School-Jagannathprasad

କୁଡ଼ିଆରେ ଚାଲିଛି ପାଠପଢ଼ା

27

ଜଗନ୍ନାଥପ୍ରସାଦ (ଆପ୍ର): ସ୍ଥାନୀୟ ବ୍ଲକଠାରୁ ମାତ୍ର ପାଞ୍ଚ କି.ମି ଦୂରରେଥିବା ତାଳପଙ୍କା ଗ୍ରାମର ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି । ଏଠାରେ ଏକ ଝାଟିମାଟି କୁଡିଆରେ ଆଖ ପାଖ ଅଞ୍ଚଳର ୪୦ଜଣ କୁନି କୁନି ପିଲାମାନଙ୍କୁ ନେଇ ପ୍ରାଥମିକ ଶିକ୍ଷାଦାନ ଚାଲିଛି । ପାଠପଢ଼ାଇବା ପାଇଁ ଏଠାରେ ଗୋଟିଏ ପକ୍କା ଘର ନାହିଁ । ବର୍ଷାଦିନ ଆସିଲେ ସ୍କୁଲ ଛୁଟି କରି ଦିଆଯାଉଛି । ବିଦ୍ୟାଳୟଟି ଦୁଇଜଣ ଶିକ୍ଷକଙ୍କୁ ନେଇ ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ଶିକ୍ଷାଦାନ ଚାଲିଛି । ମଧ୍ୟାହ୍ନଭୋଜନ ପାଇଁ ଗୃହଟିଏ ନଥିବା ବିଦ୍ୟାଳୟର ଶିକ୍ଷକ ଓ ଗ୍ରାମବାସୀ ପ୍ରକାଶ କରିଛନ୍ତି । ନାନା ସମସ୍ୟାରେ ଜର୍ଜରିତ ଏହି ବିଦ୍ୟାଳୟ ପ୍ରତି ପ୍ରଶାସନର କେବେ ହେଲେ ଦୃଷ୍ଟି ପଡୁନାହିଁ । ଏଠାକୁ ଦୈନନ୍ଦିନ ଯାତାୟତ ପାଇଁ ଭଲ ରାସ୍ତାଟିଏ ନଥିବା ଗ୍ରାମବାସୀ କହିଛନ୍ତି ।

ସେଆର କରନ୍ତୁ:



Powered by odothemes.com