niali-(3)

ଚାଷୀଙ୍କ ରାସ୍ତାରୋକ, ଯାତାୟାତ ଠପ୍

25

ଆଖୁ ଟ୍ରକରୁ ଜୋରିମାନା ଆଦାୟକୁ ବିରୋଧ
ନିଆଳି (ଆପ୍ର): ଅଧିକ ଲୋଡିଂ କାରଣରୁ ଆଖୁ ବୋଝେଇ ଟ୍ରକ୍ରୁ ଜୋରିମାନା ଆଦାୟ ଓ ଡ୍ରାଇଭର୍ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ଶୁକ୍ରବାର ଆଖୁଚାଷୀମାନେ ନିଆଳି-ଫୁଲନଖରା ରାସ୍ତାର ନୂଆଗାଁ ଛକରେ ରାସ୍ତା ରୋକ କରିଛନ୍ତି । ଏଥି ଯୋଗୁ ଉକ୍ତ ରାସ୍ତାରେ ପ୍ରାୟ ୨ଘଣ୍ଟା ଯାତାୟାତ ବନ୍ଦ ହୋଇ ସମସ୍ୟା ସୃଷ୍ଟି ହୋଇଛି । ନିଆଳି ଅଞ୍ଚଳର ଆଖୁଚାଷୀମାନେ ଗୁରୁବାର ଢେଙ୍କାନାଳସ୍ଥିତ ଶକ୍ତିସୁଗାରକୁ ଆଖୁନେଇ ଯାଇଥିବାବେଳେ ଅଧିକ ଲୋଡିଂ କରିଥିବା ଟ୍ରକ ଉପରେ ଆର୍ଟିଓ ଜୋରିମାନା କରିବା ସହିତ ଡ୍ରାଇଭର୍ଙ୍କ ଲାଇସେନ୍ସ ରଦ୍ଦ କରିଥିଲେ । ଏହାକୁ ବିରୋଧ କରି ପ୍ରାୟ ୪୦ରୁ ଊଦ୍ଧ୍ୱର୍ ଆଖୁ ବୋଝେଇ ଟ୍ରକ ଢେଙ୍କାନାଳ ନଯାଇ ଅଟକି ରହିବା ସହ ଶତାଧିକ ଆଖୁଚାଷୀ ନୂଆଗାଁ ଛକଠାରେ ଟାୟାର ଜାଳି ରାସ୍ତାରୋକ କରିଥିଲେ । ସୂଚନା ଯୋଗ୍ୟ ଯେ ସରକାରୀ ନିୟମ ମୁତାବକ ଟ୍ରକରେ ଆଖୁ ଲୋଡିଂ ହେବା କଥା ମାତ୍ର ଆଖୁଚାଷୀମାନେ ବିଲରେ ଓଜନ କରିପାରୁନଥିବାରୁ ଅନୁମାନ କରି ଲୋଡିଂ କରିଥାନ୍ତି । ମାତ୍ର ଢେଙ୍କାନାଳ ଆଖୁ ମିଲ ନିକଟରେ ସେଠାକାର ଆର୍ଟିଓ ଆଖୁ ଗାଡିଗୁଡିକୁ ଓଜନ କରି ଓଭରଲୋଡିଂ ପାଇଁ ଜୋରିମାନା କରୁଥିବାରୁ ଏବେ ଟ୍ରକ ମାଲିକମାନେ ଆଖୁ ନେବା ପାଇଁ ଇଛା ପ୍ରକାଶ କରୁନାହାନ୍ତି । ଯାହା ଫଳରେ ଆଖୁ କଟା ହୋଇ ବିଲରେ ପଡି ଶୁଖିଯିବା ସହ ଚାଷୀମାନେ କ୍ଷତିଗ୍ରସ୍ତ ହେଉଛନ୍ତି । ଏ ସମ୍ବନ୍ଧରେ ସ୍ଥାନୀୟ ଶକ୍ତିସୁଗାର କାର୍ଯ୍ୟାଳୟରେ ଚାଷୀମାନେ ଅଭିଯୋଗ କରିବାପରେ ବିଲରେ ଓଜନ କରି ଲୋଡିଂ କରିବାକୁ କୁହାଯାଇଥିଲା । ଯାହା ଫଳରେ ଚାଷୀମାନେ ହରଡ଼ଘଣାରେ ପଡିଛନ୍ତି । ଆଖୁ ବୋଝେଇ ଟ୍ରକଗୁଡ଼ିକ ଜୋରିମନା ଭୟରେ ନୂଆଗାଁ ଛକରେ ଠିଆ ହୋଇ ରହିଥିବା ବେଳେ ଚାଷୀଙ୍କ ପକ୍ଷରୁ ରାସ୍ତାରୋକ କରାଯାଇଥିଲା । ସ୍ଥାନୀୟ ଆଇଆଇସି ଶ୍ରବଣ କୁମାର ମହାରଣା, ଏସ୍ଡିପିଓ ଜିତେନ୍ଦ୍ର କୁମାର ଦଳାଇ ପହଞ୍ଚô ଚାଷୀମାନଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ରାସ୍ତାରୋକ ହଟିନଥିଲା । ଆଇଆଇସି ଜିଲ୍ଲାପାଳଙ୍କ ସହ ଟେଲିଫୋନରେ କଥା ହେବାପରେ ଶନିବାର ଚାଷୀଙ୍କ ସଙ୍ଗେ ଆଲୋଚନା କରାଯିବ ବୋଲି ପ୍ରତିଶ୍ରୁତି ମିଳିବାରୁ ରାସ୍ତାରୋକ ହଟିଥିଲା । ଅପରାହ୍ଣ ୪ଟା ଠାରୁ ୬ଟ ପର୍ଯ୍ୟନ୍ତ ରାସ୍ତାରୋକ ହେବାରୁ ଉଭୟ ପଟେ ଶହଶହ ଯାନବାହନ ଅଟକି ରହିଥିଲା । ଯାହା ଫଳରେ ଜନଜୀବନ ବ୍ୟାହତ ହେବା ସହ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ ।




Powered by odothemes.com