projects-inaugurated-by-CM-in-balasorevisit

ବିଭିନ୍ନ ପ୍ରକଳ୍ପ ଉଦ୍ଘାଟନ, ଭିତ୍ତିସ୍ଥାପନ

62

ବାଲେଶ୍ୱର (ଆପ୍ର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଲେଶ୍ୱର ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ ଓ ଉଦ୍ଘାଟନ କରିବା ସହିତ ଦୁଇଟି ସାଧାରଣ ସଭାରେ ଜିଲ୍ଲାବାସୀଙ୍କୁ ଉଦ୍ବୋଧନ ଦେଇଛନ୍ତି । ପୂର୍ବାହ୍ନ ପ୍ରାୟ ୧୧ଟା ୪୫ ମିନିଟ ସମୟରେ ମୁଖ୍ୟମନ୍ତ୍ରୀ ଖଇରା ବ୍ଲକ ଚାନ୍ଦଗୋଚ୍ଛି ପଡ଼ିଆରେ ହେଲିକେପ୍ଟରରୁ ଅବତରଣ କରି ଔପଦା-ମାର୍କୋଣା ପୂର୍ତ୍ତ ବିଭାଗ ରାସ୍ତା, ବିଜୁ ସେତୁ ଯୋଜନାରେ କାଂଶବାଂଶ ନାଳ ପୋଲ ପ୍ରଭୃତିର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏହି ଅବସରରେ ସେଠାରେ ଆୟୋଜିତ ଏକ ସାଧାରଣ ସଭାରେ ଉଦୋବଧନ ଦେବା ସହିତ ବିଭିନ୍ନ ଜନକଲ୍ୟାଣ ଯୋଜନାରେ ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରିଥିଲେ । ପରେ ମୁଖ୍ୟମନ୍ତ୍ରୀ ବାଲେଶ୍ୱର ସହରର ରିଜର୍ଭ ପୁଲିସ ପଡ଼ିଆରେ ପହଞ୍ଚି ଓଟିରୋଡ୍ ପାଶ୍ୱର୍ରେ ନବନିର୍ମିତ ବିଜୁ ପଟ୍ଟନାୟକଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତିକୁ ଅନାବରଣ କରିଥିଲେ । ଏଥି ସହିତ ବାଲେଶ୍ୱର ରେଳ ଷ୍ଟେସନରୁ ଜିଲ୍ଲା ସ୍କୁଲ ରାସ୍ତା, ଫକୀର ମୋହନ କଲେଜର ୧୦୦ ଶଯ୍ୟା ବିଶିଷ୍ଟ ତଫସିଲଭୁକ୍ତ ଛାତ୍ରାବାସକୁ ଉଦ୍ଘାଟନ କରିଥିଲେ । ଏଥି ସହିତ ଡୁବୁଡୁବା ପୋଲ, ଶୋଭାରାମପୁର ରେଳ ଫାଟକ ଓଭର ବି୍ରଜ୍ ଓ ସହରରେ ପ୍ରସ୍ତାବିତ ୩ ପାର୍କର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ସମସ୍ତ କାର୍ଯ୍ୟକ୍ରମ ଓଟିରୋଡ୍ରେ ସମ୍ପନ୍ନ ହୋଇଥିଲା । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ବେଳେ ବାଲେଶ୍ୱର ଲୋକସଭା ସାଂସଦ ରବୀନ୍ଦ୍ର କୁମାର ଜେନା, ସଦର ବିଧାୟକ ଜୀବନ ପ୍ରଦୀପ ଦାଶ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ନିବେଦିତା ମହାନ୍ତି, ପୌରପାଳ ଆଲୋକ କୁମାର ସାହୁ, ବ୍ରିଟ୍ ଅଧ୍ୟକ୍ଷ ଗୌରୀ କୁମାର ରାଉତ, ପୂର୍ବତନ ବିଧାୟକ ସୁଦର୍ଶନ ଜେନା, ଜିଲ୍ଲାପାଳ ରମେଶ ଚନ୍ଦ୍ର ରାଉତ, ନୀଳଗିରି ଆଇଟିଡିଏ ସଂଯୋଜକ ମାନସ ପାଢ଼ୀ, ସଦର ତହସିଲଦାର ରଶ୍ମିରେଖା ପ୍ରଧାନଙ୍କ ସମେତ ଜିଲ୍ଲା ପୁଲିସର ବହୁ ଅଧିକାରୀ, ଜିଲ୍ଲା ବିଜେଡି, ଯୁବ ବିଜେଡି ଓ ଛାତ୍ର ବିଜେଡି କର୍ମୀ ଉପସ୍ଥିତ ଥିଲେ । ପରେ ମୁଖ୍ୟମନ୍ତ୍ରୀ ତାଳସାରୀ ବେଳାଭୂମି ମହୋସôବ ଉଦ୍ଘାଟନ ସମେତ ଅନ୍ୟାନ୍ୟ ବହୁ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଲାଗି ଭୋଗରାଇ ଯାତ୍ରା କରିଥିଲେ । ତାଳସାରୀ ବେଳାଭୂମି ମହୋସôବ ଉଦଘାଟନ ଅବସରରେ ସେ ସମେବେତ ଜନତାଙ୍କୁ ଉଦ୍ବୋଧନ ଦେଇଥିଲେ । ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସଙ୍କ ସମେତ ଜଳେଶ୍ୱର ବିଧାୟକ ଅଶ୍ୱିନୀ ପାତ୍ର, ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।




Powered by odothemes.com