AANTA-RAJYA-BUS-CHALACHALA-BANDA

ଆନ୍ତଃରାଜ୍ୟ ବସ୍ ଚଳାଚଳ ଠପ୍

55

ବ୍ରହ୍ମପୁର (ବୁ୍ୟରୋ) : ଓଡ଼ିଶା ଓ ଆନ୍ଧ୍ର ଆନ୍ତଃରାଜ୍ୟ ବସ୍ ଚଳାଚଳ ଗୁରୁବାର ବ୍ରହ୍ମପୁର ବସ୍ ମାଲିକ ସଂଘ ପକ୍ଷରୁ ବନ୍ଦ କରାଯାଇଛି । ଯାହାଫଳରେ ଯାତ୍ରୀମାନେ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଗତ ବୁଧବାର ପାରଳାଖେମୁଣ୍ଡିରୁ ବ୍ରହ୍ମପୁର ଆସୁଥିବା ଶିବ କୁମାର ନାମକ ବସ୍ (ଏପି ୩୦ଡବ୍ଲୁ୍ୟ ୩୩୩୭) ଗାରାବନ୍ଧ ଥାନା ଜଗନ୍ନାଥପୁର ନିକଟରେ ପଛପଟୁ ଆସୁଥିବା ଏକ କାରକୁ ସାଇଡ୍ ନ ଦେବା କାରଣରୁ କାରରେ ବସିଥିବା ଡ୍ରାଇଭର ଓ ଅନ୍ୟଜଣେ ବସ୍ ଆଗକୁ ଆସି ରହିଯିବାରୁ ଡ୍ରାଇଭର ମଞ୍ଜୁସା ଗ୍ରାମର କୈଳାଶ ଚନ୍ଦ୍ର କାର୍ଜି ହଠାତ୍ ବ୍ରେକ୍ ଚିପିଥିଲେ । ଫଳରେ ବସ୍ରେ ବସିଥିବା ଯାତ୍ରୀମାନେ ସାମାନ୍ୟ ଆହତ ହୋଇଥିଲେ । ବସ୍ରେ ବସିଥିବା ଗାରାବନ୍ଧର ଯାତ୍ରୀମାନେ ଫୋନ ଯୋଗେ ଗ୍ରାମଲୋକଙ୍କୁ ଖବର ଦେଇ ଉକ୍ତ କାରକୁ ଅଟକ ରଖିବା ପାଇଁ କହିବା ପରେ ଗ୍ରାମଲୋକ ମିଳିତ ଭାବେ ଜଗି ଉକ୍ତ କାରକୁ ଅଟକାଇ ସେଥିରେ ବସିଥିବା ଦୁଇଜଣ ଯୁବକକୁ ଅଟକ ରଖିଥିଲେ । ପରେ ବସ୍ ପହଞ୍ଚିବା ପରେ ବସରେ ବସିଥିବା ଯାତ୍ରୀମାନଙ୍କ ସହ କାରରେ ବସିଥିôବା ଦୁଇଜଣଙ୍କ ମଧ୍ୟରେ ବଚସା ହୋଇଥିଲା । କାର ଓ ବସ୍ ଡ୍ରାଇଭର ଗାରାବନ୍ଧ ଥାନାକୁ ଯାଇଥିଲେ । ସେଠାରେ ଦୁଇ ଡ୍ରାଇଭରଙ୍କ ମଧ୍ୟରେ ଆପୋଷ ବୁଝାମଣା ହେବାପରେ ପୁଲିସ ଦୁଇ ଗାଡ଼ିକୁ ଛାଡ଼ିଥିଲା । ପରେ କାରରେ ଥିବା ଦୁଇ ଜଣ ପୂର୍ବରୁ ଅନ୍ୟ ୧୦ ଜଣ ସହଯୋଗୀଙ୍କୁ ଡାକି ବ୍ରହ୍ମପୁର ଗୋଷାଣୀନୂଆଗାଁ ଥାନା ହଳଦିଆପଦର ଓଭରବ୍ରିଜ ନିକଟରେ ଜଗି ରହିଥିଲେ । ବସ୍ଟି ଆସିବା ମାତ୍ରେ ଅଟକାଇ ଡ୍ରାଇଭର କୈଳାସଙ୍କୁ ମାଡ ମାରି ଲହୁଲୁହାଣକରି ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲେ । ପରେ ଡ୍ରାଇଭର, ବସ୍ ମାଲିକ ଓ ବସ୍ ମାଲିକ ସଂଘ ପକ୍ଷରୁ ଗୋଷାଣୀନୂଆଗାଁ ଥାନାରେ ଏତଲା ଦିଆଯାଇଥିଲା । ଏତଲାକୁ ଭିତ୍ତିକରି ପୁଲିସ କେସ୍ ନ-୧୪/୧୮ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ସେପଟେ ଗୁରୁବାର ବସ୍ ସଂଘ ପକ୍ଷରୁ ବ୍ରହ୍ମପୁର, ପାଲାସା ଭାୟା ଗୁଣପୁର, ବ୍ରହ୍ମପୁରଠାରୁ ଗୁଡାରୀ ଦେଇ ଯିବା ଆସିବା କରୁଥିବା ୨୪ଟି ବସ୍ ଚଳାଚଳ ବନ୍ଦ କରାଯାଇଛି । ଘଟଣାର ସମାଧାନ ନହେବା ପର୍ଯ୍ୟନ୍ତ ବସ୍ ଚଳାଚଳ ବନ୍ଦ ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଛି ।




Powered by odothemes.com