petrol

ସର୍ବକାଳୀନ ରେକର୍ଡ: ପେଟ୍ରୋଲ ୭ଠ, ଡିଜେଲ ୬୬

62

ଭୁବନେଶ୍ୱର/ନୂଆଦିଲ୍ଲୀ, ୧୫ା୧ (ବୁ୍ୟରୋ): ପେଟ୍ରୋଲ ଓ ଡିଜେଲର ମୂଲ୍ୟକୁ ଦୈନନ୍ଦିନ ଧାର୍ଯ୍ୟ କରାଯାଉଛି । ପ୍ରାୟ ୧୫ ବର୍ଷର ପରମ୍ପରାକୁ ଭାଙ୍ଗି ଏବେ ଏହି ନିଷ୍ପତ୍ତି କେନ୍ଦ୍ର ସରକାର ନେଇଛନ୍ତି । କିନ୍ତୁ ଇତିମଧ୍ୟରେ ଡିଜେଲ ଓ ପେଟ୍ରୋଲ ଦର ବହୁମାତ୍ରାରେ ବୃଦ୍ଧି ପାଇଛି । ତାହା ସାଧାରଣ ଖାଉଟିର ଅଗୋଚରରେ ରହିଛି । ଆଜି ଦିଲ୍ଲୀ ସମେତ ଅନ୍ୟାନ୍ୟ ମେଟ୍ରୋ ସହରରେ ଡିଜେଲ ମୂଲ୍ୟ ସର୍ବାଧିକ ହୋଇଛି । ଦିଲ୍ଲୀରେ ୬୧.୭୪ ଟଙ୍କାରେ ଡିଜେଲ ବିକ୍ରି କରାଯାଉଥିବାବେଳେ ମୁମ୍ବାଇରେ ୬୫.୭୪ ଟଙ୍କା ରହିଛି । ସେହିଭଳି ପେଟ୍ରୋଲ ଦିଲ୍ଲୀରେ ଲିଟର ପିଛା ୭୧.୧୮ ଟଙ୍କାରେ ପହଞ୍ଚôଛି । ଯାହା ଅଗଷ୍ଟ ୨୦୧୪ ପରେ ସର୍ବାଧିକ ବୃଦ୍ଧି ବୋଲି ଜଣାପଡିଛି । ଭୁବନେଶ୍ୱରରେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଛି । ପେଟ୍ରୋଲ ଲିଟର ପିଛା ୭୦ ଟଙ୍କା ୨ ପଇସା ଥିବାବେଳେ ଡିଜେଲ ଲିଟର ମୂଲ୍ୟ ୬୬ ଟଙ୍କା ୨୦ ପଇସା ରହିଛି । ୯ ତାରିଖରେ ଡିଜେଲ ମୂଲ୍ୟ ୬୫ ଟଙ୍କା ଥିବାବେଳେ ୧୦ ତାରିଖରେ ୬୫ଟଙ୍କା ୨୨ ପଇସା, ୧୧ ତାରିଖରେ ୬୫ ଟଙ୍କା ୩୧ ପଇସା ଓ ୧୫ ତାରିଖରେ ଏହା ୭୯ ପଇସା ବୃଦ୍ଧି ପାଇ ୬୬ ଟଙ୍କା ୨୦ ପଇସାରେ ପହଞ୍ଚôଛି । ପେଟ୍ରୋଲରେ ମଧ୍ୟ ଅନୁରୂପ ସ୍ଥିତି ଦେଖାଦେଇଛି । ୯ ତାରିଖରେ ଲିଟର ପିଛା ମୂଲ୍ୟ ୬୯.୪୨ ଟଙ୍କା, ୧୦ ତାରିଖରେ ୬୯.୪୯ ଟଙ୍କା, ୧୧ ତାରିଖରେ ୬୯.୫୩ ଟଙ୍କା ଥିବାବେଳେ ଆଜି ୪୯ ପଇସା ବୃଦ୍ଧି ପାଇ ୭୦ଟଙ୍କା ୦୨ ପଇସା ହୋଇଛି । ଡିସେମ୍ବର ୧୨ ତାରିଖରେ ଡିଜେଲ ଲିଟର ପିଛା ୫୮.୩୪ ପଇସାରେ ବିକ୍ରି ହେଉଥିଲା । ନଭେମ୍ବର ତୁଳନାରେ ୨ଟଙ୍କା ୯ ପଇସା ବୃଦ୍ଧି ହୋଇଥିଲା । ବିଜେପି ନେତୃତ୍ୱାଧୀନ ଏନ୍ଡିଏ ସରକାର ତାଙ୍କ କାର୍ଯ୍ୟକାଳରେ ଅବକାରୀ ଶୁଳ୍କକୁ ଅକ୍ଟୋବର ୨୦୧୭ରେ ୨ ଟଙ୍କା ହ୍ରାସ କରିଛନ୍ତି । ହେଲେ ସେହି ସମୟରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୭୦ ଟଙ୍କା ୮୮ ପଇସା ଥିଲାବେଳେ ଡିଜେଲ ୫୯ ଟଙ୍କା ୧୪ ପଇସା ଥିଲା । ଗତ ସପ୍ତାହରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ କେନ୍ଦ୍ର ସରକାର ଅବକାରୀ ଶୁଳ୍କ ହ୍ରାସ କରିଛନ୍ତି । ରାଜ୍ୟ ସରକାରମାନେ ଭାଟ୍ ହ୍ରାସ କରନ୍ତୁ ବୋଲି କହିଥିଲେ । ତେଣୁ ରାଜ୍ୟ ସରକାର ଏ ଦିଗରେ ପଦକ୍ଷେପ ନେବା ଉଚିତ୍ ବୋଲି ସେ ସୂଚନା ଦେଇଥିଲେ । ତେବେ କେତେକ ରାଜ୍ୟ ସରକାର ଅବକାରୀ ଶୁଳ୍କ ହ୍ରାସ ହେବାପରେ ଭାଟ୍ ହ୍ରାସ କରିଥିଲେ । କିନ୍ତୁ ଦିଲ୍ଲୀ ସରକାର ଭାଟ୍ କମାଇନଥିଲେ । ୨୦୧୭ ଅକ୍ଟୋବରରେ ଅବକାରୀ ଶୁଳ୍କ ବାବଦରେ ସରକାର ବାର୍ଷିକ ୨୬ ହଜାର କୋଟି ଟଙ୍କା ପାଉଥିଲାବେଳେ ଏହାପରେ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ୧୩ ହଜାର କୋଟି ଟଙ୍କା ପାଇବେ ବୋଲି ଆକଳନ କରାଯାଇଛି । ନଭେମ୍ବର ୨୦୧୪ରୁ ଜାନୁଆରୀ ୨୦୧୬ ମଧ୍ୟରେ ପେଟ୍ରୋଲ ଓ ଡିଜେଲରେ ଅବକାରୀ ଶୁଳ୍କ ୯ ଥର ବୃଦ୍ଧି କରାଯାଇଛି । ଏହି ୧୫ ମାସ ମଧ୍ୟରେ ପେଟ୍ରୋଲରେ ୧୧ ଟଙ୍କା ୭୭ ପଇସା ଓ ଡିଜେଲରେ ୧୩ ଟଙ୍କା ୪୭ ପଇସା ବୃଦ୍ଧି ହୋଇଥିଲା । ଯାହାଫଳରେ କେନ୍ଦ୍ର ସରକାର ଅବକାରୀ ଶୁଳ୍କ ବାବଦରେ ଆୟ ଦୁଇଗୁଣ କରିପାରିଥିଲେ । ୨୦୧୪-୧୫ରେ ଏ ବାବଦରେ ୯୯ ହଜାର କୋଟି ଟଙ୍କା ଆଦାୟ ହୋଇଥିବାବେଳେ ୨୦୧୬-୧୭ରେ ଏହା ୨୪୨,୦୦୦ କୋଟିରେ ପହଞ୍ଚôଛି । ଆଗରୁ ମାସର ପହିଲା ଓ ୧୬ ତାରିଖ ମଧ୍ୟରାତିରୁ ଡିଜେଲ ଓ ପେଟ୍ରୋଲ ମୂଲ୍ୟ ବୃଦ୍ଧି ହେଉଥିଲା । ହେଲେ ଏହି ବ୍ୟବସ୍ଥାକୁ ପରିବର୍ତ୍ତନ କରାଯାଇ ଦୈନନ୍ଦିନ କରାଯାଉଛି ।

ସେଆର କରନ୍ତୁ:



Powered by odothemes.com