ଚନ୍ଦ୍ରଭାଗାରେ ବୁଡ଼ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ

70

କୋଣାର୍କ/ପୁରୀ (ଆପ୍ର): ମାଘ ସପ୍ତମୀ ତିଥି ବୁଧବାର ସକାଳୁ କୋଣାର୍କ ଚନ୍ଦ୍ରଭାଗା ବୁଡ଼ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି । ପ୍ରତୁ୍ୟଷରେ ରୀତିନିୀତିରେ ତିନି ଠାକୁରଙ୍କ ମହାସ୍ନାନ ଲକ୍ଷାଧିକ ଶ୍ରଦ୍ଧାଳୁ ଚନ୍ଦ୍ରଭାଗାରେ ବୁଡ଼ ପକାଇ ସୂର୍ଯେ୍ୟାଦୟ ଦର୍ଶନ କରି ନବଗ୍ରହ ପୂଜାର୍ଚ୍ଚନା କରିଥିଲେ । ପରମ୍ପରା ଅନୁଯାୟୀ ତିନି ଠାକୁର ତି୍ରବେଣୀଶ୍ୱର, ଇଶାନେଶ୍ୱର ଓ ଦକ୍ଷିଣେଶ୍ୱର ଗତକାଲି ରାତି୍ର ସାଢ଼େ ୯ରେ ବିମାନରେ ଆସି ରାତି ୧୨ଟାରେ ଏନଏସି କାର୍ଯ୍ୟାଳୟରେ ଭୋଗ ଖାଇବା ପରେ ଏକ ବିଶାଳ ଶୋଭାଯାତ୍ରାରେ ଚନ୍ଦ୍ରଭାଗା ତୀର୍ଥ ମଣ୍ଡପରେ ରାତି ସାଢ଼େ୩ରେ ପହଞ୍ଚିଥିଲେ । ସେଠାରେ ଠାକୁରଙ୍କ ସ୍ୱତନ୍ତ୍ର ନୀତି ହୋଇଥିଲା । ଭୋର ୪ଟା ମଧ୍ୟରେ ମହାସ୍ନାନ ପରେ ସେବକ ଓ ସାଧୁସନ୍ଥ ସାହି ସ୍ନାନ କରି ଚନ୍ଦ୍ରଭାଗା ଆଳତୀ କରିଥିଲେ । ପରେ ପୁଲିସ ପ୍ରଶାସନ ପକ୍ଷରୁ ୪.୨୦ରେ ସାଧାରଣ ଭକ୍ତଙ୍କୁ ବୁଡ଼ ପକାଇବାକୁ ଅନୁମତି ଦିଆଯିବା ପରେ ବୁଡ଼ ପକାଇ ପିତୃପୁରୁଷଙ୍କୁ ପିଣ୍ଡ ଦାନ କରି ସକାଳ ୬.୨୬ରେ ସୂର୍ଯେ୍ୟଦୟ ଦର୍ଶନ କରିଥିଲେ । ଏହାପରେ କୋଣାର୍କରେ ନବଗ୍ରହଙ୍କୁ ପୂଜାର୍ଚ୍ଚନା କରି ହୋମଯଜ୍ଞ କରିଥିଲେ । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନେ୍ଦାବସ୍ତ କରାଯାଇଥିଲା । ବ୍ୟାପକ ଆଲୋକ ବ୍ୟବସ୍ଥା, ଟ୍ରାଫିକ, ପାନୀୟ ଜଳ ଓ ପାର୍କିଂ ବ୍ୟବସ୍ଥା ସହ ଶ୍ରଦ୍ଧାଳୁଙ୍କ ପାଇଁ ରାତି ତମାମା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରା ଯାଇଥିଲା ।ତେବେ ବିରୋଧୀଙ୍କ ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରା ଯୋଗୁଁ ଶ୍ରଦ୍ଧାଳୁ ଦୀର୍ଘ ସମୟ ଯାଏ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିବା ଲକ୍ଷ୍ୟ କରାଯାଇଥିଲା ।
ସେହିପରି ଓଡ଼ିଶା ବନ୍ଦ ଯୋଗୁଁ କୋଣାର୍କକୁ ଯାଇପାରିନଥିବା ହଜାର ହଜାର ଶ୍ରଦ୍ଧାଳୁ ଓ ଦର୍ଶନାଥୀ ଭୋରୁ ସମୁଦ୍ର ସ୍ନାନ କରି ପୁରୀରେ ସୂର୍ଯ୍ୟଙ୍କୁ ଦୀପ ଓ ନୈବେଦ୍ୟ ଦେଇ ପୂଜା କରୁଥିବା ଦେଖାଯାଇଥିଲା । ହରିବୋଲ ଓ ହୁଳହୁଳି ଓ ଶଙ୍ଖ ଧ୍ୱନିରେ ବେଳାଭୂମୀ ଅଞ୍ଚଳ ପ୍ରକମ୍ପିତ ହୋଇଥିଲା । ସମୁଦ୍ରରେ ବୁଡ ପକାଇ ଶ୍ରଦ୍ଧାଳୁ ଭକ୍ତ ଶ୍ରୀମନ୍ଦିରକୁ ଯାଇ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିଥିଲେ । ସେହିପରି ଚନ୍ଦ୍ରଭାଗାରେ ବୁଡ ପକାଇ ହଜାର ହଜାର ଶ୍ରଦ୍ଧାଳୁ ମଧ୍ୟ ଏଠାକୁ ଆସି ଶ୍ରୀମନ୍ଦିରରେ ଶ୍ରୀ ଜିଉଙ୍କୁ ଦର୍ଶନ କରିଥିଲେ ।

ସେଆର କରନ୍ତୁ:



Powered by odothemes.com