bjd-10

କେନ୍ଦ୍ର ସରକାରଙ୍କୁ ଲୋକେ ଠିକଣା ଜବାବ ଦେବେ

36

ଧାନର ଏମ୍ଏସ୍ପି ବୃଦ୍ଧି ଦାବି ପ୍ରସଙ୍ଗ: ୧୦ ବ୍ଲକରେ ବିଜେଡିର ବିକ୍ଷୋଭ
ଭୁବନେଶ୍ୱର,(ବୁ୍ୟରୋ): ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ବୃଦ୍ଧି ଦାବିରେ ବିଜେଡି ପକ୍ଷରୁ ଶୁକ୍ରବାର ୧୦ଟି ବ୍ଲକ୍ରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କେନ୍ଦ୍ର ସରକାରଙ୍କ ବିରୋଧରେ ୧୨ଟି ସର୍ବାଧିକ ଧାନ ଉତ୍ପାଦନକାରୀ ଜିଲ୍ଲାର ବିଭିନ୍ନ ବ୍ଲକରେ ଚାଲିଥିବା ବିକ୍ଷୋଭ ଶୁକ୍ରବାର ପଞ୍ଚମ ଦିନରେ ପହଞ୍ଚିଛି । ବରଗଡ଼ ଜିଲ୍ଲାର ଭଟ୍‌ଲି, ବଲାଙ୍ଗିର ଜିଲ୍ଲାର ସଇଁତଳା ଓ ଆଗଲପୁର, କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର, ବୈପାରୀଗୁଡ଼ା, ମାଲକାନଗିରି ଜିଲ୍ଲାର କୋରକୁଣ୍ଡା, ନୂଆପଡ଼ା ଜିଲ୍ଲାର ବୋଡେନ୍‌, ସମ୍ବଲପୁର ଜିଲ୍ଲାର ମାନେଶ୍ୱର, ଜମନକିରା ଏବଂ ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲ୍ଲୀ ବ୍ଲକ ଅଫିସ ସମ୍ମୁଖରେ ଦୁଇ ଘଣ୍ଟିଆ ଧାରଣା ଦିଆଯାଇଛି । କେନ୍ଦ୍ର ସରକାରଙ୍କ ଚାଷୀସ୍ୱାର୍ଥ ବିରୋଧୀ ଆଭିମୁଖ୍ୟକୁ ଲୋକେ ଠିକ୍‌ ବୁଝି ସାରିଛନ୍ତି । ଓଡ଼ିଶାବାସୀ କେନ୍ଦ୍ରର ଏଭଳି ଅବିଚାରକୁ ବରଦାସ୍ତ କରିବେ ନାହିଁ ବୋଲି ପ୍ରତିବାଦ ସଭାରେ ବିଜେଡି ପ୍ରତିନିଧି ତଥା କର୍ମକର୍ତ୍ତାମାନେ ମତପ୍ରକାଶ କରିଛନ୍ତି । ବିଜେଡିର କର୍ମକର୍ତ୍ତାମାନେ ଏହି ମର୍ମରେ ରାଷ୍ଟ୍ରପତିଙ୍କ ଉଦେ୍ଦଶ୍ୟରେ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଧାନର ସଠିକ ମୂଲ୍ୟ ନିର୍ଦ୍ଧାରଣ କରିବା ନିଷ୍ପତ୍ତିରେ କେନ୍ଦ୍ର ସରକାର ପୁନର୍ବିଚାର କରନ୍ତୁ । ଏହାର ମୂଲ୍ୟ ୨୯୩୦ ଟଙ୍କାକୁ ବୃଦ୍ଧି କରି ଧାନଚାଷୀଙ୍କୁ ନ୍ୟାୟ ଦିଅନ୍ତୁ ବୋଲି ସ୍ମାରକପତ୍ରରେ ଦାବି କରାଯାଇଛି । ବିକ୍ଷୋଭରେ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂଙ୍କ ନେତୃତ୍ୱରେ ହଜାର ହଜାର କର୍ମୀ ସାମିଲ ହୋଇଥିଲେ ।

ସେଆର କରନ୍ତୁ:



Powered by odothemes.com