khandapada

ଶିଶୁ ଖାଦ୍ୟ ନାଁରେ ଲକ୍ଷ ଲକ୍ଷ ଟଙ୍କା ହରିଲୁଟ୍ ଅଭିଯୋଗ

72

କାଗଜ କଲମରେ ଚାଲିଛି ପୁଷ୍ଟି ସାଧନ କେନ୍ଦ୍ର
ଖଣ୍ଡପଡା: (ଆପ୍ର): ଶିଶୁମାନଙ୍କୁ ପୁଷ୍ଟିକର ଖାଦ୍ୟ ଦେବା ପାଇଁ ଜିଲ୍ଲାରେ ଦୁଇଟି ପୁଷ୍ଟି ସାଧନ କେନ୍ଦ୍ର ଖୋଲାଯାଇଛି । ନୟାଗଡ଼ ଡିଭିଜନ ଅଧିନରେ ୫ ବ୍ଲକ୍ ପରିଚାଳିତ ହେଉଥିବାବେଳେ ଖଣ୍ଡପଡ଼ା ଡିଭିଜନ ଅଧିନରେ ୩ବ୍ଲକ୍ ପରିଚାଳିତ ହେଉଛି । କିନ୍ତୁ ଖଣ୍ଡପଡ଼ା ଅଧିନରେ ଥିବା ଖଣ୍ଡପଡ଼ା,ଭାପୁର ଓ ଗଣିଆ ଆଦି ବ୍ଲକ୍ର ଶିଶୁମାନେ ପୁଷ୍ଟି ସାଧନ କେନ୍ଦ୍ରକୁ ଆସୁନଥିବା ଦେଖିବାକୁ ମିଳିଛି । କେବଳ କାଗଜ କଲମରେ ପିଲା ଥିବା ଦର୍ଶାଇ ଲକ୍ଷ ଲକ୍ଷ ଟଙ୍କା ହରିଲୁଟ୍ କରା ଯାଉଥିବା ଅଭିଯୋଗ ଆସିଛି । ଏପରିକି ବର୍ତ୍ତମାନ ସାଧନ କେନ୍ଦ୍ରରେ ମାତ୍ର ଦୁଇଟି ପିଲା ଚିକିସôିତ ହେଉଥିବାରୁ ଅଧିକାରୀଙ୍କ କାର୍ଯ୍ୟଦକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ପିଲାଙ୍କ କ୍ଷୀର କିଣାରେ ସର୍ବାଧିକ ଘୋଟାଲା ହେଉଥିବା ଅଭିଯୋଗ ଆସିଛି । ଆବଶ୍ୟକ ଅନୁପାତରେ ଶିଶୁଙ୍କୁ କ୍ଷୀର ଦିଆଯାଉନଥିବା ଅଭିଭାବକ ଅଭିଯୋଗ ଆଣିଛନ୍ତି । ଫଳରେ ପୁଷ୍ଟିକର ଖାଦ୍ୟ ଅଭାବରୁ ଗାଁ ଗଣ୍ଡାରେ ମାଳ ମାଳ ଶିଶୁ ପୁଷ୍ଟିହୀନତାର ଶିକାର ହେଉଥିବାବେଳେ ପୁଷ୍ଟି ସାଧନ କେନ୍ଦ୍ର କାମରେ ଆସୁନଥିବା ଦେଖିବାକୁ ମିଳିଛି । ଏପରିକି ମା ଓ ଶିଶୁମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରାଯାଉଥିଲେ ମଧ୍ୟ ଅନୁଦାନ ଅର୍ଥ ହରିଲୁଟ୍ ହେଉଥିବା ଅଭିଯୋଗ ହେଉଛି । ପ୍ରକାଶ ଥାଉ କି, ୨ମାସରୁ ୫ବର୍ଷ ବୟସର ଅପପୁଷ୍ଟି ଶିଶୁଙ୍କୁ ମାଗଣାରେ ଚିକିସôା, ଗସ୍ତ ଖର୍ଚ୍ଚ ଓ ସାଧନ କେନ୍ଦ୍ରରେ ରହୁଥିବା ପ୍ରତ୍ୟେକ ମା ପାଇଁ ଦୈନିକ ୫୦ଟଙ୍କା ଆଦି ପ୍ରୋସôାହନ ରାଶି ଆଦି ଦେବା ପାଇଁ ସରକାର ଖଣ୍ଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ୨୦୧୩ ମାର୍ଚ୍ଚ ୨୯ରେ ଏକ ପୁଷ୍ଟି ସାଧନ କେନ୍ଦ୍ର ଖୋଲିଥିଲେ । ଶୀତତାପ ନିୟନ୍ତ୍ରିତ କୋଠରୀ, ଫ୍ରିଜ୍, ଟେଲିଭିଜନ, ୱାସିଂ ମେସିନ୍, ଖେଳ ପଡ଼ିଆ ଓ ଜନ୍ମଦିନ ଉସôବ ପାଳନ ଆଦି ସମସ୍ତ ପ୍ରକାର ବ୍ୟବସ୍ଥା କରିବା ସହ ମାଗଣାରେ ଖାଦ୍ୟ ଦେବାର ବ୍ୟବସ୍ଥା କରିଛନ୍ତି ଏବଂ ଏଠାରେ ଜଣେ ଡାକ୍ତର, ଜଣେ କାଉନ୍ସିଲର,୪ ନର୍ସ ଓ ରୋଷେୟା-ଆଟେଣ୍ଡାଣ୍ଟଙ୍କୁ ନିଯୁକ୍ତ କରିଛନ୍ତି । ଏଥିସହ ଆଶା ଓ ଅଙ୍ଗନବାଡ଼ି କର୍ମୀ ନିଜ ଅଞ୍ଚଳର ପୁଷ୍ଟିହୀନତାର ଶିକାର ହୋଇଥିବା ଶିଶୁଙ୍କୁ ଏହି କେନ୍ଦ୍ରରେ ଆଣି ପହଞ୍ଚାଇବାକୁ ପ୍ରତି ଶିଶୁ ପିଛା ୧୫୦ଟଙ୍କା ପାରିଶ୍ରମିକ ମଧ୍ୟ ପ୍ରଦାନ କରୁଛନ୍ତି । ଏଥିପାଇଁ ବର୍ଷକୁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରାଯାଉଛି । କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ୨୦୧୪-୧୫ରୁ ଆଜି ପର୍ଯ୍ୟନ୍ତ ଭାପୁର ଓ ଗଣିଆ ବ୍ଲକ୍କୁ ଛାଡ଼ି ଦେଲେ ଖଣ୍ଡପଡ଼ା ବ୍ଲକ୍ର କିଛି ହାତଗଣତି ପିଲା ଚିକିସôିତ ହେଉଥିବା ଦର୍ଶାଇ ଚାଲିଛନ୍ତି । ସୂଚନା ଅନୁଯାୟୀ ୨୦୧୪-୧୫ ଆର୍ଥିକ ବର୍ଷରେ ୭୫,୨୦୧୫-୧୬ଆର୍ଥିକ ବର୍ଷରେ ୧୨୫, ୨୦୧୬-୧୭ଆର୍ଥିକ ବର୍ଷରେ ୧୩୮ ଓ ୨୦୧୭-୧୮ଆର୍ଥିକ ବର୍ଷରେ ୯୩ଜଣ ଆଦି ମୋଟ ୪୩୩ଜଣ ଶିଶୁ ଚିକିସିôତ ହୋଇଛନ୍ତି ଏବଂ ସେଥି ମଧ୍ୟରୁ ମାତ୍ର ୭୪ଜଣ ସମ୍ପୂର୍ଣ୍ଣ ଚିକିସôିତ ନହୋଇ ଫେରି ଯାଇଥିବା ଜଣାପଡ଼ିଛି । ତେବେ କର୍ମଚାରୀଙ୍କ ଦରମା ବାବଦକୁ ବର୍ଷକୁ ୧୨ଲକ୍ଷ ଟଙ୍କା ଏବଂ ମା’ ଓ ଶିଶୁମାନଙ୍କ ଖର୍ଚ୍ଚ ବାବଦକୁ ବର୍ଷକୁ ପାଖାପାଖି ୫ଳକ୍ଷ ଟଙ୍କା ବ୍ୟୟ କରା ଯାଉଥିଲେ ମଧ୍ୟ ଗାଁ ଗହଳିରୁ ପିଲାଙ୍କୁ ଚିହ୍ନଟ କରି ନ ଆଣି ପୁଷ୍ଟି ସାଧନ କେନ୍ଦ୍ରରେ ଗୋଟିଏ ପିଲାକୁ ଏକାଧିକ ଥର ଦର୍ଶାଇ ସରକାରୀ ଅର୍ଥ ହଡ଼ପ କରାଯାଉଥିବା ଗୁରୁତର ଅଭିଯୋଗ ଆସିଛି । ଏପରିକି କ୍ଷୀର, ଛତୁଆ, ସୁଜି, କ୍ଷିରୀ,ଖେଚୁଡ଼ି,ଶାଗୁ କ୍ଷୀର ଆଦି ଖାଦ୍ୟ ଓ ଓøଷଧ କିଣାରେ ବ୍ୟାପକ ଅର୍ଥ ହେରଫେର୍ ହୋଇ ଚାଲିଛି ।
ସୂଚନା ଅନୁଯାୟୀ ବ୍ଲକରେ ୬ମାସରୁ ୩ବର୍ଷର ବୟସର ୪ହଜାର ଶିଶୁଙ୍କ ମଧ୍ୟରୁ ୧୭ ଓ ୩ବର୍ଷରୁ ୬ବର୍ଷ ବୟସର ୩ହଜାର ୬ଶହ ଶିଶୁଙ୍କ ମଧ୍ୟରୁ ୧୧ ମୋଟ ୨୮ଜଣ ଶିଶୁ ବର୍ତ୍ତମାନ ପୁଷ୍ଟିହୀନତାର ଶିକାର ହୋଇଥିବା ମହିଳା ଓ ଶିଶୁ ବିକାଶ ଅଧିକାରୀ ବନ୍ଦନା କୁମାରୀ ଦେବୀ ସୂଚନା ଦେଇଛନ୍ତି ଏବଂ ଏହାକୁ ରୋକିବାକୁ ଅଙ୍ଗନବାଡ଼ି କେନ୍ଦ୍ରରେ ମା’ ଓ ଶିଶୁଙ୍କୁ ଛତୁଆ,ଅଣ୍ଡା,ରନ୍ଧା ଖାଦ୍ୟ ଓ ରାଶି ଲଡ଼ୁ ମଧ୍ୟ ପ୍ରଦାନ କରାଯାଉଥିବା କହିଛନ୍ତି । କିନ୍ତୁ ପରିତାପର ବିଷୟ ଭାପୁର ବ୍ଲକ୍ରେ ୪୦ ଓ ଗଣିଆ ବ୍ଲକ୍ରେ ୫୦ଜଣ ଅପପୁଷ୍ଟିର ଶିକାର ହୋଇଥିବା ସୂଚନା ଥିଲେ ମଧ୍ୟ ପୁଷ୍ଟି ସାଧନ କେନ୍ଦ୍ରର କର୍ମଚାରୀଙ୍କ ପାଖରେ କିଛି ଖବର ନ ଥିବା ଏବଂ ଏ ସମ୍ପର୍କରେ ସଚେତନତା କରାଇବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । କେବଳ ସାଧନ କେନ୍ଦ୍ର କର୍ମଚାରୀ ଆଶା, ଅଙ୍ଗନବାଡ଼ି କର୍ମୀ ଓ ଅଭିଭାବକଙ୍କ ଉପରେ ଦୋଷ ଲଦି ପିଲାମାନେ ସାଧନ କେନ୍ଦ୍ରକୁ ଆସୁ ନାହାନ୍ତି କହି କେବଳ କାଗଜ କଲମରେ ପିଲା ଚିକିସôିତ ହେଉଥିବା ଦର୍ଶାଇ ଚାଲିଛନ୍ତି । ଏ ସମ୍ପର୍କରେ ଖଣ୍ଡପଡ଼ା ଭାରପ୍ରାପ୍ତ ଚିକିସôାଧିକାରୀ ଶରତ ଚନ୍ଦ୍ର ସାହୁ ଓ ଆକାଉଣ୍ଟାଟ୍ ଜ୍ଞାନ ରଂଜନ ସାହୁଙ୍କୁ ପଚାରିବାରୁ ୨୦୧୭-୧୮ ଆର୍ଥିକ ବର୍ଷ ମେ’ରୁ ଆଜି ପର୍ଯ୍ୟନ୍ତ ୨୨୭୦ଟି କ୍ଷୀର ବାବଦକୁ ୪୫ହଜାର ୪ଶହ ଟଙ୍କା, ବାହାରୁ କିଣା ଯାଇଥିବା ଓøଷଧ ବାବଦକୁ ୮ହଜାର ଟଙ୍କା, ବିଦୁ୍ୟତ୍ ଦେୟ ବାବଦ ୨୬ହଜାର ୮୨୦ଟଙ୍କା, ମା’ ଓ ଶିଶୁମାନଙ୍କ ଖର୍ଚ୍ଚ ବାବଦ ୪୯ହଜାର ୬୯୫ଟଙ୍କା ଏବଂ ମାଙ୍କ ଆକାଉଣ୍ଟ୍କୁ ୫୧ହଜାର ୭୫୦ଟଙ୍କା ପ୍ରଦାନ କରାଯାଇଥିବା ସୂଚନା ଦେଇଥିବାବେଳେ ସମସ୍ତ ଖର୍ଚ୍ଚ ସମ୍ପର୍କରେ ପୁଷ୍ଟି ସାଧନ କେନ୍ଦ୍ର ଦାୟିତ୍ୱରେ ଥିବା କାଉନ୍ସିଲର ପୁଷ୍ପାଞ୍ଜଳି ମିଶ୍ର ସଠିକ୍ ସୂଚନା ଦେଇ ପାରିବେ ବୋଲି କହିଥିଲେ । କିନ୍ତୁ ଏ ସମ୍ପର୍କରେ ଶ୍ରୀମତୀ ମିଶ୍ରଙ୍କୁ ପଚାରିବାରୁ ଜିଲ୍ଲା ମୁଖ୍ୟ ଚିକିସôାଧିକାରୀ ସାମ୍ବାଦିକଙ୍କୁ ଏତେ ସବୁ ତଥ୍ୟ ଦେବାକୁ ମନା କରିଛନ୍ତି ବୋଲି କହିବା ସହ ତାଙ୍କଠାରୁ ନେଇଯିବାକୁ କହିଛନ୍ତି ।

ସେଆର କରନ୍ତୁ:



Powered by odothemes.com