BJD-PRESS-MEET-(5)

ନିମ୍ନସ୍ତରର ରାଜନୀତି କରୁଛନ୍ତି କେନ୍ଦ୍ରମନ୍ତ୍ରୀ: ପ୍ରତାପ

16

ଭୁବନେଶ୍ୱର (ବୁ୍ୟରୋ): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତୃତୀୟ ମହଲାକୁ ନେଇ ମନ୍ତବ୍ୟ ଉପରେ ବିଜେଡି ମୁଖପାତ୍ର ତଥା ସାଂସଦ ପ୍ରତାପ ଦେବ କହିଛନ୍ତି ଯେ ଜଣେ କ୍ୟାବିନେଟ୍ ପାହ୍ୟା ମନ୍ତ୍ରୀ ନିମ୍ନସ୍ତରର ରାଜନୀତି କରୁଛନ୍ତି । କେନ୍ଦ୍ରମନ୍ତ୍ରୀ ଭାବରେ ଜଣେ ବୁ୍ୟରୋକ୍ରାଟ୍ଙ୍କ ସହ ତର୍କ କରିବା କେତେଦୂର ଯଥାର୍ଥ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଜନମତ ଓ ଲୋକପ୍ରିୟତା କମିନି, ଯାହା ଚଳିତମାସ ହୋଇଥିବା ଉପନିର୍ବାଚନ ଫଳାଫଳ ସ୍ପଷ୍ଟ କରିଦେଇଛି । ତେବେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ତାଙ୍କର ବ୍ୟକ୍ତିଗତ ସଚିବଙ୍କୁ ନିଯୁକ୍ତି ଦେବା ଉପରେ କେହି ଟିପ୍ପଣୀ କରିବା ଉଚିତ ନୁହେଁ । ସେହିଭଳି କିଛିଦିନ ତଳେ ଭୁବନେଶ୍ୱର ରେଳ ଷ୍ଟେସନ୍‌କୁ କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ଗସ୍ତ କରି ଘୋଷଣା କରିଥିଲେ ଯେ ଭୁବନେଶ୍ୱର ରେଳ ଷ୍ଟେସନ୍‌କୁ ଆଧୁନିକୀକରଣ ପାଇଁ ଖୁବ୍‌ଶୀଘ୍ର ଏମ୍‌ଓୟୁ କରାଯିବ । ରାଜଧାନୀ ଭୁବନେଶ୍ୱର ରେଳ ଷ୍ଟେସନ୍‌ ଆଧୁନିକୀକରଣ ପାଇଁ ରେଳବାଇ ପକ୍ଷରୁ ଶନିବାର ଏଠାରେ ଏମ୍‌ଓୟୁ ସ୍ୱାକ୍ଷର ଲାଗି ରାଜ୍ୟ ସରକାରଙ୍କ ସହ ଯୋଗାଯୋଗ କରି ଦିନ ସ୍ଥିର ହୋଇଥିଲା । ଏପରିକି ଦିଲ୍ଲୀ ରେଳବାଇ ବୋର୍ଡ କାର୍ଯ୍ୟାଳୟରୁ ଏଥିପାଇଁ ମଧ୍ୟ ଉଚ୍ଚ ପଦାଧିକାରୀ ଆସି ଭୁବନେଶ୍ୱରରେ ପହଞ୍ଚôଥିଲେ । କିନ୍ତୁ ଶେଷ ମୁହୂର୍ତ୍ତରେ ଖୋର୍ଦ୍ଧାରୋଡ୍‌ ଡିଆର୍‌ଏମ୍‌ ଅସୁସ୍ଥତାର ବାହାନା ଦେଖାଇ ଏମ୍‌ଓୟୁ ପାଇଁ ଆସିନଥିଲେ । ଡାକ୍ତରଖାନା ସୂତ୍ରରୁ ଜଣାପଡିଛି, ଡିଆର୍‌ଏମ୍‌ ଅସୁସ୍ଥ ଥିବା ତଥ୍ୟ ସେମାନଙ୍କ ପାଖରେ ନାହିଁ । ତେବେ ପ୍ରଶ୍ନ ଉଠୁଛି, ଡିଆର୍‌ଏମ୍‌ ଏପରି ମିଛ କହି ଅନୁପସ୍ଥିତ ରହିଲେ କାହିଁକି? ଏହା ରାଜନୀତି ଦ୍ୱାରା ପ୍ରେରିତ ନୁହେଁ ତ? ବୋଲି ବିଜୁ ଜନତା ଦଳ ମୁଖପାତ୍ର ଶ୍ରୀ ଦେବ ପ୍ରଶ୍ନ କରିଛନ୍ତି ।




Powered by odothemes.com