ମମତା ଓ ପଙ୍କଜଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ | ସର୍ବସାଧାରଣ ଖବରକାଗଜ
29-1-2018=9

ମମତା ଓ ପଙ୍କଜଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

77

ଏଣିକି ସରକାର ଦେବେ ଲକ୍ଷେ ଟଙ୍କା ପୁରସ୍କାର
ଭୁବନେଶ୍ୱର, ୨୯ା୧ (ବୁ୍ୟରୋ): ସାଧାରଣତନ୍ତ୍ର ଦିବସ ଅବସରରେ ଜାତୀୟ ସାହସିକତା ପୁରସ୍କାରରେ ସମ୍ମାନିତ ହୋଇଥିବା ବାଳକ, ବାଳିକାମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଘୋଷଣା କରିଛନ୍ତି । ଚଳିତ ବର୍ଷଠାରୁ ଏହି ପୁରସ୍କାର ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସଚିବାଳୟରେ ଚଳିତ ବର୍ଷ ଜାତୀୟ ସାହସିକତା ପୁରସ୍କାର ପାଇଥିବା ମମତା ଦଳାଇ ଓ ପଙ୍କଜ ମହାନ୍ତଙ୍କୁ ସମ୍ବର୍ଦ୍ଧିତ କରିବା ଅବସରରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି । ରୁପାର ବୋଇତ ଓ ଫୁଲତୋଡ଼ା ଦେଇ ମୁଖ୍ୟମନ୍ତ୍ରୀ ଏହି ଦୁଇ ସାହସୀ ବାଳକ, ବାଳିକାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମମତା ଓ ପଙ୍କଜଙ୍କ ସହିତ ସେମାନଙ୍କ ପାଠପଢ଼ା ବିଷୟରେ ପଚାରି ବୁଝିବା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଏହି କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ବିଭାଗର ଶାସନ ସଚିବ, ବିଭାଗୀୟ ନିଦେ୍ର୍ଦଶକ ପ୍ରମୁଖ ଉପସ୍ଥିତ ଥିଲେ ।




Powered by odothemes.com