low-voltage

ଆନେ୍ଦାଳନ ପାଇଁ ଅଣ୍ଟା ଭିଡ଼ୁଛନ୍ତି କୋଇଲୋ ବାସିନ୍ଦା

40

ନାକରେ କନ୍ଦଉଛି ଲୋ-ଭୋଲ୍ଟେଜ୍
ନିଶ୍ଚିନ୍ତକୋଇଲି(ଆପ୍ର): ନିଶ୍ଚିନ୍ତକୋଇଲି ବ୍ଲକ୍ ଅସୁରେଶ୍ୱର ସେସୁ କନିଷ୍ଠ ଯନ୍ତ୍ରୀଙ୍କ ଅଧୀନରେ ଥିବା କୋଇଲୋ ଗାଁରେ ଦୀର୍ଘଦିନ ହେଲା ଲୋ-ଭୋଲଟେଜ୍ ସମସ୍ୟା ଲାଗିରହିଛି । ଯାହାଫଳରେ ସ୍ଥାନୀୟଲୋକେ ନାହିଁ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । ଏହାର ପ୍ରତିକାର ଦିଗରେ ବିଭାଗୀୟସ୍ତରରେ କୌଣସି ପଦକ୍ଷେପ ଗ୍ରହଣ କରାଯାଉନଥିବାରୁ ଏହାକୁ ବିରୋଧ କରି ଏବେ ଲୋକେ ଆନେ୍ଦାଳନ ପାଇଁ ସଜବାଜ ହେଉଥିବା କୁହାଯାଉଛି । କୋଇଲୋ ଗାଁରେ ଅସୁରେଶ୍ୱର ସେସୁ ତରଫରୁ ଦୀର୍ଘ ଦଶ ବର୍ଷ ତଳେ ମାତ୍ର ଗୋଟିଏ ୧୦୦କେଭି ବିଦୁ୍ୟତ ଟ୍ରାନସଫରମର ସ୍ଥାପନ କରାଯାଇଥିଲା । ଏହି ଟ୍ରାନସଫରମରରୁ ପ୍ରାୟ ୧୮୦ ଜଣ ବିଦୁ୍ୟତ ଗ୍ରାହକଙ୍କୁ ବିଦୁ୍ୟତ୍ ଯୋଗାଇ ଦିଆଯାଉଛି । ଏପରିକି ସ୍ଥାନୀୟ ବିପିଏଲ ହିତାଧିକାରୀଙ୍କୁ ମଧ୍ୟ ଏହି ଟ୍ରାନସଫରମରରୁ ବିଦୁ୍ୟତ୍ ଯୋଗାଇ ଦିଆଯାଉଛି । ମାତ୍ର ୧୦୦କେଭି ବିଦୁ୍ୟତ ଟ୍ରାନସଫରମରରୁ ୧୮୦ ଜଣ ବିଦୁ୍ୟତ ଉପଭୋକ୍ତା ଗ୍ରାହକ ଥିବା ବେଳେ ବହୁ ପ୍ରଭାବଶାଳୀ ବ୍ୟକ୍ତି ବିଶେଷ ମଧ୍ୟ ସ୍ପଷ୍ଟ ଦିବାଲୋକରେ ବେନିୟମ ଭାବେ ହୁକ ପକାଇ ବିଦୁ୍ୟତ୍ ବ୍ୟବହାର କରୁଛନ୍ତି । ସ୍ଥାନୀୟ କେତେକ ବିଭାଗୀୟ କର୍ମଚାରୀ ସେମାନଙ୍କୁ ପ୍ରୋତ୍ସାହନ ଦେଇ ଆସୁଥିବା ମଧ୍ୟ ସାଧାରଣରେ ଚର୍ଚ୍ଚା ହେଉଛି । ଶୁଣାଯାଉଛି । ଏହି ସମସ୍ୟା ପାଇଁ ଯୋଗୁ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ କାର୍ଯ୍ୟାଳୟଗୁଡ଼ିକରେ ବି ନାନା ସମସ୍ୟା ସୃଷ୍ଟି ହେଉଛି । ଛାତ୍ରଛାତ୍ରୀଙ୍କର ପରୀକ୍ଷା ମୁଣ୍ଡ ଉପରେ ଥିବା ବେଳେ ଏହି ସମସ୍ୟା ସେମାନଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି । ଏବେ ଠୁ ଯଦି ଏପରି ଅବସ୍ଥା, ତେବେ ଆସନ୍ତା ଗ୍ରୀଷ୍ମ ଋତୁରେ କିପରି ଅବସ୍ଥା ସୃଷ୍ଟି ହେବ ତାକୁ ନେଇ ଏବେ ଚିନ୍ତା ପ୍ରକଟ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଏହାର ପ୍ରତିକାର ବ୍ୟବସ୍ଥା ଗ୍ରହଣ କରାଯିବା ନିମନ୍ତେ ସ୍ଥାନୀୟ ଲୋକେ ବିଭାଗୀୟ ଅଧିକାରୀଙ୍କ ନିକଟରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ ଏଥିପ୍ରତି କୌଣସି ବାବୁମାନେ କର୍ଣ୍ଣପାତ କରୁନାହାନ୍ତି । ସେସୁ ତରଫରୁ ତୁରନ୍ତ ଏହି ଗ୍ରାମରେ ଏକ ଉଚ୍ଚ କ୍ଷମତା ସମ୍ପନ୍ନ ନୂତନ୍ ଟ୍ରାନସଫରମର ସ୍ଥାପନ କରାଯିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।




Powered by odothemes.com