BJD_-Mishrana-parva

ଉପନିର୍ବାଚନ ପୂର୍ବରୁ ବିଜେଡିରେ ଯୋଗଦେଲେ ଅନ୍ୟଦଳର ନେତା

35

ବାଲେଶ୍ୱର,୧୩ ।୧(ଆପ୍ର): ବାଲେଶ୍ୱର ୨୬ ନମ୍ବର ଜୋନ୍ ଉପନିର୍ବାଚନ ପୂର୍ବରୁ ବିଜେଡି ଜିଲ୍ଲା ସଭାପତି ତଥା ସାଂସଦଙ୍କୁ ମିଳିଛି ବଡ଼ ସଫଳତା । ବିଜେପି ସମେତ ଅନ୍ୟ ଦଳର ନେତା ଓ ସେମାନଙ୍କ ଶତାଧିକ ସମର୍ଥକ ଶନିବାର ବିଜେଡିରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି । ଠିକ୍ ଉପନିର୍ବାଚନର କେଇଦିନ ପୂର୍ବରୁ ଶ୍ରୀ ଜେନାଙ୍କ ଏହି ମିଶ୍ରଣ ପର୍ବ ଫଳରେ ୨୬ ନମ୍ବର ଜୋନରେ ବିଜେଡିର ବିଜୟ ଆଶା ଦ୍ୱିଗୁଣିତ ହୋଇଥିଲା ବେଳେ ମୟୂରଭଞ୍ଜର ବଡ଼ସାହି ସହିତ ବାଲେଶ୍ୱର ଜିଲାରେ ବିଜେଡିର ଶକ୍ତି ବୃଦ୍ଧି ପାଇଛି । ଶନିବାର ସକାଳେ ସାଂସଦଙ୍କ ଓଟି ରୋଡ଼ରେ ଥିବା କାର୍ଯ୍ୟାଳୟରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ମିଶ୍ରଣ ପର୍ବ ଅବସରରେ ସାଂସଦ ଶ୍ରୀ ଜେନା କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ତଥା ଜନହିତକର କାର୍ଯ୍ୟରେ ସାରା ଜିଲ୍ଲା ତଥା ବାଲେଶ୍ୱର ଲୋକସଭା ସଂସଦୀୟ କ୍ଷେତ୍ରରେ ଲୋକେ ଅଭିଭୂତ ହୋଇ ପଡ଼ିଛନ୍ତି । ଯାହାଫଳରେ ଅନ୍ୟ ଦଳର ମିଥ୍ୟା ପ୍ରତିଶ୍ରୁତି ଆଉ ଲୋକମାନଙ୍କୁ ବାନ୍ଧି ରଖି ପାରି ନାହିଁ । ଅଞ୍ଚଳର ବିକାଶ ପାଇଁ ରାଜ୍ୟ ସରକାରଙ୍କ ଯେଉଁ ସବୁ ଯୋଜନା ତାହା ଲୋକମାନଙ୍କ ପାଖରେ ପହଞ୍ଚୁଛି ଓ ଲୋକେ ତଥା ଅନ୍ୟ ଦଳର ନେତାମାନେ ବିଜେଡି ଆଡ଼କୁ ଆକର୍ଷିତ ହେଉଛନ୍ତି । ତେବେ ଲୋକମାନଙ୍କର ହିତ ତଥା ଜିଲ୍ଲାର ହିତ ପାଇଁ ଆମେ ସମସ୍ତଙ୍କୁ ବିଜେଡିରେ ସ୍ୱାଗତ କରୁଛୁ ଓ ଜନକଲ୍ୟାଣରେ ସାମିଲ ହେବାକୁ ଆହ୍ୱାନ ଦେଉଛୁ ବୋଲି କହିଥିଲେ । ଏହି ମିଶ୍ରଣ ପର୍ବରେ ୧୮ ଜଣ ଭିନ୍ନ ଭିନ୍ନ ଦଳର ନେତା ଓ ସେମାନଙ୍କର ଶତାଧିକ ସମର୍ଥକ ବିଜେଡିରେ ଯୋଗ ଦେଇଥିଲେ । ସମସ୍ତଙ୍କୁ ବିଜେଡ଼ିର ଉତ୍ତରୀୟ ଓ ଫୁଲ ତୋଡ଼ା ଦେଇ ଦଳକୁ ସ୍ୱାଗତ କରାଯାଇଥିଲା । ବିଜେଡି ତଥା ଜିଲ୍ଲା ପାଇଁ ଏହି ସ୍ମରଣୀୟ ମିଶ୍ରଣ ପର୍ବରେ ସାଂସଦଙ୍କ ସହିତ ଉଚ୍ଚ ଶିକ୍ଷାମନ୍ତ୍ରୀ ଅନନ୍ତ ଦାସ, ସଦର ବିଧାୟକ ଜୀବନ ପ୍ରଦୀପ ଦାଶ, ନୀଳଗିରି ବିଧାୟକ ସୁକାନ୍ତ ଦାସ, ବଡ଼ସାହି ବିଧାୟକ ଗଣେଶ୍ୱର ପାତ୍ର, ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷ ଗିରଶ ଚନ୍ଦ୍ର ଦାଶ, ବି୍ରଟ ଅଧ୍ୟକ୍ଷ ଗୌରୀକୁମାର ରାଉତ, ଶତ୍ରୁଘ୍ନ ମଲ୍ଲିକ, ଭୂବନାନନ୍ଦ ଦାସ, ସ୍ୱରୂପ ଦାସ, ମନୋଜ କୁମାର ରାଉତ, ସିମନ ଦାସ ମହାପାତ୍ର, ଧିରେନ ନାୟକ, ସତ୍ୟରଞ୍ଜନ ଦାସ ଶୁଭେନ୍ଦୁ ମଙ୍ଗରାଜ, ରଘୁନାଥ ଲେଙ୍କା, ସଦର ବ୍ଲକ ଚେୟାରମେନ ନାରାୟଣ ପ୍ରଧାନ, ସୁଦର୍ଶନ ଜେନା, ତନୟ ମହାନ୍ତି, ପୀତାମ୍ବର ବେହେରା, ଦିଲୀପ କୁମାର ନାୟକ, ତାପସ ପାଣିଗ୍ରାହୀ, ସୁଶାନ୍ତ ବିଶ୍ୱାଳ, ସାରଗାଁ ସରପଞ୍ଚ ରବି ନାୟକ, ଅନ୍ତର୍ଯ୍ୟାମୀ ବିଶ୍ୱାଳ, ଗୋପୀନାଥ ସେନାପତି, ଟୁକୁଲା ଚାଟାର୍ଜୀ, ଶ୍ରୀକୋଣା ସରପଞ୍ଚ ରାଜେଶ ପ୍ରଧାନଙ୍କ ସହ ବିଜେଡ଼ିର ଅନ୍ୟ କର୍ମକର୍ତ୍ତା ଓ ସଦସ୍ୟମାନେ ଉପସ୍ଥିତ ଥିଲେ ।

ସେଆର କରନ୍ତୁ:



Powered by odothemes.com