4-SATAKOSIA

ବନାଗ୍ନି ପ୍ରତିରୋଧ ପାଇଁ ଗ୍ରାମବାସୀଙ୍କ ସଂକଳ୍ପ

71

ଅନୁଗୁଳ (ଆପ୍ର): ସାତକୋଶିଆ ଅଭୟାରଣ୍ୟ ଉପାନ୍ତ ଅଞ୍ଚଳ ୩୧ ଗ୍ରାମବାସୀ ପ୍ରାୟତଃ ୨ହଜାର ହେକ୍ଟର ଜଙ୍ଗଲକୁ ବନ ସୁରକ୍ଷା ସମିତି ଜରିଆରେ ସୁରକ୍ଷା ଦେଉଛନ୍ତି । ଗତବର୍ଷ ଗ୍ରାମବାସୀ ପାରମ୍ପରିକ ପଦ୍ଧତି ଏବଂ ସାମାଜିକ ବ୍ୟବସ୍ଥା ସହିତ ବନ ବିଭାଗ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନର ସହଯୋଗରେ ଜଙ୍ଗଲରେ ନିଆଁ ଲାଗିବାକୁ ଦେଇନଥିଲେ । ଚଳିତବର୍ଷ ମଧ୍ୟ ଅଗ୍ନିକାଣ୍ଡରୁ ଜଙ୍ଗଲକୁ ସମ୍ପୂର୍ଣ୍ଣ ମୁକ୍ତ ରଖିବାକୁ ୩୧ ଗ୍ରାମର ଲୋକେ ଦୃଢ଼ ସଂକଳ୍ପ ନେଇଛନ୍ତି । ବନାଗ୍ନି ପ୍ରତିରୋଧ, ଜଙ୍ଗଲରେ ମୃର୍ତ୍ତିକା ସଂରକ୍ଷଣ, ଅନାବନା ଅଦରକାରୀ ବୃକ୍ଷଲତା ସଫେଇ, ଅଗ୍ନି ପ୍ରତିରୋଧ ରେଖା ତିଆରି ଆଦି କାର୍ଯ୍ୟକୁ ଗ୍ରାମବାସୀ ଗୁରୁତ୍ୱ ଦେଇ ଏକ ସଭାରେ ଶପଥପାଠ କରିଛନ୍ତି । ସମସ୍ତ କାର୍ଯ୍ୟକୁ ଆସୁଥିବା ଅନୁଦାନ ସ୍ୱଚ୍ଛତାର ସହିତ କରିବା ପାଇଁ ଗ୍ରାମବାସୀ ନିଷ୍ପତ୍ତି ନେଇଥିଲେ । ସାତକୋଶିଆ ବନଖଣ୍ଡ ଫମ୍ପାସର, ପୁରୁଣାକୋଟ ବନାଞ୍ଚଳ ଏବଂ ପ୍ରକୃତି ପରିବେଶ ଓ ବନ୍ୟପ୍ରାଣୀ ସମିତିର ମିଳିତ ଆନୁକୂଲ୍ୟରେ ଟାଇଁସି ହାଟ ସଭାଗୃହରେ ବୈଠକ ଆୟୋଜିତ ହୋଇଥିଲା । ୩୧ ଗ୍ରାମର ବନ ସୁରକ୍ଷା ସମିତି ସଭାପତି, କୋଷାଧ୍ୟକ୍ଷ, ଆନିମେଟରଙ୍କ ସମେତ ପ୍ରାୟ ଦୁଇ ଶହରୁ ଊଦ୍ଧ୍ୱର୍ ସଭାରେ ଯୋଗଦେଇ ମତାମତ ରଖିଥିଲେ । ବନ ବିଭାଗ ପକ୍ଷରୁ ଫମ୍ପାସର ରେଞ୍ଜର ବ୍ରଜ ମୋହନ ପଟ୍ଟନାୟକ ପୁରୁଣାକୋଟ ରେଞ୍ଜର ଗଜେନ୍ଦ୍ର ବେହେରା, ସାମାଜିକ କର୍ମୀ ସୁଶିଲ୍ ପ୍ରଧାନ, ଟାଇଁସି ସରପଞ୍ଚ ବେଦବ୍ୟାସ ପ୍ରଧାନ, କୋଠଭୂଇଁ ସରପଞ୍ଚ ମାନସ ନାୟକ, ନିୟୁଜ୍ର ଟିମ୍ ଲିଡର ବାବୀନ୍ଦ୍ର କୁମାର ନହରା, ରବିନ୍ଦ୍ର ସାହୁ ପ୍ରମୁଖ ବନ୍ୟଜନ୍ତୁ ଓ ଲୋକଙ୍କ ଜୀବନ ଜୀବିକା ସହିତ ଜଙ୍ଗଲ ନିଆଁ ପ୍ରତିରୋଧ ପ୍ରକ୍ରିୟାର ବିଭିନ୍ନ ପଦ୍ଧତି ଉପରେ ଆଲୋକପାତ କରିଥିଲେ ସମିତି(ନିୟୁଜ୍)ର ସମ୍ପାଦକ ପ୍ରସନ୍ନ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଶପଥପାଠ କରାଯାଇଥିଲା ।
ବନ୍ୟଜନ୍ତୁଙ୍କ ଦ୍ୱାରା ହେଉଥିବା ଫସଲ କ୍ଷତିର ଅନୁକମ୍ପା ରାଶି ଚାଷୀକୁ ସରଳ ଓ ସଠିକ୍ ଭାବେ ପ୍ରଦାନ ପାଇଁ ଗ୍ରାମବାସୀ ବନ ବିଭାଗ ଅଧିକାରୀଙ୍କ ନିକଟରେ ଦାବି କରିଥିଲେ । ଆମ ଜଙ୍ଗଲ ଯୋଜନା କାର୍ଯ୍ୟକ୍ରମରେ ବନ ବିଭାଗ ଓ ବନ ସୁରକ୍ଷା ସମିତିକୁ ବୈଷୟିକ ସହଯୋଗ ଏବଂ ମାର୍ଗ ଦର୍ଶିକାରେ ସମନ୍ୱୟ ଓ ସହଯୋଗ ରଖିବାକୁ ଗ୍ରାମବାସୀ ଅନୁରୋଧ କରିଥିଲେ । ସ୍ଥାନୀୟ ବନପାଳ ଦିଲେଶ୍ୱର ନାୟକ, ଚୈତନ୍ୟ ପ୍ରଧାନ ଓ ନିରନ ପଣ୍ଡାଙ୍କ ସହିତ ବିକାଶ ଅଧିକାରୀ ଚନ୍ଦନ କୁମାର ନାଏକ, ବିଷ୍ଣୁ ଚରଣ ପ୍ରଧାନ, ପ୍ରଣୟ ବଲ୍ଲଭ ମହାପାତ୍ର ସହଯୋଗ କରିଥିଲେ ।




Powered by odothemes.com