କାଳ ହେଲା ରିଭଲ୍ଭର୍ରେ ଖେଳ: ଗୁଳି ଫୁଟି ବାଳକ ଗୁରୁତର

badambadi-high-court-caloni-thare-bandhukaru-guli-phuti-balaka-ahata-(13)

କଟକ(ବୁ୍ୟରୋ): ବାରବର୍ଷର ବାଳକ ଅନୁଭବ ମନଖୁସିରେ ଆସିଥିଲା ବାଦାମବାଡି ହାଇକୋର୍ଟ କଲୋନୀରେ ରହୁଥିବା ସାଙ୍ଗ ପୀୟୁଷ ଘରକୁ । ହେଲେ ସେଠାରେ ଘଟିଲା ଅଘଟଣ । ବାପାଙ୍କ ବ୍ୟାଗରେ ଥିବା ରିଭଲଭର ଆଣି ଦୁହେଁ ଖେଳୁଖେଳୁ ଫୁଟିଲା ଗୁଳି ଓ ବାଜିଲା ମୁଣ୍ଡରେ । ଚଟାଣ ଉପରେ ଅନୁଭବ ଟଳିପଡିଲା । ଏଭଳି ଏକ ଅଘଟଣ ସହରରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ବାଦାମବାଡି ପୁଲିସ ଆହତ ବାଳକକୁ ଚିକିସôା ପାଇଁ ମେଡିକାଲ୍ରେ ଭର୍ତ୍ତି କରି ତଦନ୍ତ ଚଳାଇଛି । ସ୍ଥାନୀୟ କମଳପୁରର ପ୍ରବୀର କୁମାର ମହାନ୍ତିଙ୍କ ପୁଅ ଅନୁଭବ ମହାନ୍ତି (୧୨) ହାଇକୋର୍ଟ କଲୋନୀରେ ରହୁଥିବା ସୁଶାନ୍ତ ପାତ୍ରଙ୍କ ପୁଅ ପୀୟୁଷ ପାତ୍ର(୧୨)ଙ୍କ ଘରକୁ ଆସିଥିଲା । ସାଙ୍ଗ ସହିତ ମିଶି ସ୍କୁଲ୍ର ପ୍ରୋଜେକ୍ଟ ପ୍ରସ୍ତୁତ କରିବା ଥିଲା ଅନୁଭବର ଉଦେ୍ଦଶ୍ୟ । ସେମାନଙ୍କର ଆବଶ୍ୟକ ପଡିଲା ଏକ ପେନ୍ଡ୍ରାଇଭ୍ । ପେନ୍ଡ୍ରାଇଭ ଖୋଜିଲା ପୀୟୁଷ ଓ ଖୋଜୁଖୋଜୁ ପାଇଲା ବାପାଙ୍କ ବ୍ୟାଗରେ ଥିବା ରିଭଲ୍ଭର । ରିଭଲ୍ଭର ଦେଖି ନଥିବା ଦୁଇ ସାଙ୍ଗ ବେଶ୍ କୌତୁହଳରେ ତାକୁ ନିରେଖି ଦେଖିଥିଲେ । ପୀୟୁଷର ମା’ ରୋଷେଇରେ ବ୍ୟସ୍ତ ଥିଲାବେଳେ ବାପା ବିସ୍ଏଫ୍ ଜବାନ୍ ହୋଇଥିôବାରୁ ଥିଲେ କୋଲ୍କାତାରେ । ତେଣୁ ରିଭଲଭର୍କୁ ମନଭରି ଦେଖିବାର ଭୟ ନଥିଲା ସେମାନଙ୍କର । ତେବେ ପୀୟୁଷ ବନ୍ଧୁୁକ ଦେଖୁ ଦେଖୁ ହାତ ବାଜି ଯାଇଥିଲା ଟ୍ରିଗାର ଉପରେ । ଭୀଷଣ ଶବ୍ଦ କରି ଫୁଟିଲା ଗୁଳି ଓ ସିଧା ବାଜିଲା ଅନୁଭବ ମୁଣ୍ଡରେ । ଗୁଳି ଶବ୍ଦ ଶୁଣି ରୋଷେଇଘରୁ ଦୌଡି ଆସିଲେ ପୀୟୁଷଙ୍କ ମା’ । ଅନୁଭବକୁ ରକ୍ତାକ୍ତ ଅବସ୍ଥାରେ ଦେଖି ତାଙ୍କ ଘରକୁ ଫୋନ୍ କରି ଦୁର୍ଘଟଣା ସଂକ୍ରାନ୍ତରେ ଜଣାଇ ଦେଲେ । ପଡୋଶୀମାନେ ବି ଗୁଳି ଶବ୍ଦ ଶୁଣି ଧାଇଁ ଆସିଲେ । ଖବର ପାଇ ବାଦାମବାଡ଼ି ଆଇଆଇସି ବିରଞ୍ଚô ପତି ସଦଳବଳ ଘଟଣା ସ୍ଥଳରେ ପହଞ୍ଚô ଅନୁଭବକୁ ଏସସିବିକୁ ନେଇଥିଲେ । ପରେ ତାକୁ ସିଡିଏସ୍ଥିତ ଏକ ଘରୋଇ ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଛି । ଗୁଳି ଅନୁଭବ ମୁଣ୍ଡରୁ ବାହାରି ଯାଇଛି । ଶ୍ରୀ ପାତ୍ର ଲାଇସେନ୍ସପା୍ରପ୍ତ ରିଭଲଭରରେ ଗୁଳିଲୋଡ କରି କାହିଁକି ରଖିଥିଲେ ସେ ନେଇ ସନେ୍ଦହ ସୃଷ୍ଟି ହୋଇଛି । ଅନୁଭବ ବିପଦମୁକ୍ତ ଥିôବା ହସ୍ପିଟାଲ୍ ସୂତ୍ରରୁ ପ୍ରକାଶ ।