ଭାରତରେ ପାକିସ୍ତାନ ଜହର! | ସର୍ବସାଧାରଣ ଖବରକାଗଜ
opium-4

ଭାରତରେ ପାକିସ୍ତାନ ଜହର!

50

ଆତଙ୍କବାଦୀଙ୍କ ପକେଟରେ ବ୍ରାଉନ୍ସୁଗର ଟଙ୍କା
ଭୁବନେଶ୍ୱର, ୨୦ା୧(ଆଲୋକ ପାତ୍ର): ପାକିସ୍ତାନ ଜହର ଭାରତରେ ବିକ୍ରି ହେଉଛି । ଏହି ଟଙ୍କା ସିଧାସଳଖ ଟେରରିଷ୍ଟଙ୍କ ପକେଟକୁ ଯାଉଛି । ଭାରତ ଟଙ୍କାରେ ଆତଙ୍କବାଦ ବଢ଼ୁଥିବା ଭଳି ଚାଞ୍ଚଲ୍ୟକର ଖବର ଏକ ଅନୁସନ୍ଧାନରୁ ଜଣାପଡିଛି । ପାକିସ୍ତାନ ନିଶା ଏବେ ଗାଁ ଗାଁରେ ମିଳୁଛି । ମାସକୁ କୋଟି କୋଟି ଟଙ୍କା କାର୍ବାର୍ ହେଉଛି । ଜଳ ଓ ବାୟୁରେ ଭାରତକୁ ଆସୁଛି । ପାକିସ୍ତାନରୁ ବାଂଲାଦେଶ ଦେଇ କୋଲ୍କାତାରେ ପହଞ୍ଚାଇବା ନିଶାବେପାରୀଙ୍କ ପାଇଁ ସୁବିଧା ହେଉଛି । ଏହାକୁ ରୋକିବାରେ ପୁଲିସ୍ ଓ ଅବକାରୀ ବିଭାଗ ବିଫଳ ହୋଇଛି । ସୀମାରେ ପାକିସ୍ତାନ ଜହର ଭାରତକୁ ପ୍ରବେଶ କରିବା ଗୁଇନ୍ଦା ବିଭାଗର ପାରିବା ପଣିଆକୁ ପଦାରେ ପକାଇଛି । ଦେଶବାସୀଙ୍କୁ ପାକିସ୍ତାନ ନିଶା କବଳିତ କରିବାରେ ସକ୍ଷମ ହେବାରେ ଲାଗିଛି । ଅନ୍ୟପକ୍ଷରେ ପାକିସ୍ତାନ ନିଶା ଖାଇବାଦ୍ୱାରା ଦେଶରେ ‘ଏଚ୍ଆଇଭି, ହେପାଟାଇଟିସ୍-ବି ଓ ହେପାଟାଇଟିସ୍-ସି’ ବାପୁଥିବା ଏକ ସର୍ବେକ୍ଷଣରୁ ଜଣାପଡିଛି । ଅଫିମ ଚାଷରେ ଆଫଗାନିସ୍ତାନ ଦ୍ୱିତୀୟସ୍ଥାନ ଅଧିକାର କରିଛି । ଆଗଧାଡିରେ ମିଆମାର୍ ରହିଛି । ଥାଇଲାଣ୍ଡ ଓ ବାଂଙ୍ଗଲାଦେଶରେ ମଧ୍ୟ ଚାଷ ହେଉଛି । ସେହିପରି ଇରାନ୍ରେ ମଧ୍ୟ କାଁ-ଭାଁ ଚାଷ ହେଉଥିବା ଏକ ରିପୋର୍ଟରୁ ଜଣାପଡିଛି । ଅଫିମରୁ ବ୍ରାଉନ୍ସୁଗର ଓ ହିରୋଇନ୍ ପ୍ରସ୍ତୁତ କରାଯାଉଛି । ଅନ୍ୟପକ୍ଷରେ ଅଫିମରୁ ବ୍ରାଉନ୍ସୁଗର ଓ ହିରୋଇନ ଆମଦାନୀ କରିବାରେ ଆଫଗାନିସ୍ତାନ ପ୍ରଥମ ସ୍ଥାନ ଅଧିକାର କରିଛି । ଆଫଗାନସ୍ତାନରେ ଏହି ବ୍ୟବସାୟ ଆତଙ୍କବାଦୀଙ୍କ ହାତରେ ରହିଛି । ସେମାନେ ଜଳପଥ ଦେଇ ବାଂଲାଦେଶରୁ ଭାରତରେ ପହଞ୍ଚାଉଛି । ସୀମା ପାର୍ କରିବାକୁ କେତେକ ମାଫିଆ ମଧ୍ୟ କାର୍ଯ୍ୟ କରୁଛନ୍ତି । ବାଂଲାଦେଶରୁ କୋଲ୍କାତାରେ ପହଞ୍ଚିବା ପରେ ଅନ୍ୟ ଅଞ୍ଚଳକୁ ଯାଉଛି । ବିଶେଷକରି କୋଲ୍କାତାରୁ ଓଡ଼ିଶାର ବାଲେଶ୍ୱର ଓ ଭଦ୍ରକକୁ ପର୍ଯ୍ୟପ୍ତ ପରିମାଣର ବ୍ରାଉନ୍ସୁଗର ଆସୁଛି । ସେଠାରୁ ରାଜଧାନୀ ଭୁବନେଶ୍ୱର ସମେତ ପୁରା ରାଜ୍ୟକୁ ଏହି ନିଶା ବ୍ୟାପିସାରିଛି । ପାନ ଦୋକାନରେ ବି ଏବେ ବ୍ରାଉନ୍ସୁଗର ମିଳୁଛି ।




Powered by odothemes.com