rajnagar-school-student-safae

ଗାଁ ସଫା କଲେ ଛାତ୍ରଛାତ୍ରୀ

84

ରାଜନଗର (ଆପ୍ର): ସାଧାରଣତନ୍ତ୍ର ଦିବସ ପୂର୍ବରୁ ରାଜନଗର ଗାଁ ଓ ବଜାରକୁ ସଫେଇ କରାଯାଇଛି । ରାଜନଗରସ୍ଥିୁତ ଉଚ୍ଚବିଦ୍ୟାଳୟ ଓ ଶୈଳେନ୍ଦ୍ର ନାରାୟଣ ସରକାରୀ ଉପ୍ରା ବିଦ୍ୟାଳୟ ଇକୋ କ୍ଲବ୍ର ଛାତ୍ର ଛାତ୍ରୀମାନେ ରାଜନଗର ଗାଁ, ବଜାର ଓ ମେଡିକାଲ୍ ପରିସର ସଫେଇ କରିଛନ୍ତି । ଏଥିରେ ୩୦୦ରୁ ଊଦ୍ଧ୍ୱର୍ ଛାତ୍ର ଛାତ୍ରୀ ପରିବେଶ ସଫା ସୁତୁରା ରଖିବା ପାଇଁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଥିଲେ । ଉଚ୍ଚ ବିଦ୍ୟାଳୟର ଶିକ୍ଷକ ବିଷ୍ଣୁ ଚରଣ ରାଉତ, ହେମନ୍ତ କୁମାର ରାଉତ, ନିରୁଲତା କର, ସଂଘମିତ୍ରା ନାୟକ ଓ ଉପ୍ରା ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁବାଷ ଚନ୍ଦ୍ର ମହାନ୍ତି, ସହକାରୀ ଶିକ୍ଷକ ରଙ୍ଗାଧର ସ୍ୱାଇଁଙ୍କ ନେତୃତ୍ୱରେ ଛାତ୍ର ଛାତ୍ରୀମାନେ ଏହି ସଫେଇ କରିଥିଲେ । ରାଜନଗର ସରପଞ୍ଚ ପ୍ରଭାତ ଚନ୍ଦ୍ର ମିଶ୍ର, ସମିତିସଭ୍ୟ ସତ୍ୟବାନ ସେଠି ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ ।

ସେଆର କରନ୍ତୁ:



Powered by odothemes.com