ସ୍କିମ୍ ୱାର୍କରଙ୍କ ଦେଶବ୍ୟାପୀ ଧର୍ମଘଟ | ସର୍ବସାଧାରଣ ଖବରକାଗଜ
Protest-by-scheme-workers

ସ୍କିମ୍ ୱାର୍କରଙ୍କ ଦେଶବ୍ୟାପୀ ଧର୍ମଘଟ

27

ବାଲେଶ୍ୱର,୧୭ ।୧(ଆପ୍ର): କେନ୍ଦ୍ରସରକାରଙ୍କ ଯୋଜନାରେ କାର୍ଯ୍ୟ କରୁଥିବା ସହସ୍ରାଧିକ ଅଙ୍ଗନୱାଡ଼ି, ପାଚିକା ଓ ଆଶାକର୍ମୀମାନେ ଜିଲ୍ଲାପାଳଙ୍କ ଦପ୍ତର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ପ୍ରଧାନମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଜିଲ୍ଲା ପ୍ରଶାସନ ଜରିଆରେ ଦାବିପତ୍ର ପ୍ରଦାନ କରିଛନ୍ତି । ସ୍କିମ୍ୱାର୍କରସ୍ମାନଙ୍କୁ ମାସିକ ୧୮ ହଜାର ଟଙ୍କା ବେତନ, ସରକାରୀ କର୍ମର୍ଚାରୀ ମାନ୍ୟତା, ମାସିକ ୩ହଜାର ଟଙ୍କା ପେନ୍ସନ୍, ସାମାଜିକ ସୁରକ୍ଷା ଓ ସ୍କିମ୍ୱାର୍କରମାନଙ୍କୁ କେନ୍ଦ୍ରୀୟ ଯୋଜନାରେ ରାଜ୍ୟମାନଙ୍କୁ ଶତ ପ୍ରତିଶତ ଅର୍ଥ ପ୍ରଦାନ ଓ ଘରୋଇକରଣ ବନ୍ଦକରିବା ପ୍ରଭୃତି ଦାବିରେ ଚଳିତ ମାସ ୧୭ ତାରିଖ ଦିନ ଦେଶବ୍ୟାପୀ ଧର୍ମଘଟ ପାଇଁ କେନ୍ଦ୍ରୀୟ ଶ୍ରମିକ ସଂଗଠନମାନେ ଆହ୍ୱାନ ଦେଇଥିଲେ । ଏଆଇଟିୟୁସି ସହ ସହବଂଧିତ ସ୍କିମ୍ ୱାର୍କରମାନଙ୍କ ୩ଟି ସଂଘକୁ ନେଇ ଗଠିତ ମିଳିତ ମଞ୍ଚ ତରଫରୁ ଧର୍ମଘଟରେ ଯୋଗ ଦେଇଥିବା ୱାର୍କର୍ସମାନେ ରେଳ ଷ୍ଟେସନରୁ ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ ଫାଟକ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ରାଜ୍ୟସ୍ତରୀୟ ଦାବି ପୂରଣ ପାଇଁ ମୁଖ୍ୟମନ୍ତ୍ରୀ ଓ ଜିଲ୍ଲାସ୍ତରୀୟ ଦାବି ପୂରଣ ପାଇଁ ଜିଲ୍ଲାପାଳଙ୍କୁ ମଧ୍ୟ ଦାବିପତ୍ର ଦିଆଯାଇଥିଲା ବିକ୍ଷୋଭ ସମାବେଶ ସଭାରେ ଗୌରାଙ୍ଗ ପାଣିଗ୍ରାହୀ ଅଧ୍ୟକ୍ଷତା କରିଥିଲେ । ସ୍କିମ୍ ୱାର୍କର ମିଳିତ ମଞ୍ଚର ଆବାହିକା ତଥା ଅଙ୍ଗନୱାଡ଼ି ସଂଘର ଜିଲ୍ଲା ସଂପାଦିକା ଗୌରୀ ଦାସ, ଡେପୁଟି ସଂପାଦିକା ଆରତି ଦାସମହାପାତ୍ର, ଆଶାକର୍ମୀ ସଂଘର ଜିଲ୍ଲାନେତ୍ରୀ ନମିତା ବେହେରା, ପାଚିକା ସଂଘର ଜିଲ୍ଲା ସଂପାଦିକା ଲକ୍ଷ୍ମୀପି୍ରୟା ପାଣିଗ୍ରାହୀଙ୍କ ସମେତ ବିଭିନ୍ନ ବ୍ଲକ୍ ସଭାନେତ୍ରୀ ରେଣୁବାଳା ପାତ୍ର, ସୁକାନ୍ତି ବିଶ୍ୱାଳ, ରିଙ୍କି ମଜୁମଦାର, ବର୍ଷା ଭାର୍ଗବୀ ରଥ, ସୁକାନ୍ତି ନାୟକ, ମିନତୀ ପଣ୍ଡା, ରାଧାରାଣୀ ପଣ୍ଡା, ସୁବାସିନୀ ପାଣିଗ୍ରାହୀ, ଜୟଶ୍ରୀ ରାଉତ, ଜୟନ୍ତୀ ରାଉତ, କଳ୍ପନା ଦାସ, ବନିତା ରାଜ, କାଞ୍ଚନ ଦାସ, ସ‘ିନା ବେୱା, କବିତା ରଣା ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ । ଏଆଇଟିୟୁସିର ଜିଲ୍ଲା ସଭାପତି ଭାଗବତ ପ୍ରତିହାରୀ କେନ୍ଦ୍ର ଓ ରାଜ୍ୟ ସରକାର ସ୍କିମ୍ ୱାର୍କରଭାବେ କାର୍ଯ୍ୟ କରୁଥିବା ମହିଳାମାନଙ୍କ ଶ୍ରମ ଶୋଷଣ କରି ସେମାନଙ୍କୁ ଠକି ଚାଲିଛନ୍ତି । ଏହାର ଦୃଢ଼ ପ୍ରତିବାଦ କରାଯିବା ଉଚିତ ବୋଲି ମତ ପ୍ରଦାନ କରିଥିଲେ । ବିକ୍ଷୋଭ ସମାବେଶ ଓ ଶୋଭାଯାତ୍ରା ପରିଚାଳନା ଶ୍ୟାମସୁନ୍ଦର ଜେନା, ଶଶିକାନ୍ତ ବେହେରା ଓ ଜୟନ୍ତ ସିଂହ, ଅନୁସୂୟା ଦଳେଇ, ନମିତା ସାହୁ ପ୍ରମୁଖ ନେତୃତ୍ୱ ନେଇଥିଲେ ।




Powered by odothemes.com