ctc

ଭୟାବହ ଅଗ୍ନିକାଣ୍ଡ

264

କଟକ, ୪ା୨ (ବୁ୍ୟରୋ) : ରାଜ୍ୟର ବ୍ୟସ୍ତବହୁଳ ଅଂଚଳ କଟକର ବାଦାମବାଡିସ୍ଥିତ ଏକ ସପିଂ ମଲ୍ରେ ଆଜି ପୂର୍ବାହ୍ଣରେ ଭୟାବହ ଅଗ୍ନିକାଣ୍ଡ ଘଟିବା ଯୋଗୁଁ ପ୍ରାୟ କୋଟିଏ ଟଙ୍କାର ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି । ଏଠାରେ ଥିବା ଦୁଇଟି ପୋଷାକ ମଲ୍, ଗୋଟିଏ ହୋଟେଲ ଓ ଦୁଇଟି ଦୋକାନ ଗୃହ ଜଳିଯାଇଛି । ଏହି ଅଗ୍ନିକାଣ୍ଡ ଏତେ ଭୟାନକ ଥିଲା ଯେ କଟକ ସହର, ଭୁବନେଶ୍ୱର, ଆଠଗଡ, ଚୌଦ୍ୱାର, ନିଆଳି, ଦମକଳ ବାହିନୀ ପହଞ୍ଚି ଦୀର୍ଘ ୪ଘଣ୍ଟା କାଳ ପରିଶ୍ରମ କରି ନିଆଁକୁ ଆୟତ୍ତ କରିଛନ୍ତି । ତେବେ ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇଥିବା ଖବର ମିଳିନାହିଁ । ଘଟଣାସ୍ଥଳରେ କଟକର ଜିଲ୍ଲାପାଳ ସୁଶାନ୍ତ ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ରଘୁରାମ ଆର୍. ଆୟାର, ଡିସିପି ଅଖିଳେଶ୍ୱର ସିଂ, କଟକ ସଦର ତହସିଲଦାର ସଞ୍ଜିବିତା ରାୟ,ଫାୟାର ଅଫିସର ପ୍ରଦୀପ ରାଉତ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟକୁ ତଦାରଖ କରିଥିଲେ । ଅଗ୍ନିକାଣ୍ଡ ଘଟଣାର ତଦନ୍ତ କରାଯିବ । ଅଗ୍ନିଶମ ଓ ଗୃହରକ୍ଷୀ ନିଦେ୍ର୍ଦଶକ ବିଜୟ ଶର୍ମା କହିଛନ୍ତି ଯେ ରାଜ୍ୟ ଅଗ୍ନିଶମ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ କମିଟି ଏହାର ତଦନ୍ତ କରିବେ । ଖବର ନେବାରୁ ଜଣାପଡିଛି ରବିବାର ପୂର୍ବାହ୍ନ ପ୍ରାୟ ୧୧.୩୦ ସମୟରେ ବାଦାମବାଡି ପାଲାମଣ୍ଡପ ନିକଟବର୍ତ୍ତୀ ସିଟି ଷ୍ଟାଇଲ(ମଲ) ପୋଷାକ ଦୋକାନର ସୁଇଚ ବୋର୍ଡ ନିକଟରେ ସଟ ସର୍କିଟ ଯୋଗୁ ପ୍ରଥମେ ନିଅାଁ ଧରିଥିଲା । ଏହି ନିଅାଁ ସିଟି ଷ୍ଟାଇଲ ପୋଷାକ ଦେକାନ ଭିତରକୁ ମାଡି ଯାଇଥିଲା । ଫଳରେ ଏହି ନିଅାଁ ହୁତୁହୁତୁ ହୋଇ ଜଳି ଉଠିଥିଲା । ଏ ସମ୍ପର୍କରେ ଦମକଳ ବାହିନୀକୁ ଖବର ଦିଆଯାଇଥିଲେ ସହର ଟ୍ରାଫିକ ଜାମ ଯୋଗୁ ବକ୍ସିିବଜାରରୁ ଦମକଳ ଗାଡି ବାଦାମବାଡିରେ ପହଞ୍ଚôବା ବିଳମ୍ବ ହୋଇଥିଲା । ସେତେବେଳକୁ ନିଅାଁର ପ୍ରକୋପ ବଢିଯାଇଥିଲା । ଏହାପରେ ଗୋଟିଏ ପରେ ଗୋଟିଏ ଦମକଳ ଗାଡି କଟକ, ଚୌଦ୍ୱାର ଓ ଭୁବନେଶ୍ୱରରୁ ଆସି ବାଦାମବାଡିରେ ପହଞ୍ଚôଥିଲା । ମୋଟ ୧୭ ଟି ଗାଡି ପହଞ୍ଚô ଥିଲେ ମଧ୍ୟ ଅତ୍ୟାଧୁନିକ ବ୍ରୋଂଟୋ ସ୍କାଇ ଲିଫ୍ଟ କାମ କରିନଥିଲା । ଅବଶିଷ୍ଟ ୧୬ଟି ଗାଡି ନିଅାଁ ଲିଭା କାର୍ଯ୍ୟରେ ଲାଗିପଡିଥିଲା । ପ୍ରାୟ ୪ ଘଣ୍ଟାର ଉଦ୍ୟମ ପରେ ଦମକଳ ବାହିନୀ ନିଅାଁକୁ ଆୟତ୍ତ କରିଥିଲେ । ପ୍ରଥମେ ନିଅାଁ ସିଟି ଷ୍ଟାଇଲରେ ଲାଗିଥିବା ବେଳେ ପରେ ପରେ ଏହା ପାଖରେ ଥିବା ହୋଟେଲ ନାରାୟଣୀ, ଏହା ଉପରେ ଥିବା ଲାଇଟ ହାଉସ ଇଲେକ୍ଟି୍ରକାଲ ଓ ଇଲେକ୍ଟ୍ରୋନିକ୍ସ ଦୋକାନ, ଚୁଡି ଦୋକାନ ଏବ ଗୀତା ଫେସନ ପୋଷାକ ଓ ଶାଢି ମଲକୁ ଏହି ନିଅାଁ ବ୍ୟାପୀ ଥିଲା । ତେବେ ସିଟି ଷ୍ଟାଇଲ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଅବଶିଷ୍ଟ ଗୋଟିଏ ମଲ ଓ ତିନୋଟି ଦୋକାନ ଆଂଶିକ କ୍ଷତିଗ୍ରସ୍ତ ହୋଇଛି । ତେବେ ଏହି ଅଗ୍ନିକାଣ୍ଡ ସମୟରେ ବ୍ୟସ୍ତବହୁଳ ବାଦାମବାଡିରେ ଟ୍ରାଫିକ୍ ଜାମ ହୋଇଯାଇଥିଲା । ବାଦାମବାଡି କଟକର ପ୍ରବେଶ ପଥ ହୋଇଥିବାରୁ ସମଗ୍ର କଟକ ସହରରେ ଟ୍ରାଫିକ୍ ଜାମ୍ର ପ୍ରଭାବ ଅନୁଭୂତ ହୋଇଥିଲା । କେଉଁ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଲା ସେ ସମ୍ପର୍କରେ ତଦନ୍ତ ହେବ ବୋଲି ଜିଲ୍ଲାପାଳ କହିଛନ୍ତି । ଏହି ଅଗ୍ନିକାଣ୍ଡ ପାଇଁ ସେସୁର ମେଣ୍ଟେନାନ୍ସ ବିଭାଗକୁ ପ୍ରାରମ୍ଭିକ ଭାବେ ଦାୟୀ କରାଯାଉଛି । କଟକର ଅଧିକାଂଶ ଅଂଚଳରେ ଖୋଲା ମେଲାରେ ଟ୍ରାନ୍ସଫରମର ଗୁଡିକ ରହିଛି । ରବିବାର ଅଗ୍ନିକାଣ୍ଡ ସ୍ଥଳରେ ମଧ୍ୟ ଏପରି ଏକ ଖୋଲା ମେଲା ସ୍ଥାନରେ ଏକ ଟ୍ରାନ୍ସଫରମର ରହିଛି । ଏହି ଟା୍ରନ୍ସଫରମର ଯୋଗୁ ଅଗ୍ନିକାଣ୍ଡ ଅତ୍ୟନ୍ତଭୟାବହ ହୋଇପଡିଥିବା ଜଣାପଡିଛି । ଏହାଛଡା ଅଗ୍ନିକାଣ୍ଡ ପରେ ସମ୍ପୂର୍ଣ୍ଣ ବାଦାମବାଡି ଅଂଚଳରୁ ବିଦୁ୍ୟତ ସରବରାହକୁ ବିଛିନ୍ନ କରାଯିବାରୁ ଅଂଚଳବାସୀ କ୍ଷୁବ୍ଧ ହୋଇଛ”ି । ନିକଟରେ ବରିଷ୍ଠ ଆଇପିଏସ ବିଜୟ ଶର୍ମା ହୋମଗାର୍ଡ ଓ ଫାୟାର ସର୍ଭିସର ନିଦେ୍ର୍ଦଶକ ଭାବେ ଦାୟିତ୍ୱ ନେବା ପରେ ରାଜ୍ୟର ସମସ୍ତ ବଡ ବଡ ମଲ, ହୋଟେଲ ଓ ହସ୍ପିଟାଲରେ ଆବଶ୍ୟକୀୟ ଅଗ୍ନି ପ୍ରତିଶେଧକ ବ୍ୟବସ୍ଥା ଅଛି କି ନାହିଁ ସେ ନେଇଁ ଯାଂଚ କରିବାକୁ ନିଦେ୍ର୍ଦଶ ଦେଇଥିଲେ । ତେବେ ଏ ଭଳି ଏକ ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନାହା”ି । ଫଳରେ ସାଧାରଣଙ୍କୁ ଏହା ଆଶ୍ୱସ୍ତ କରିିଛି । ସୂଚନାଯୋଗ୍ୟ, ନିକଟରେ ଅଗ୍ନିଶମ ସେବା ବିଭାଗ ପକ୍ଷରୁ କଟକ ସହରରେ ଥିବା ୧୦ଟି ମଲ ଉପରେ ଚଢ଼ଉ କରାଯାଇ ସେଥିରେ ଅଗ୍ନି ସୁରକ୍ଷା ବ୍ୟବସ୍ଥା ରହିଛି କି ନାହିଁ ଯାଞ୍ଚ କରାଯାଇଥିଲା । ଏହି ଯାଞ୍ଚରେ ସଂପୃକ୍ତ ୧୦ଟି ମଲରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ଠିକ୍ ନଥିଲା ବୋଲି ଏମାନଙ୍କୁ ଅଗ୍ନଶମ ବିଭାଗ ନୋଟିସ୍ ଜାରି କରାଯାଇଥିଲା । ତେବେ ଅଗ୍ନିକାଣ୍ଡ ଘଟିଥିବା ଏହି ସିଟି ଷ୍ଟାଇଲ ସପିଂ ମଲରେ ଅଗ୍ନିନିର୍ବାପକ ବ୍ୟବସ୍ଥା ଆଦୌ ନଥିଲା ବୋଲି ଅଗ୍ନିଶମ ବିଭାଗର ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।

ସେଆର କରନ୍ତୁ:



Powered by odothemes.com