PMGSY-ODIA-12

୩ ମାସରେ ୩୫ଠଠ କିମି ରାସ୍ତା ନିର୍ମାଣ ଲକ୍ଷ୍ୟ

1

ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା କାର୍ଯ୍ୟାନ୍ୱୟନରେ ଓଡ଼ିଶା ନଂ-୧
ଭୁବନେଶ୍ୱର (ବୁ୍ୟରୋ): ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା କାର୍ଯ୍ୟାନ୍ୱୟନରେ ଓଡ଼ିଶା ଜାତୀୟସ୍ତରରେ ଏକ ନମ୍ବର ସ୍ଥାନରେ ପହଞ୍ଚôଛି । ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ମଞ୍ଜୁରୀ କମିଟି ବୈଠକରୁ ଏହା ଜଣାପଡ଼ିଛି । ରାଜ୍ୟ ସଚିବାଳୟଠାରେ ଅନୁଷ୍ଠିତ ଏହି ବୈଠକରେ ଗ୍ରାମ ଉନ୍ନୟନ ବିଭାଗ ଶାସନ ସଚିବ ବିଷ୍ଣୁପଦ ସେଠୀ କାର୍ଯ୍ୟାନ୍ୱୟନ ସମ୍ବନ୍ଧିତ ଆର୍ଥିକ ପ୍ରଶାସନିକ ଏବଂ ବୈଷୟିକ ବିଷୟବସ୍ତୁ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ । ଯୋଜନାର ଅଗ୍ରଗତି ସମୀକ୍ଷା କରି ଚଳିତ ଆର୍ଥିକ ବର୍ଷ ଶେଷସୁଦ୍ଧା ଅଧିକ ୩୫୦୦ କିମି ରାସ୍ତା ନିର୍ମାଣ ପୂର୍ଣ୍ଣାଙ୍ଗ କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ ବିଭାଗୀୟ ଯନ୍ତ୍ରୀମାନଙ୍କୁ ନିଦେ୍ର୍ଦଶ ଦେଇଥିଲେ । ରାସ୍ତା ନିର୍ମାଣରେ ନୂତନ ସବୁଜ ଜ୍ଞାନ କୌଶଳର ବ୍ୟବହାର କରିବା ଏବଂ ନିର୍ମାଣର ଗୁଣାତ୍ମକମାନ ନିଶ୍ଚିତ କରାଇବା ପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବ ନିଦେ୍ର୍ଦଶ ଦେଇଥିଲେ । ଗ୍ରାମ ଉନ୍ନୟନ ବିଭାଗର ମୁଖ୍ୟ ଯନ୍ତ୍ରୀ ଭରତ ଚନ୍ଦ୍ର ପ୍ରଧାନ ଜଣାଇଥିଲେ ଯେ ପିଏମ୍ଜିଏସ୍ୱାଇରେ ଡିସେମ୍ବର ୨୦୧୭ ସୁଦ୍ଧା ରାଜ୍ୟରେ ସମୁଦାୟ ୧୮୬୨୪ କୋଟି ଟଙ୍କା ବିନିଯୋଗ କରାଯାଇ ୪୩,୨୨୨ କିମି ରାସ୍ତା ନିର୍ମାଣ କରାଯାଇଛି । ଏହା ଫଳରେ ୧୯୮୬୨ ଗ୍ରାମକୁ ସଡ଼କ ସଂଯୋଗ ହୋଇଛି । ୨୦୧୭-୧୮ ଆର୍ଥିକ ବର୍ଷରେ ବର୍ତ୍ତମାନ ସୁଦ୍ଧା ୩୫୦୦ କିମି ରାସ୍ତା ପୂର୍ଣ୍ଣାଙ୍ଗ ହେବା ସହ ନୂତନ ରାସ୍ତାଗୁଡ଼ିକର ମୂଳଦୁଆ କାମ ତ୍ୱରାନ୍ୱିତ କରାଯାଇଛି । ମାର୍ଚ୍ଚ ମାସ ଶେଷ ସୁଦ୍ଧା ଅଧିକ ୩୫୦୦ କିମି ରାସ୍ତା ପୂର୍ଣ୍ଣାଙ୍ଗ କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ ନିଦେ୍ର୍ଦଶ ଦେଇଥିଲେ । ଏଥିପାଇଁ ବୈଠକରେ ନିର୍ଦ୍ଧିଷ୍ଟ କାର୍ଯ୍ୟସାରଣୀ ପ୍ରସ୍ତୁତ କରାଯାଇଥିଲା । ବୈଠକରେ ପ୍ରାୟ ୫୦୦ କୋଟି ଟଙ୍କା ଅଟକଳରେ ନୂତନ ୧୬୫ଟି ପ୍ରକଳ୍ପକୁ ଅନୁମୋଦନ କରାଯାଇଥିଲା । ଏଥିରେ ୩୬ଟି ପୋଲ ନିର୍ମାଣ ପ୍ରସ୍ତାବ ରହିଛି । ଏହି ପ୍ରକଳ୍ପ ଗୁଡ଼ିକ ମାଧ୍ୟମରେ ୫୮୨ କିମି ରାସ୍ତାର ନିର୍ମାଣ ଏବଂ ଉନ୍ନତ୍ତିକରଣ ହେବ । ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ୬୦:୪୦ ଅନୁପାତରେ ପାଣ୍ଠି ଯୋଗାଇଥାନ୍ତି । ବର୍ତ୍ତମାନ ସୁଦ୍ଧା ଏହି ଯୋଜନା ପାଇଁ ୧୯,୭୬୫ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ତନ୍ମଧ୍ୟରୁ ଡିସେମ୍ବର ମାସ ଶେଷସୁଦ୍ଧା ପ୍ରାୟ ୧୮୬୨୪ କୋଟି ଟଙ୍କା ବିନିଯୋଗ କରାଯାଇଛି । ଇଞ୍ଜିନିୟର ଶ୍ରୀ ପ୍ରଧାନ ରାସ୍ତା ନିର୍ମାଣରେ ଅଧିକ ଫଳପ୍ରସୁ ନୂତନ ସବୁଜ ଜ୍ଞାନ କୌଶଳ ଉପସ୍ଥାପନ କରିଥିଲେ । କୋଲ୍ଡ, ମିକ୍ସ, ରୋଲର୍ କମ୍ପାଟେଡ୍ କଂକ୍ରିଟ୍ ପେଭମେଣ୍ଟ୍, ପାନେଲ୍ କଂକ୍ରିଟ୍, ଆଇରନ୍ ସ୍ଲାଗ୍, ଟେରାଜାଇମ୍ କମ୍ପାଉଣ୍ଡ୍, ପ୍ଲାଷ୍ଟିକ୍ ବର୍ଜ୍ୟ, ନାନୋ ଟେକ୍ନୋଲୋଜି ଆଦି କୌଶଳ ବିଷୟରେ ବୈଠକରେ ଆଲୋଚନା ହୋଇଥିଲା । ଏହି କୌଶଳଗୁଡ଼ିକ ‘ନିର୍ମାଣ ମୂଲ୍ୟ ଏବଂ ସମୟ ଦୃଷ୍ଟିରୁ ଅଧିକ ଉପଯୋଗୀ’ ଓ ଫଳପ୍ରସୁ ହେବ ବୋଲି ପୁର୍ତ୍ତି ସଚିବ ନଳିନୀକାନ୍ତ ପ୍ରଧାନ କହିଥିଲେ । ଏହି କୌଶଳଗୁଡ଼ିକ ପ୍ରୟୋଗ କରି ରାଜ୍ୟରେ ପ୍ରାୟ ୯୫୪ କିମି ରାସ୍ତା ସଫଳତାର ସହ ନିର୍ମାଣ କରାଯାଇଛି ବୋଲି ଗ୍ରାମ ଉନ୍ନୟନ ସଚିବ ଶ୍ରୀ ସେଠୀ ଜଣାଇଥିଲେ । ଅଧିକ ୪୫୦୦ କିମି ରାସ୍ତା ନିର୍ମାଣରେ ଏହି ସବୁଜ କୌଶଳ ପ୍ରୟୋଗ କରିବା ପାଇଁ ବୈଠକରେ ସ୍ଥିର କରାଯାଇଥିଲା । ରାଜ୍ୟରେ ସୃଷ୍ଟି ହେଉଥିବା ବିଭିନ୍ନ ବର୍ଜ୍ୟବସ୍ତୁର ବ୍ୟବହାରକୁ ଅଗ୍ରାଧିକାର ଦେବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ ନିଦେ୍ର୍ଦଶ ଦେଇଥିଲେ । ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଅର୍ଥ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ଅଶୋକ କୁମାର ମୀନା, ପୁର୍ତ୍ତ ସଚିବ ନଳିନୀକାନ୍ତ ପ୍ରଧାନ ଇଞ୍ଜିନିୟର ଇନ୍ ଚିଫ୍ ଭରତ ଚନ୍ଦ୍ର ପ୍ରଧାନଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀ ଏବଂ ଯନ୍ତ୍ରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।




Powered by odothemes.com