IMG_20180129_141620

ଆଜିଠୁ ପ୍ରସିଦ୍ଧ ଯୋରନ୍ଦା ମେଳା

68

ଗଁଦିଆ,୨୯ା୧(ଆପ୍ର): ଆଜିଠାରୁ ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା । ମେଳାକୁ ଆକର୍ଷଣୀୟ କରିବା ପାଇର୍ ମହିମା ସନ୍ୟାସୀ, ଭକ୍ତ, ଜିଲ୍ଲା ପ୍ୟଶାସନ, ସୁରକ୍ଷା କର୍ମୀ, ଅସ୍ଥାୟୀ ଦୋକାନ ବଜାର ଯୋଗୁଁ ଯୋରନ୍ଦା ଚଳଚଞ୍ଚଳ ହେଲାଣି । ଯୋରନ୍ଦାଠାରେ ଏହି ମେଳା ପାରମ୍ପରିକ ରୀତିରେ ପାଳିତ ହେଉଛି । ଅଖଣ୍ଡ ବ୍ରହ୍ମଧ୍ୱନୀ ସ୍ଥାପନ କରିବା ସାଙ୍ଗରେ ମହିମା ସ୍ୱାମୀ କହିଥିଲେ ଆମ୍ଭେ ଯେଉଁ ଧ୍ୱନୀ ସ୍ଥାପନ କଲୁ ତାହା ଯୁଗ ଯୁଗକୁ ଅତୁଟ ରହିବ । ପ୍ରତିବର୍ଷ ମାଘ ମାସ ଶୁକ୍ଲ ପକ୍ଷ ଚତୁର୍ଦ୍ଦଶୀରେ ଏହି ମହିମା ମେଳା ପାଳିତ ହେଉଛି । ଏହି ମେଳା ଦେଖିବା ପାଇଁ ଲକ୍ଷାଧିକ ଭକ୍ତଙ୍କ ସୁଅ ଛୁଟୁଛି । ମେଳା ପଡିଆରେ ଅସ୍ଥାୟୀ ଦୋକାନୀମାନେ ନିଜର ପସରା ମେଲାଇ ଦେଲେଣି । ଆଜିଠାରୁ ଯୋରନ୍ଦାରେ ଥିବା ମହିମା ସ୍ୱାମୀଙ୍କ ଉପାସନା ପୀଠ ଗାଦି ମନ୍ଦିର, ଅଖଣ୍ଡ ଜ୍ୟୋତି ମନ୍ଦିର, ମହିମା ସ୍ୱାମୀଙ୍କ ଆଶ୍ରମ ମଣ୍ଡଳୀ ତାଳମୂଳ ମଠ, ନାଟିମା ମଠ, ଲତାଶ୍ରମ, ପାଟଣାମଠ ଆଦିରେ ଭକ୍ତମାନେ ଆସି ପହଞ୍ଚôଲେଣି ।

ସେଆର କରନ୍ତୁ:



Powered by odothemes.com