News-14--Toll-gate-strike

ପୁନଃ କାର୍ଯ୍ୟକ୍ଷମ ଦାବିରେ ରାସ୍ତାରୋକ

29

ବନାଯୋଡ଼ି ଟୋଲ୍ ପ୍ଲାଜା ପ୍ରସଙ୍ଗ
କେନ୍ଦୁଝର, ୧୨ା୧(ଆପ୍ର): ପାଣିକୋଇଲି-ରିମୁଳି ଜାତୀୟ ରାଜପଥ ୨୦ ଫୋର୍ ଲେନ୍ କାର୍ଯ୍ୟ ଶେଷ ନହେଉଣୁ ୩ ଟି ସ୍ଥାନରେ ଟୋଲ୍ ଗେଟ୍ କରାଯାଇ ଟୋଲ୍ ଆଦାୟ କରାଯାଉଥିବା ଘଟଣାକୁ ନେଇ ସମଗ୍ର କେନ୍ଦୁଝର ଜିଲ୍ଲାରେ ତୀବ୍ର ଜନଅସନ୍ତୋଷ ମୁଣ୍ଡ ଟେକିଛି । ଜାତୀୟ ରାଜପଥ ପ୍ରାଧିକରଣ ଆଇନକୁ ଉଲ୍ଲଂଘନ କରି ୨୦ନଂ ଜାତୀୟ ରାଜପଥ ବନାଯୋଡ଼ିଠାରେ ବେଆଇନ ଟୋଲ୍ ପ୍ଲାଜା ସ୍ଥାପନ କରି ମା’ତାରିଣୀ ଟୋଲପ୍ଲାଜ ସଂସ୍ଥା ଟିକସ ଆଦାୟକୁ ଦୀର୍ଘ ଦିନ ଧରି ବିରୋଧ ହୋଇଆସୁଛି । ପ୍ରଶାସନ ସହ ବାରମ୍ବାର ଆଲୋଚନା ବିଫଳ ହେବା ପରେ ଏବଂ ଆନେ୍ଦାଳନରେ ସାମିଲ ଲୋକଙ୍କ ନାମରେ ମିଥ୍ୟା ମାମଲା ପ୍ରତ୍ୟାହାର ଦାବିରେ ଆଞ୍ଚଳିକ ବିକାଶ ମଞ୍ଚ ତରଫରୁ ଶୁକ୍ରବାର କେନ୍ଦୁଝର ଦେଇ ଯାଇଥିବା ଜାତୀୟ ରାଜପଥ ୨୦ର ସିଲସୁଆଁଠାରେ ରାସ୍ତାରୋକ କରାଯାଇଛି । ସୂଚନା ଯୋଗ୍ୟ ଯେ କେନ୍ଦୁଝର ଆରକ୍ଷୀ ଅଧିକ୍ଷକଙ୍କ ନିଦେ୍ର୍ଦଶ କ୍ରମ ଯୋଡା, ବଡବିଲ ଅଞ୍ଚଳରୁ ନିରୀହ ବ୍ୟକ୍ତିମାନଙ୍କୁ ବିଭିନ୍ନ ପ୍ରକାର ମିଥ୍ୟାକେସ ଦେଇ ରାତି ଅଧରେ ଘରେ ଶୋଇଥିବା ସମୟରେ ବିନା କାରଣରେ ୧୭ଜଣକୁ ଗିରଫ କରିଥିଲା । ଗିରଫର ପ୍ରତିବାଦରେ ଯୋଡା, ବଡବିଲ ଓ ବାମେବାରୀ ୩ଟି ଥାନାକୁ ହଜାର ହଜାର ଲୋକ ଘେରିବା ସହ ଏସ୍ପି ଓ ପୋଲିସ ଦମନ ଲୀଳା ବନ୍ଦ କରିବା ଓ ନିରୀହ ବ୍ୟକ୍ତି ମାନଙ୍କୁ ବିନା କାରଣରେ ଗିରଫ କରିଥିବାରୁ ତାଙ୍କୁ ତୁରନ୍ତ ଛାଡିବା ପାଇଁ ଅଡି ବସିବା ସହ ତିନୋଟି ଥାନାକୁ ଏକ ପ୍ରକାର ଅଚଳ କରି ଦେଇଥିଲେ । ଆଜି ପୁଣି ବନାେଯୋଡି ଟୋଲ ପ୍ଲାଜା ଉଚ୍ଛେଦ ଦାବି ଆନେ୍ଦାଳନକୁ ଓହ୍ଲାଇଛନ୍ତି ହଜାର ହଜାର ଲୋକ । ପୋଲିସ ଆନେ୍ଦାଳନକୁ ଭଣ୍ଡୁର କରିବା ପାଇଁ ସମସ୍ତ ଛକ ନିକଟରେ ଗାଡିରେ ଆସୁଥିବା ଜନସାଧାରଣଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ସୁଦ୍ଧା ତାହା ସଫଳ ହୋଇନାହିଁ । ଆଜିର ରାସ୍ତା ବନ୍ଦରେ ହଜାର ହଜାର ଲୋକ ଏକାଠି ହୋଇଥିବା ଦେଖିବାକୁ ମିଳିଥିଲା । ଦିନ ୧୦ଟାଠାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଏହି ରାସ୍ତାରୋକ କରାଯାଇଥିବାବେଳେ ଜରୁରୀକାଳୀନ ପରିସ୍ଥିତିରେ ନିୟୋଜିତ ଗାଡିମୋଟର ଏବଂ ଦୁଇଚକିଆ ଯାନକୁ ଏହି ରାସ୍ତାରୋକରୁ ବାଦ୍ ଦିଆଯାଇଛି । କେନ୍ଦୁଝର ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ୨୦ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇନଥିବାବେଳେ ଏକାଧିକ ସ୍ଥାନରୁ ଟୋଲ ଆଦାୟକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଏହାକୁ ନେଇ ଜାନୁୟାରୀ ୧୨ ତାରିଖଠାରୁ ଲଗାତର ଭାବରେ ଆନେ୍ଦାଳନ ଦାନା ବାନ୍ଧିଥିବାବେଳେ ଅସନ୍ତୋଷ ବିଷ୍ପୋରଣମୁଖୀ ହୋଇଛି । ପ୍ରଶାସନ ପକ୍ଷରୁ ବିଭିନ୍ନ ଟୋଲଗେଟ ନିକଟରେ କିଛିଦିନ ପୂର୍ବରୁ ୧୪୪ ଧାରା ଜାରି କରାଯାଇ ଆନେ୍ଦାଳନକୁ ଦମନ କରିବାକୁ ଉଦ୍ୟମ କରାଯାଇଛି । ୧୪୪ ଧାରା ପରେ ବନାଯୋଡି ଟୋଲଗେଟର ୧ କିଲୋମିଟର ଆଗକୁ ପଦ୍ମପୁରଠାରେ ରାସ୍ତାରୋକ କରିଥିବା କିଛି ନେତୃ ସ୍ଥାନୀୟ ବ୍ୟକ୍ତି ବିରୋଧରେ ମାମଲା ରୁଜୁ କରାସରିଛି । ଏହାକୁ ଭୁକ୍ଷେପ ନକରି ଜିଲ୍ଲାବାସୀଙ୍କ ସ୍ୱାର୍ଥ ପାଇଁ ଶୁକ୍ରବାର ଦିନ ପୁଣି ଆଉ ଥରେ ବନାଯୋଡି ଟୋଲ ଗେଟ ପୂର୍ବରୁ ଜାତୀୟ ରାଜପଥ ୨୦ ସିଲସୁଆଁ ନିକଟରେ ପ୍ରତିବାଦ ସୂଚକ ରାସ୍ତା ଅବରୋଧ କରାଯାଇଛି । ତୁରନ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ କରିବା,ଟୋଲ ଉଚ୍ଛେଦ ଓ ମିଥ୍ୟ ମାମଲା ପ୍ରତ୍ୟାହାର କରିବା ଦାବୀରେ ଏହି ଆନେ୍ଦାଳନ ଚାଲୁ ରହିଥିବାବେଳେ ଆନେ୍ଦାଳନରେ ଝୁମ୍ପୁରା ବ୍ଲକ.ଯୋଡା ବ୍ଲକ,ଚମ୍ପୁଆ ବ୍ଲକ, ସଦର ବ୍ଲକ, କେନ୍ଦୁଝରଗଡ ମୁ୍ୟନିସିପାଲିଟି ସମେତ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ୨ହଜାରରୁ ଉର୍ଦ୍ଧ ସମର୍ଥକ ଆନେ୍ଦାଳନରେ ସାମିଲ ହୋଇଛନ୍ତି । କେନ୍ଦୁଝରଗଡ ପୋ÷ରପାଳିକାର ଭାରପ୍ରାପ୍ତ ଅଧ୍ୟକ୍ଷ ସରୋଜ କୁମାର ସାହୁ,ସଂଜୀବ ବେହେରା, ମନରଂଜନ ରାଉତ, ଅରୁଣ ଦାସ, ୪ନଂ ଜୋନ ଜିଲ୍ଲା ପରିଷଦ ସଦସ୍ୟ ରଥ ମୁଣ୍ଡା,ଝୁମ୍ପୁରା ବ୍ଲକ ଅଧ୍ୟକ୍ଷ,ସଦର ବ୍ଲକ ଅଧ୍ୟକ୍ଷା ଓ ନିର୍ବାଚିତ ସରପଞ୍ଚଏବଂ ସମିତିସଦସ୍ୟମାନଙ୍କ ନେତୃତ୍ୱରେ ଅନୁଷ୍ଠିତ ହେବାକୁ ଥିବା ଏହି ରାସ୍ତାରୋକ ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା । ଆସନ୍ତା ୧ ତାରିଖ ସୁଦ୍ଧା ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ, ଜାତୀୟ ରାଜପଥ ପ୍ରାଧିକରଣ କତ୍ତୃପକ୍ଷଙ୍କ ସହ ଆଲୋଚନା କରାଯାଇ ସମାଧାନର ପନ୍ଥା ବାହାର କରାଯିବ ବୋଲି ପ୍ରତିଶ୍ରୁତି ଦିଆଯିବା ପରେ ଆନେ୍ଦାଳନ ସ୍ଥଗିତ ରଖାଯାଇଥିଲା । ୧ତାରିଖ ସୁଦ୍ଧା ଯଦି ସମାଧାନ କରାନଯାଏ ତାହେଲେ ପୁଣି ଆନେ୍ଦାଳନ ହେବ ବୋଲି ସୂଚନା ମିଳିଛି ।

ସେଆର କରନ୍ତୁ:



Powered by odothemes.com