୮୫ ପାଇବେ ପଦ୍ମ ପୁରସ୍କାର

70

ଓଡିଶାର ଚନ୍ଦ୍ରଶେଖର, ଗୋବର୍ଦ୍ଧନ, ଭବାନୀ, ପ୍ରଭାକର, ଶିଶିରଙ୍କୁ ପଦ୍ମଶ୍ରୀ
ନୂଆଦିଲ୍ଲୀ, ୨୫ା୧: ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ୮୫ ଜଣଙ୍କୁ ଦେଶର ସର୍ବୋଚ୍ଚ ବେସାମରିକ ପଦ୍ମ ପୁରସ୍କାର ପ୍ରଦାନ କରାଯିବ । ୩ ଜଣଙ୍କୁ ପଦ୍ମ ବିଭୂଷଣ, ୯ ଜଣଙ୍କୁ ପଦ୍ମ ଭୂଷଣ ଓ ୭୩ ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯିବା ପାଇଁ ସ୍ଥିର କରାଯାଇଛି । ସେମାନଙ୍କ ମଧ୍ୟରୁ ଓଡିଶାର ୫ ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯିବ । ଚଳିତବର୍ଷ ଲାଗି ୧୫,୭୦୦ ଆବେଦନ ଆସିଥିଲା । ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ୮୫ ଜଣଙ୍କ ନାମ ଚୂଡାନ୍ତ କରାଯାଇଛି । କଳା ଓ ସଙ୍ଗୀତ ପାଇଁ ତାମିଲନାଡୁର ଇଲିୟାରାଜା, ମହାରାଷ୍ଟ୍ରର ଗୁଲାମ ମୁସ୍ତାଫା ଖାନ୍ ଏବଂ ସାହିତ୍ୟ ଓ ଶିକ୍ଷା ଲାଗି କେରଳର ପରମେଶ୍ୱରନ୍ଙ୍କୁ ପଦ୍ମ ବିଭୂଷଣ ପ୍ରଦାନ କରାଯିବ । ସେହିଭଳି ବିଲିଆର୍ଡସ୍ ଓ ସ୍ନୁକର ଲାଗି ପଙ୍କଜ ଆଡ୍ୱାଣୀ, ଆଧ୍ୟାତ୍ମିକତା କ୍ଷେତ୍ର ଲାଗି କେରଳର ଫିଲିପସ୍ ମାର୍ ଖ୍ରୀଷ୍ଟୋସ, କ୍ରିକେଟ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ଯୋଗୁଁ ମହେନ୍ଦ୍ର ସିଂହ ଧୋନି, ସାଧାରଣ ବ୍ୟାପାର ପାଇଁ ଋଷିଆର ଆଲେକ୍ଜାଣ୍ଡର କାଡ୍କିନ୍ଙ୍କୁ ପଦ୍ମଭୂଷଣ ପୁରସ୍କାର ପ୍ରଦାନ କରାଯିବ । ସେହିଭଳି ରାମଚନ୍ଦ୍ରନ୍ ନାଗାସ୍ୱାମୀ, ବେଦ ପ୍ରକାଶ ନନ୍ଦା, ଲକ୍ଷ୍ମଣ ପାଇ, ଅରବିନ୍ଦ ପାରିକ୍, ଶ୍ରଦ୍ଧା ସିହ୍ନାଙ୍କୁ ମଧ୍ୟ ପଦ୍ମଭୂଷଣ ପୁରସ୍କାର ଦିଆଯିବ । ଏହାଛଡା ପଦ୍ମଶ୍ରୀ ପୁରସ୍କାର ଲାଗି ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ଓଡିଶାର ଚନ୍ଦ୍ରଶେଖର ରଥ, କଳା ଓ ସ୍ଥପତି ପାଇଁ ପ୍ରଭାକର ମହାରଣା, କଳା ଓ ବୟନ ପାଇଁ ଗୋବର୍ଦ୍ଧନ ପାନିକ୍, ସାଧାରଣ ବ୍ୟାପାର ଲାଗି ଭବାନୀ ଚରଣ ପଟ୍ଟନାୟକ ଯୋଗ୍ୟ ବିବେଚିତ ହୋଇଛନ୍ତି । ସେହିଭଳି ସିନେମା ଓ କଳା କ୍ଷେତ୍ର ଲାଗି ଓଡିଶାର ଶିଶିର ପୁରୁଷୋତ୍ତମ ମିଶ୍ରଙ୍କୁ ପଦ୍ମଶ୍ରୀ ପୁରସ୍କାର ଦିଆଯିବ । ଅନ୍ୟମାନଙ୍କ ମଧ୍ୟରେ ଅଭୟ ବାଙ୍ଗ୍, ରାନୀ ବାଙ୍ଗ୍, ଦାମୋଦର ଗଣେଶ ବାପତ୍, ପ୍ରଫୁଲ୍ଲ ଗୋବିନ୍ଦ ବରୁଆ, ମୋହନ ସ୍ୱରୂପ ଭାଟିଆ, ସୁଧାଂଶୁ ବିଶ୍ୱାସ, ସାଇଖମ୍ ମୀରାବାଇ ଚାନୁ, ପଣ୍ଡିତ ଶ୍ୟାମଲାଲ୍ ଚଚୁର୍ବେଦୀ, ଯୋଶେ ମା ଜୟ, ଲ୍ୟାଙ୍ଗ ପୋକଲମ୍, ସୁବାଦାନୀ ଦେବୀ, ସୋମଦେବ ଦେବରମଣଙ୍କ ସମେତ ୭୩ ଜଣଙ୍କୁ ପଦ୍ମୀଶ୍ରୀ ପୁରସ୍କାର ପ୍ରଦାନ କରାଯିବ ।




Powered by odothemes.com