Baliguda-Audit-Letter-2-(1)

ସ୍ୱତନ୍ତ୍ର ଅଡ଼ିଟ୍ ରିପୋର୍ଟରେ ୭୫ ଲକ୍ଷର ମହାଦୁର୍ନୀତି

61

ଜାତୀୟ ପରିବାର କଲ୍ୟାଣ ଯୋଜନା
ଫୁଲବାଣୀ (ବୁରୋ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ରେ ହୋଇଥିବା ଜାତୀୟ ପରିବାର କଲ୍ୟାଣ ଯୋଜନା, ବାର୍ଦ୍ଧକ୍ୟ ଭତ୍ତା ମହାଦୁର୍ନୀତିର ଖୁଲାସ କରିଛି ସ୍ୱତନ୍ତ୍ର ଲୋକାଲ ଅଡିଟ୍ ରିପୋର୍ଟ । ପ୍ରଥମେ ଲୋକାଲ ଅଡିଟ୍ରେ ୫୩ ଲକ୍ଷ ଟଙ୍କାର ଦୁର୍ନୀତି ପଦାକୁ ଆସିବା ପରେ ତକ୍ରାକାଳୀନ ଜିଲ୍ଲାପାଳ ଡଃ. ରେଘୁଜି ସ୍ୱତନ୍ତ୍ର ଅଡିଟ୍ ପାଇଁ ନିଦେ୍ର୍ଦଶ ଦେଇଥିଲେ । ସ୍ୱତନ୍ତ୍ର ଅଡିଟ୍ ପ୍ରାଥମିକ ରିପୋର୍ଟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପାଖରେ ପହଞ୍ଚିଛି । ଏନେଇ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ନିଦେ୍ର୍ଦଶକ ମନୀଷ ନିବାଲ ଚିଠି ନଂ୭୨୫ ତା ୨୫ ଜାନୁଆରୀ ୨୦୧୮ରେ ସରକାରୀ ଅର୍ଥକୁ ହଡ଼ପ କରିଥିବା ଅଧିକାରୀ ଓ କର୍ମଚାରୀମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ସହିତ ସେମାନେ ହଡ଼ପ କରିଥିବା ସରକାରୀ ଅର୍ଥକୁ ରିକଭରି ପାଇଁ ନିଦେ୍ର୍ଦଶ ଦେଇଛନ୍ତି । ସ୍ୱତନ୍ତ୍ର ଅଡିଟ ରିପୋର୍ଟରେ ଜାତୀୟ ପରିବାର କଲ୍ୟାଣ ଯୋଜନର ହଡ଼ପ ହୋଇଥିବା ବାଲିଗୁଡ଼ା ପୂର୍ବତନ ଏଲଏସଇଓ ଅମ୍ୟତା ମିଶ୍ରଙ୍କ ନାମରେ ୧୯ ଲକ୍ଷ ୭୨ ହଜାର ୫୫୩, ବାଲିଗୁଡ଼ା ପୂର୍ବତନ କ୍ୟାସିୟର ସତ୍ୟନାରାୟଣ ସାହୁଙ୍କ ନାମରେ ୧୭ ଲକ୍ଷ ୮୪ ହଜାର ୧୫୪, ବାଲିଗୁଡ଼ା ହେଡ଼ କ୍ଲର୍କ ତଥା ଆକାଉଟାଣ୍ଡ ପ୍ରକାଶ ଚନ୍ଦ୍ର ସାହୁଙ୍କ ନାମରେ ୧୧ ଲକ୍ଷ ୩୦ ହଜାର, ପୂର୍ବତନ ବିଡିଓ ଶୁଭେନ୍ଦୁ କୁମାର ସାମଲଙ୍କ ନାମରେ ୧୫ ଲକ୍ଷ ୭୯ ହଜାର ୧୫୫ ଟଙ୍କା ଓ ବାଲିଗୁଡ଼ା ପୂର୍ବତନ ହେଡ଼ କ୍ଲର୍କ ତଥା ଆକାଉଣ୍ଟାଣ୍ଟ୍ ଜୟଦେବ କହଁରଙ୍କ ନାମରେ ୬ ଲକ୍ଷ ୨୨ ହଜାର ୪୮୮ ଟଙ୍କା ହଡ଼ପ କରିଥିବା ପ୍ରକାଶ ପାଇଛି ।
ସେହିପରି ୪ ଜଣ ପୂର୍ବତନ ବିଡିଓଙ୍କ ନାମରେ ୭୯ ହଜାର ୯୯୨ ଟଙ୍କା, ବାଲିଗୁଡ଼ା ପୂର୍ବତନ ଏବିଡିଓ ପ୍ରଶାନ୍ତ କୁମାର ପଣ୍ଡାଙ୍କ ନାମରେ ୪୧ ହଜାର ୬୬୫ ଟଙ୍କା, ଅନ୍ୟ କିଛି କର୍ମଚାରୀଙ୍କ ନାମରେ ୨୮ ହଜାର ୩୩୧ ଟଙ୍କାର ହଡ଼ପ ସ୍ୱତନ୍ତ୍ର ଅଡ଼ିଟ ରିପୋର୍ଟରେ ପ୍ରକାଶ ପାଇଛି । ଏହି ମହାଦୁର୍ନୀତିର ମହାଖୁଲାସା ବାକି ରହିଛି । କାରଣ ସ୍ୱତନ୍ତ୍ର ଅଡ଼ିଟ ହେବା ସମୟରେ ଜାଣିଶୁଣି ବ୍ଲକ ଅଧିକାରୀ ତଥା ଘୋଟାରେ ସମ୍ପୃକ୍ତ ଥିବା କର୍ମଚାରୀ ତଥ୍ୟ ଲୁଚାଇବା ପାଇଁ ଅଡ଼ିଟରମାନଙ୍କୁ ଫାଇଲ ଦେଇ ନ ଥିବା ପ୍ରକାଶ ପାଇଛି । ଯେପରି ପଞ୍ଚାୟତ ସାମାଜିକ ସୁରକ୍ଷାର କ୍ୟାସ ବୁକ୍, ୨୦୦୯-୧୦ର ୨୦ ଲକ୍ଷ ୨୪ ହଜାର ଟଙ୍କାର ଭାଉଚର, ୨କୋଟି ୫୩ ଲକ୍ଷ ୮ହଜାର ୫୦୦ ଟଙ୍କାର ବାର୍ଦ୍ଧକ୍ୟ ଭତ୍ତା ପେମେଟ୍ ରେଜିଷ୍ଟର ଓ ଆକୁଟାନସ୍ ରୋଲ ଏବଂ ୨୦୦୯-୧୦ରୁ ୨୦୧୩-୧୪ର କ୍ୟାସ ଆନାଲିସସ୍କୁ ଲୁଚାଇ ରଖି ଅଡ଼ିଟରଙ୍କୁ ଦେଇ ନ ଥିଲେ । ସେହିପରି ସାମାଜିକ ସୁରକ୍ଷା ବିଭାଗର କର୍ମଚାରୀ ନେଇଥିବା ଅଗ୍ରୀମ ଟଙ୍କାର ହିସାବ ଦେଇପାରି ନଥିଲେ । ସେମାନେ ହେଲେ ଏସ୍ଇଓ ଭୁଲେଶ୍ୱର କହଁରଙ୍କ ନାମରେ ୧୯ ଲକ୍ଷ ୩୩ ହଜାର ୨୦୦ ଟଙ୍କା, ଏଲଏସଇଓ ଅମୃତା ମିଶ୍ରଙ୍କ ନାମରେ ୩୦ ଲକ୍ଷ ୪୧ ହଜାର ୬୦୦ ଟଙ୍କା ଓ ଇଓ ବାମୁଲା ସାହୁଙ୍କ ନାମରେ ୯ ଲକ୍ଷ ୪ ହଜାର ୯୦୦ଟଙ୍କା । ଏହି ସବୁ ଦୁର୍ନୀତିି ବିଭିନ୍ନ ଯୋଜନାରେ ଆସୁଥିବା ଟଙ୍କାକୁ ଜାଲ କାଗଜ ତିଆରି କରି ହଡ଼ପ କରାଯାଇଥିବା ସ୍ୱତନ୍ତ୍ର ଅଡ଼ିଟ ରିପୋର୍ଟରେ ପ୍ରକାଶ ପାଇଛି । କ୍ୟାସ ବହିରେ କାର୍ଯ୍ୟଠାରୁ ଅଧିଳ ଟଙ୍କା ବ୍ୟୟ ହୋଇଥିବା ମଧ୍ୟ ରିପୋର୍ଟରେ ପ୍ରକାଶ ପାଇଛି । ଏହି ଦୁର୍ନୀତି ଯଦି ଉଚ୍ଚସ୍ତରୀୟ ତଦନ୍ତ ହୁଅନ୍ତା ତାହା ହେଲେ ବହୁ ଦୁର୍ନୀତିର ତଥ୍ୟ ପଦାକୁ ଆସିପାରିଥାଆନ୍ତା । ଜନହିତକାରୀ ଯୋଜନା ଲୋକଙ୍କ ପାଖରେ ନ ପହଞ୍ଚି କିଛି ଆସାଧୁ ସରକାରୀ କର୍ମଚାରୀଙ୍କ ପକେଟକୁ ଯାଉଛି । ଏ ନେଇ ବାଲିଗୁଡ଼ାର ବରିଷ୍ଠ ଆଇନଜୀବୀ ତଥା ସାମାଜିକ କର୍ମୀ କୌଶିକ ସାହୁ ଏପରି ଏକ ମହାଦୁର୍ନୀତିର କ୍ରାଇମବ୍ରାଞ୍ଚ ଅଥବା ସିବିଆଇ ତଦନ୍ତ ଲାଗି ଦାବି କରିଛନ୍ତି ।

ସେଆର କରନ୍ତୁ:



Powered by odothemes.com