baijayanta

କର୍ମୀଙ୍କୁ ଅଣଦେଖା ପ୍ରସଙ୍ଗ ଉଠାଇଲା ରାଜନଗର ବିଜେଡି

49

ବୈଜୟନ୍ତଙ୍କ ବିରୋଧରେ ବଢ଼ୁଛି ଅଭିଯୋଗ
ଭୁବନେଶ୍ୱର (ବୁ୍ୟରୋ): ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପାଇଁ ଅଡ଼ୁଆ ବଢ଼ୁଛି । ଖୁବ୍ଶୀଘ୍ର ହୋଇପାରେ କାର୍ଯ୍ୟାନୁଷ୍ଠାନ । ଦିନକ୍ୁ ଦିନ ଶ୍ରୀ ପଣ୍ଡାଙ୍କ ବିରୋଧରେ ଅସନ୍ତୋଷ ପ୍ରକାଶ ପାଇବା ସହ ଅଭିଯୋଗର ଫର୍ଦ୍ଦ ବଢ଼ୁଛି । ପୂର୍ବରୁ କେନ୍ଦ୍ରାପଡ଼ା, ଆଳି, ନିଶ୍ଚିତକୋଇଲି ନିର୍ବାଚନ ମଣ୍ଡଳୀର ବିଜେଡି କର୍ମୀମାନେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ଫେରାଦ୍ ହୋଇଥିଲେ । ପୁଣି ଶୁକ୍ରବାର ରାଜନଗର ନିର୍ବାଚନ ମଣ୍ଡଳୀର ଶତାଧିକ ବିଜେଡି କର୍ମୀ ସାଂସଦ ବୈଜୟନ୍ତଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଅଭିଯୋଗ କରିଛନ୍ତି । ରାଜନଗର ନିର୍ବାଚନୀ ମଣ୍ଡଳୀର ବିଜେଡି କର୍ମୀ କହିଛନ୍ତି ଯେ, କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ନିର୍ବାଚନ ଜିତିବା ପରଠାରୁ ଆମ୍ଭମାନଙ୍କ ସହିତ କୌଣସି ସମ୍ପର୍କ ନରଖି ବିରୋଧୀଙ୍କ ସହ ସମ୍ପର୍କ ରଖୁଛନ୍ତି । ଯାହା ବି କାର୍ଯ୍ୟକ୍ରମ କରନ୍ତି, ତାଙ୍କ ବ୍ୟକ୍ତିଗତ କର୍ମଚାରୀଙ୍କ ଦ୍ୱାରା କରିଥାନ୍ତି । ଏପରିକି ଯେତେବେଳେ ଆମ ନିର୍ବାଚନ ମଣ୍ଡଳୀଙ୍କୁ ଆସନ୍ତି ବିଜେଡି କର୍ମୀ ଏବଂ ସ୍ଥାନୀୟ ନେତାଙ୍କୁ ଜଣାନ୍ତି ନାହିଁ । ସାଂସଦ ପାଣ୍ଠିକୁ ସେ ନିଜ ମନମୁଖି ଓ ବିରୋଧୀଙ୍କ କଥାରେ କାର୍ଯ୍ୟକାରୀ କରୁଛନ୍ତି । ସ୍ଥାନୀୟ ଅଞ୍ଚଳର କର୍ମୀଙ୍କୁ ସବୁବେଳେ ଅଣଦେଖା ମଧ୍ୟ କରୁଛନ୍ତି । ସାଂସଦଙ୍କ ଏଭଳି କାର୍ଯ୍ୟ ପାଇଁ ବିଜେଡି କର୍ମୀମାନେ ମର୍ମାହତ । ତେଣୁ ସାଂସଦ ଶ୍ରୀ ପଣ୍ଡାଙ୍କର ଦଳବିରୋଧୀ ଓ ମନୋମୁଖୀ କାର୍ଯ୍ୟ ପାଇଁ ତାଙ୍କ ବିରେଧରେ ଦଳୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁୂଖ୍ୟମନ୍ତ୍ରୀଙ୍କୁ ରାଜନଗର ନିର୍ବାଚନ ମଣ୍ଡଳୀର କର୍ମୀ ଲିଖିତ ଅଭିଯୋଗ କରିଛନ୍ତି । ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କର୍ମୀଙ୍କ ଅଭିଯୋଗକୁ ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ନିକଟକୁ ପଠାଇ ଦିଆଯାଇଛି । ସେ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବେ । କେନ୍ଦ୍ରାପଡ଼ା ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ବିଧାୟିକା ପ୍ରମିଳା ମଲ୍ଲିକ ଉକ୍ତ ଘଟଣାର ତଦନ୍ତ କରି ରିପୋର୍ଟ ପ୍ରଦାନ କରିବା ପରେ ନିଷ୍ପତ୍ତି ନେବେ ।

ସେଆର କରନ୍ତୁ:



Powered by odothemes.com