Balasore

ବିଜେପି ହାତରୁ ଆସନ ଛଡ଼ାଇଲା

39

ଉପନିର୍ବାଚନରେ ବିଜେଡିର ବିଜୟ ଧାରା ଜାରି
ଭୁବନେଶ୍ୱର/ବାଲେଶ୍ୱର, ୨୦ା୧(ଆପ୍ର): ବାଲେଶ୍ୱର, ପଟ୍ଟାମୁଣ୍ଡାଇ ଓ ଗଁଦିଆ ବ୍ଲକ୍ରେ ହୋଇଥିବା ପଞ୍ଚାୟତ ଏବଂ ପୌର ଉପନିର୍ବାଚନରେ ବିଜେଡି ବିପୁଳ ବିଜୟ ହାସଲ କରିଛି । ବାଲେଶ୍ୱର ଉପନିର୍ବାଚନରେ ବିଜେପି ହାତରୁ ବିଜେଡି ଗଡ଼ ଛଡ଼ାଇ ଆଣିଛି । ବାଲେଶ୍ୱର ଜିଲ୍ଲାର ଜୋନ୍ ନଂ ୨୬ ଜିଲ୍ଲାପରିଷଦ ଉପନିର୍ବାନରେ ବିଜେଡି ପ୍ରାର୍ଥୀ କମଲ ସାହୁ ୪୧୧୭ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ଏଠାରେ କଂଗ୍ରେସ ଓ ବିଜେପିକୁ ପଛରେ ପକାଇ ବିଜେଡି ବାଜିମାତ୍ କରିଛି । ସାଢ଼େ ୪ କୋଟି ଓଡ଼ିଆଙ୍କ ସମର୍ଥନ ଓ ଅକୁଣ୍ଠ ଭଲପାଇବା ମୁଖମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ରହିଛି । ଯାହା ସଦ୍ୟ ଅନୁଷ୍ଠିତ ଉପନିର୍ବାଚନ ଫଳାଫଳରୁ ଦେଖିବାକୁ ମଳିଛି । ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ତଥା ସାଂସଦ ପ୍ରତାପ ଦେବ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତି ଆଦୌ ମଳିନ ପଡିନି ଏବଂ ରାଜ୍ୟର ଶାସନ ଠିକ୍‌ଠାକ୍ ଚାଲିଛି । ବିଜେଡି ଆହୁରି ମଜଭୁତ ହେବାରେ ଲାଗିଛି । ବାଲେଶ୍ୱର ୨୬ନଂ ଜିଲ୍ଲା ପରିଷଦ ଜୋନ୍‌, କେନ୍ଦ୍ରାପଡ଼ା ଜିଲ୍ଲା ପେଣ୍ଠପାଳ ପଞ୍ଚାୟତ ଓ ବଡ଼ଆମ୍ବିଳ ପଞ୍ଚାୟତ, ଯାଜପୁର ଜିଲ୍ଲା ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀର ନିଜାମପୁର ପଞ୍ଚାୟତ, ବେତନଟୀ ବ୍ଲକ, ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ୍‌ ବ୍ଲକର ଖଜାପଲ୍ଲୀ ଓ ଶେରଗଡ଼ ବ୍ଲକର କୁମାରପାଣି ଏବଂ ବାରମୁଣ୍ଡଳୀ ପଞ୍ଚାୟତ ଉପନିର୍ବାଚନର ଫଳାଫଳରୁ ଏହା ସ୍ପଷ୍ଟ ଜଣାପଡ଼ିଛି । କ୍ରମାଗତ ଭାବେ ବିଜେପି ଗଣମାଧ୍ୟମରେ ବିଭ୍ରାନ୍ତିକର ମନ୍ତବ୍ୟ ଦେଉଥିବା ସତ୍ତ୍ୱେ ମୁଖ୍ୟମନ୍ତ୍ରୀଙ୍କ ସପକ୍ଷରେ ଜନମତ ଓ ଲୋକପ୍ରିୟତା କମିନି । ଲୋକଙ୍କ ପାଖକୁ ଯାଇ ସେମାନଙ୍କ ସମସ୍ୟା ବୁଝ, ନେତା ଏବଂ କର୍ମୀ କଠିନ ପରିଶ୍ରମ କରି ଜନହିତକର କାର୍ଯ୍ୟ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଅ ବୋଲି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ନୂଆପଡ଼ା ଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ଯେତେ ଯେଉଁଠି ଉପ-ନିର୍ବାଚନ ହୋଇଛି, ସବୁଠି ବିଜୁ ଜନତା ଦଳ ପ୍ରାର୍ଥୀ ଜିତିଆସିଛନ୍ତି । ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ବିଜେପି ବାରମ୍ବାର ଭିତ୍ତିହୀନ ଅଭିଯୋଗ ଆଣୁଛି, ଉପ-ନିର୍ବାଚନ ଫଳାଫଳ ତା’ର ଜ୍ୱଳନ୍ତ ଉଦାହରଣ । ତା’ନହୋଇଥିଲେ ଉପ-ନିର୍ବାଚନରେ ବିଜେଡି ବାଲେଶ୍ୱର ଜିଲ୍ଲା ପରିଷଦ ଜୋନ୍‌ ନଂ ୨୬ରୁ ୫୨% ଭୋଟ ପାଇନଥାନ୍ତା ।
ଗତ ପଞ୍ଚାୟତ ନିର୍ବାଚନରେ ୧୪% ଅଧିକ ଭୋଟ ପାଇ ଏହି ଆସନ ବିଜେପି କବ୍‌ଜାରେ ଥିଲାବେଳେ ଏଥର ଏହି ଦଳକୁ ମାତ୍ର ୯୩୮୫ ଭୋଟ ମିଳିଛି । ବିଜେଡିକୁ ୧୩,୫୦୦ ଭୋଟ ମିଳିଛି । ସେହିପରି କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ବିଧାନସଭା ନିର୍ବାଚନ ମଣ୍ଡଳୀର ବଡ଼ଆମ୍ବିଳ ପଞ୍ଚାୟତରୁ ବିଜେଡି ସମର୍ଥôତ ପ୍ରାର୍ଥୀ ୧୨୨୫ ଭୋଟ ପାଇ ବିଜୟଲାଭ କରିଥିଲା ବେଳେ ବିଜେପି ତୃତୀୟ ଓ କଂଗ୍ରେସ ଦ୍ୱିତୀୟ ସ୍ଥାନରେ ରହିଛି । ପେଣ୍ଠପାଳ ପଞ୍ଚାୟତରୁ ବିଜେଡି ସମର୍ଥôତ ପ୍ରାର୍ଥୀ ୧୪୬୧ ଭୋଟ ପାଇ ଜିତିଥିଲା ବେଳେ ବିଜେପି ସମର୍ଥôତ ପ୍ରାର୍ଥୀଙ୍କ ସ୍ଥାନ ତୃତୀୟରେ ରହିଛି । ସେହିପରି ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକର ୧୬ଟି ୱାର୍ଡ ଉପ-ନିର୍ବାଚନରେ ବିଜେଡି ସମର୍ଥôତ ପ୍ରାର୍ଥୀ ୧୨ଟି ୱାର୍ଡରେ ବିଜୟୀ ହୋଇଛନ୍ତି । ଏଠାରେ କଂଗ୍ରେସକୁ ୩ଟି ଓ ବିଜେପିକୁ ମାତ୍ର ଗୋଟିଏ ଆସନ ମିଳିଛି । ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦଶରଥପୁର ବ୍ଲକ ନିଜାମପୁରରେ ବିଜେଡି ସମର୍ଥôତ ସମିତି ସଭ୍ୟ ପ୍ରାର୍ଥୀ ୧୭୦୦ ଭୋଟ ପାଇ ବିଜୟୀ ହୋଇଛନ୍ତି । ଅନ୍ୟପକ୍ଷରେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ୍‌ ବ୍ଲକରେ ଖଜାପଲ୍ଲୀ ଏବଂ ଶେରଗଡ଼ ବ୍ଲକର କୁମାରପାଣି, ବାରମୁଣ୍ଡଳୀ ପଞ୍ଚାୟତରେ ବିଜେଡି ସମର୍ଥôତ ସରପଞ୍ଚ ପ୍ରାର୍ଥୀ ବିଜୟଲାଭ କରିଛନ୍ତି । ଶ୍ରୀ ଦେବ କହିଛନ୍ତି, ୧୭ ତାରିଖ ଉପ-ନିର୍ବାଚନରେ ଅନୁଗୁଳ ମୁ୍ୟନିସିପାଲିଟି ୧୦ନଂ ୱାର୍ଡରୁ ବିଜେଡି ପ୍ରାର୍ଥୀ ୪୭୬ ଭୋଟ, ପାରାଦୀପ ମୁ୍ୟନିସିପାଲିଟି ୬ନଂ ୱାର୍ଡରୁ ବିଜେଡି ୫୬୦ ଭୋଟ୍‌ ଓ ପଟ୍ଟାମୁଣ୍ଡାଇ ମୁ୍ୟନିସିପାଲିଟି ୧୭ନଂ ୱାର୍ଡରୁ ବିଜେଡି ୪୯୧ ଭୋଟ ପାଇ ବିଜୟୀ ହୋଇଛନ୍ତି । ଏହା ପ୍ରମାଣ କରିଦେଇଛି, ରାଜ୍ୟବାସୀଙ୍କର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ଉପରେ ଆସ୍ଥା ଓ ଭରସା ଅତୁଟ ରହିଛି । ଏହି ଅବସରରେ ମୁଖପାତ୍ର ସସ୍ମିତ ପାତ୍ର, ରାଜ୍ୟ ସଂପାଦକ ବିଜୟ ନାୟକ ଉପସ୍ଥିତ ଥିଲେ ।




Powered by odothemes.com