨ ଉପରେ ଜିଲ୍ଲା ଅବକାରୀ ବିଭାଗ ବ୍ରାହ୍ମଣୀ ବ୍ରିଜ୍ ଠିପି ବନ୍ଦ ବିଦେଶୀ ମଦ ଦୋକାନକୁ ଲାଇସେନ୍ସ ପ୍ରଦାନ କରିବା ଲାଗି ଜିଲ୍ଲା ପ୍ରଶାସନକୁ ସୁପାରିଶ କରିଥିଲା । ଖବର ପାଇ ନିଜଅଞ୍ଚଳର ସୁରକ୍ଷା ଓଭବିଷ୍ୟତକୁ ଆଖି ଆଗରେ ରଖି ଚକ୍ରଧରପୁର ସମେତ କବାଟବନ୍ଧ, ମର୍ଜିତାପୁର, ରାଇଛନ୍ଦା, ତାଳଜଙ୍ଗ, ରେଖାଦେଇପୁର,ଏ ଣ୍ଡଳବା, ଅଂଜିରା ଓ ମଧୁସୂଦନପୁର ଗ୍ରାମପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ, ୧୧ ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟା,ଓ ଉକ୍ତ ୯ଟି ପଞ୍ଚାୟତର ସମସ୍ତ ୱାର୍ଡ ମେମ୍ବରମାନଙ୍କୁ ନେଇ ଗତ ୩୧-୦୧ରେ ଏକ ଗ୍ରାମସଭା ଆୟୋଜିତ ହୋଇଥିଲା । ସଭାରେ ଜିଲ୍ଲା ପ୍ରଶାସନର ଏପରି ଚଞ୍ଚକତାକୁ ତିବ୍ର ବିରୋଧ କରାଯାଇଥିଲା । ପ୍ରସ୍ତାବିତ ମଦ ଦୋକାନଟି ରାଜପଥର ବାୟୁ ମଣ୍ଡଳର ଦୂରତା ୯୦ ମିଟର ଥିବା ବେଳେ ତଞ୍ଚକତା କରି ରାସ୍ତା ଅଙ୍କା ବଙ୍କା କରି ୧୮୦ ମିଟର କରାଯାଇଛି । ଉକ୍ତ ବନ୍ଦ ଦୋକାନର ୩୦୦ ମିଟର ପରିଧି ଭିତରେ ମୁକୁନ୍ଦପାତ୍ର ମହାବିଦ୍ୟାଳୟ, ଅନତୀ ଦୂରରେ ଯାତ୍ରୀ ନିବାସ, କବାଟବନ୍ଧ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଭାରତୀୟ ଷ୍ଟେଟ୍ବ୍ୟାଙ୍କ,ବିଦ୍ୟାଳୟ ଆଦି ଅଛି । ତେଣୁ ଉକ୍ତ ସ୍ଥାନରେ ମଦ ଦୋକାନ ଖୋଲିଲେ ମଦୁଆଙ୍କ ଦୈାରାତ୍ମ୍ୟ ବଢ଼ିବା ସହିତ ପ୍ରତିଦିନ ଚୋରି ରାହାଜାନୀ ଅସାଦାଚାରଣ ଓ ଦୁର୍ଘଟଣା ବଢ଼ିଚାଲିବ ବୋଲି ସେମାନେ ଦାବି କରିଛନ୍ତି । ଆସନ୍ତା ୧୨ ତାରିଖ ସୁଦ୍ଧା ଜିଲ୍ଲା ପ୍ରଶାସନ କୌଣସି ସକାରାତ୍ମକ ନିଷ୍ପତ୍ତି ଗ୍ରହଣ ନକଲେ ୫୩ ନମ୍ବର ଜାତୀୟ ରାଜପଥ ଅବରୋଧ କରାଯିବ ବୋଲି ସ୍ଥାନୀୟଲୋକେ ଓ ଜନ ପ୍ରତିନିଧି ଚେତାବନୀ ଦେଇଛନ୍ତି ।




Powered by odothemes.com