isro_1

ଇସ୍ରୋ ରଚିଲା ଇତିହାସ

52

ପିଏସ୍ଏଲ୍ଭି-ସି୪ଠ ଉତ୍କ୍ଷେପଣ
ନୂଆଦିଲ୍ଲୀ,୧୨ା୧: ସବୁ ଅପେକ୍ଷାର ଅନ୍ତ ଘଟାଇ ମହାକାଶକୁ ଶହେତମ ଉପଗ୍ରହ ପଠାଇ ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ (ଇସ୍ରୋ) ଇତିହାସ ରଚିଛି । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ପୂର୍ବ ନିର୍ଦ୍ଧାରିତ ସମୟ ୯.୨୯ମିନିଟ୍ରେ ଇସ୍ରୋ ତା’ର ଅଭିଯାନ ଆରମ୍ଭ କରିଥିଲା । ପିଏସ୍ଏଲଭି-୪୦ ସାହାଯ୍ୟରେ ୩ଟି ସ୍ୱଦେଶୀ ଓ ୨୮ଟି ବିଦେଶୀ ଉପଗ୍ରହକୁ ମହାକାଶକୁ ପ୍ରେରଣ କରିବା ସହ ଏହାକୁ କକ୍ଷ ପଥରେ ସ୍ଥାପନ କରିଛି । ଏଥିରେ ବ୍ରିଟେନ୍, ଆମେରିକା, ଫ୍ରାନ୍ସ, କାନାଡା, ଫିନ୍ଲାଣ୍ଡ, ଦକ୍ଷିଣ କୋରିଆ ଆଦି ଦେଶର ଉପଗ୍ରହଗୁଡ଼ିକୁ ସାମିଲ କରାଯାଇଛି । ପିଏସ୍ଏଲଭିସି-୪୦ର ସଫଳ ଉତ୍କ୍ଷେପଣ ପରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇସ୍ରୋର ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ କହିଛନ୍ତି ଯେ ଭାରତର ଅନ୍ତରୀକ୍ଷ ଏଜେନ୍ସିର ମହାକାଶ ଅଭିଯାନ ଦେଶ ପାଇଁ ଉଜ୍ଜ୍ୱଳ ଭବିଷ୍ୟତ । ଇସ୍ରୋ ସଫଳତାର ସହ ପାଣିପାଗ ସଂକ୍ରାନ୍ତୀୟ କୃତ୍ରିମ ଉପଗ୍ରହ କାର୍ଟୋସାଟ୍ ଟୁ ସିରିଜ୍ ସହ ୩୧ଟି କୃତ୍ରିମ ଉପଗ୍ରହ ଉତ୍କ୍ଷେପଣ କରି କକ୍ଷପଥରେ ସ୍ଥାପନ କରିଛି । ଯାହା ଫଳରେ ସ୍ପେସ୍ ଟେକ୍ନୋଲଜି, କୃଷକ ତଥା ମତ୍ସ୍ୟଜୀବୀମାନଙ୍କୁ ଏହା ସହାୟତା କରିପାରିବ । ରକେଟ୍ ମୁଖ୍ୟ ପ୍ଲେଲୋଡ୍, ୧୭୦କେଜି ଓଜନ ବିଶିଷ୍ଟ କାର୍ଟୋଷ୍ଟାଟ୍-ଟୁ ସିରିଜକୁ କକ୍ଷପଥରେ ସ୍ଥାପନ କରିବା ପରେ ପରେ ବାକି ୨୯ଟି କୃତ୍ରିମ ଉପଗ୍ରହକୁ ନିଜ ନିଜ କକ୍ଷପଥରେ ଅବସ୍ଥାପନ କରାଯାଇଥିଲା । ପୂର୍ବରୁ ଇସ୍ରୋ ପୋଲାର ସାଟେଲାଇଟ୍ ଲଞ୍ଚ ଭେଡିକଲ(ପିଏସ୍ଏଲ୍ଭି) ଶ୍ରେଣୀୟ ଉପଗ୍ରହ ପରିବହନକାରୀ ଉତ୍କ୍ଷେପଣ ମାଧ୍ୟମରେ ୨୫୦ରୁ ଅଧିକ ସ୍ୱଦେଶୀ ଓ ବିଦେଶୀ କୃତ୍ରିମ ଉପଗ୍ରହକୁ ସଫଳତାର ସହ ସେମାନଙ୍କ କକ୍ଷପଥରେ ସ୍ଥାନିତ କରିସାରିଛି । ଚଳିତ ବର୍ଷର ଏହା ହେଉଛି ଭାରତର ପ୍ରଥମ ମହାକାଶ ଅଭିଯାନ ।




Powered by odothemes.com