ବାଜି ମାରିନେଲା ବିଜେଡି: ରଞ୍ଜିତ ବିଜୟୀ | ସର୍ବସାଧାରଣ ଖବରକାଗଜ
PMI-BIJAYAI-BJD-PRATHI-RALLY

ବାଜି ମାରିନେଲା ବିଜେଡି: ରଞ୍ଜିତ ବିଜୟୀ

36

ପଟ୍ଟାମୁଣ୍ଡାଇ(ଆପ୍ର): ମାଟିଆ ଉପନିର୍ବାଚନର ଫଳାଫଳ ପ୍ରକାଶ ପାଇଛି । ବିଜେଡି ପ୍ରାର୍ଥୀ ରଞ୍ଜିତ ମଳିକ, କଂଗ୍ରେସ ପକ୍ଷରୁ ସୁବାସ ମଳିକ ଓ ବିଜେପି ପକ୍ଷରୁ ବିପିନ ବିହାରୀ ମଳିକ ପ୍ରତିଦ୍ୱନ୍ଦିତା କରୁଥିଲେ । ବିଜେଡି ପ୍ରାର୍ଥୀ ରଞ୍ଜିତ ମଳିକ ୪୯୧ ଖଣ୍ଡ ଭୋଟ୍ ପାଇ ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସ ପ୍ରାର୍ଥୀ ସୁବାସ ମଳିକଙ୍କୁ ୯୨ ଖଣ୍ଡ ଭୋଟରେ ପରାଜିତ କରିଛନ୍ତି । ମତଦାନ ହୋଇଥିବା ସର୍ବମୋଟ ୧୦୪୯ ଭୋଟ ମଧ୍ୟରୁ ବିଜେଡି ପ୍ରାର୍ଥୀ ରଞ୍ଜିତ ୪୯୧, କଂଗ୍ରେସ ପ୍ରାର୍ଥୀ ସୁବାସ ୩୯୯ ଓ ବିଜେପି ପ୍ରାର୍ଥୀ ବିପିନ ୧୫୯ ଖଣ୍ଡ ଭୋଟ ପାଇଥିବା ସରକାରୀ ଭାବେ ଜଣାପଡିଛି । ଆଜି ସକାଳ ୮ ଘଟିକା ସମୟରେ ନିର୍ବାଚନ ଅଧିକାରୀ ତଥା କେନ୍ଦ୍ରାପଡା ଉପଜିଲ୍ଲାପାଳ ଡ. କାହ୍ନୁ ଚରଣ ଧୀରଙ୍କ ଉପସ୍ଥିତିରେ ପଟ୍ଟାମୁଣ୍ଡାଇ ପୌର ପରିଷଦ କାର୍ଯ୍ୟାଳୟ ଠାରେ ଭୋଟ ଗଣତି କରାଯାଇ ଫଳାଫଳ ଘୋଷଣା କରାଯାଇଥିଲା । ନବନିର୍ବାଚିତ ବିଜେଡି କାଉନ୍ସିଲର୍ ରଞ୍ଜିତ ମଳିକଙ୍କୁ କେନ୍ଦ୍ରାପଡ଼ା ବିଧାୟକ କିଶୋର ତରାଇ, ଜିଲ୍ଲା ବିଜେଡି ସଭାପତି ତଥା ରାଜନଗର ନିର୍ବାଚନମଣ୍ଡଳୀ ବିଜେଡିନେତା ଧୃବ ସାହୁ , ପଟ୍ଟାମୁଣ୍ଡାଇ ପୌରାଧ୍ୟକ୍ଷା ବୈଜୟନ୍ତୀମାଳା ଲେଙ୍କା , ଉପାଧ୍ୟକ୍ଷ ସୁମନ୍ତ ପାତ୍ର, ପୂର୍ବତନ ପୌରାଧ୍ୟକ୍ଷ ହେମନ୍ତ ସାହୁ, ବ୍ଲକ ବିଜେଡି ସଭାପତି କିଶୋର ସାହୁ, ନଗର ବିଜେଡି ସଭାପତି ଭୋଳାନାଥ ପାଢୀ, ରାଜ୍ୟ ବିଜେଡି ସଂଖ୍ୟାଲଘୁ ସେଲ ସାଧାରଣ ସଂପାଦିକା ରିଜୁୱାନା ବେଗମ, ରାଜ୍ୟ ଯୁବବିଜେଡି ସାଧାରଣ ସଂପାଦକ ମାନସ ରଞ୍ଜନ ସାମଲଙ୍କ ସମେତ ଅନ୍ୟ ବିଜେଡି କର୍ମୀ ତଥା ନେତାମାନେ ଅଭିନନ୍ଦନ ଜ୍ଞାପନ କରିଛନ୍ତି ।




Powered by odothemes.com