delanga

ନେତାଜୀ ସଂଗ୍ରହାଳୟ ଆଗରେ ବିକ୍ଷୋଭ

42

ପୁରୀ/ଡେଲାଙ୍ଗ(ଆପ୍ର): ସ୍ଥାନୀୟ ଗୋପାଳବଲ୍ଲଭ ରୋଡ୍ରେ ଥିବା ନେତାଜୀ ସଂଗ୍ରହାଳୟ କାମ ଶେଷ ହୋଇଥିଲେ ବି ଏହା ଦୀର୍ଘଦିନ ହେଲା ବନ୍ଦ ରହିଛି । ଆଇନର ଜାଲରେ ଛନ୍ଦି ହୋଇ ବନ୍ଦ ରହିଥିବା ସଂଗ୍ରହାଳୟକୁ ଦେଖି କ୍ଷୋଭ ପ୍ରକାଶ କରିଛନ୍ତି ସୁବାଷ ବୋଷଙ୍କ ଗୁରୁ ତଥା ଆଜାଦହିନ୍ଦ ଫୌଜର ଅନ୍ୟତମ ପ୍ରତିଷ୍ଠାତା ରାସବିହାରୀ ବୋଷଙ୍କ ପରିବାର ସଦସ୍ୟ । ସେମାନେ ସଂଗ୍ରହାଳୟ ଖୋଲିବା ଦାବିରେ ଏହା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ନେତାଜୀ ଜନ୍ମମାଟି ଯାତ୍ରାରେ ଆସି ଗୁରୁବାର ଏଠାରେ ପହଞ୍ଚôଥିବା ରାସବିହାରୀଙ୍କ ନାତି ପାର୍ଥ ସାରଥୀ ବୋଷ, ପୁତୁରା ରଜନୀକାନ୍ତ ବୋଷ, ଜ୍ୟୋତି ପ୍ରକାଶ ବୋଷ ପ୍ରମୁଖ ନେତାଜୀଙ୍କ ପ୍ରତିମୂର୍ତ୍ତିକୁ ପରିଷ୍କାର କରିବା ସହ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏଥି ସହିତ ନେତାଜୀ ସଂଗ୍ରହାଳୟକୁ ଯାଇ ଏହା ବନ୍ଦଥିବା ଦେଖି କ୍ଷୋଭ ପ୍ରକାଶ କରିବା ସହ ତୁରନ୍ତ ସର୍ବସାଧାରଣଙ୍କ ପାଇଁ ଖୋଲିବା ଦିଗରେ ରାଜ୍ୟ ସରକାର ପଦକ୍ଷେପ ନେବାକୁ ଦାବି କରିଥିଲେ । ସେହିପରି ନେତାଜୀ ଜନ୍ମମାଟି ଯାତ୍ରାର ଆବାହକ ଦେବୀ ପ୍ରସାଦ ପୃଷ୍ଟି, ମନୋରଞ୍ଜନ ନାୟକ, ସୁକାନ୍ତ ସାହୁ, ଗୀତାଞ୍ଜଳୀ ସ୍ୱାଇଁ ପ୍ରମୁଖ ସଂଗ୍ରହାଳୟ ବାହାରୁ ଦେଖିବା ସହ ଏହାକୁ ତୁରନ୍ତ ଖୋଲାଯିବାକୁ ଦାବି କରିଛନ୍ତି । ଶୁକ୍ରବାର ଅପରାହ୍ନରେ ସ୍ୱର୍ଗତ୍ ରାସବିହାରୀଙ୍କ ପରିବାରବର୍ଗ ସତ୍ୟବାଦୀର ଐତିହାସିକ ବକୁଳବନରେ ପହଞ୍ଚି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ସହିତ ପଞ୍ଚସଖାଙ୍କ ପ୍ରତିମୂତ୍ତିରେ ମାଲ୍ୟପର୍ଣ କରିଥିଲେ । ରାସ ବିହାରୀଙ୍କ ପରିବାର ସଦସ୍ୟଙ୍କ ସହିତ ଉତ୍କଳ ବିକାଶ ଯୁବ ପରିଷଦ ସଦସ୍ୟ ସାମିଲ ହୋଇଥିଲେ । ସେମାନେ ପଞ୍ଚସଖା ମଣ୍ଡପରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ବକୁଳବନ ସୁରକ୍ଷା ମଞ୍ଚର ଦେବାଶିଷ ମିଶ୍ର, ଦେବ ଲୋଭାନ, ଆଶିଷ ମହାପାତ୍ର, ଅଭିଜିତ୍ ସେନାପତି, ହାପି ରଥ, ମନ ସାମନ୍ତରାୟ, ମନୋଜ ପଣ୍ଡା ପ୍ରମୁଖ ଏହି ଯାତ୍ରୀଙ୍କୁ ବକୁଳବନ ପରିଦର୍ଶନରେ ସହଯୋଗ କରିଥିଲେ । ଏହି ଅବସରରେ ପଞ୍ଚସଖାଙ୍କ ପ୍ରତିମୂର୍ତ୍ତି ନିକଟରେ ସ୍ମୁତିଚାରଣ ସଭା ଆୟୋଜିତ ହୋଇଥିଲା । ଉତ୍କଳମଣିଙ୍କ ଆତ୍ମଜ ଧୀରେନ୍ଦ୍ର ନାଥ ଦାସ ସୁବାଷ ବୋଷ ଏବଂ ଗୋପବନ୍ଧୁ ମଧ୍ୟରେ ଥିବା ବହୁ ଅଜଣା ତଥ୍ୟ ଉପସ୍ଥାପନ କରିଥିଲେ ।




Powered by odothemes.com