barandare-chalichhi-anganabadi-kendra--(3)

ଭଙ୍ଗା ବାରଣ୍ଡାରେ ଚାଲିଛି ଅଙ୍ଗନୱାଡି

35

କୋରାଇ (ଆପ୍ର): କୋରାଇ ବ୍ଲକ ଅନ୍ତର୍ଗତ ଗୋଳେଇପୁର ପଞ୍ଚାୟତର ସାନ ବିରୁଆଁ ଗ୍ରାମର ୧୪ ନଂ ୱାର୍ଡରେ ଏକ ଅଙ୍ଗନୱାଡି କେନ୍ଦ୍ର ଦୀର୍ଘବର୍ଷ ଧରି ୮୦ବର୍ଷର୍ର ବୃଦ୍ଧ ଧରଣିଧର ଦଳେଇଙ୍କ ବାରଣ୍ଡାରେ ଚାଲିଆସୁଅଛି । ଅଙ୍ଗନୱାଡି କେନ୍ଦ୍ର ପାଇଁ ନା ରହିଛି ପ୍ରଶାସନିକ ସହାୟତା ନାହିଁ ନଜର । ଏନେଇ ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଲେ ସୁଦ୍ଧା କୌଣସି ସୁଫଳ ମିଳୁନି । ତେବେ ବିରୁଅାଁର ଏହି ଅଙ୍ଗନୱାଡିରେ ୩୦ଜଣ କୁନିକୁନି ଶିଶୁ ପାଠପଢ଼ୁଛନ୍ତି । ତେବେ ଶିଶୁଙ୍କର ଉନ୍ନତି ପାଇଁ ଏହି ଭଙ୍ଗା ବାରଣ୍ଡାରେ ପାଠପଢ଼ିବାକୁ ଅଭିଭାବକମାନେ ଛାଡ଼ୁଛନ୍ତି । ଯଦିଓ ପ୍ରତ୍ୟେକ ଗ୍ରାମରେ କୁନିକୁନି ଶିଶୁମାନଙ୍କ ନିମନ୍ତେ ଅଙ୍ଗନୱାଡି ନିର୍ମାଣ କରାଯାଇ ସହାୟିକା ଓ ପାଚିକା ନିଯୁକ୍ତି ଦିଆଯିବା ସହିତ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି । କିନ୍ତୁ ସାନବିରୁଆଁର ଏହି ଅଙ୍ଗନୱାଡି କେନ୍ଦ୍ରଟି ଭଙ୍ଗା ବାରଣ୍ଡାରେ ଚାଲିଛି । ଏହି କେନ୍ଦ୍ରରେ ସହାୟିକା ଓ ପାଚିକା ନିଯୁକ୍ତି ହୋଇଛନ୍ତି । ତେବେ କେନ୍ଦ୍ର ନଥିବାରୁ ପ୍ରଶାସନ ପକ୍ଷରୁ ନୂତନ ଅଙ୍ଗନୱାଡି ନିର୍ମାଣ ପାଇଁ ଅଭିଭାବକ ମହଲରେ ଦାବି ହୋଇଛି ।

ସେଆର କରନ୍ତୁ:



Powered by odothemes.com