rail-gada-l4

ଅଧିକ ଟ୍ରେନ୍ ରହଣି ଦାବିରେ ଜିଏମ୍ଙ୍କୁ ସ୍ମାରକପତ୍ର

76

ଗଡ଼ମଧୁପୁର (ଆପ୍ର): ପୂର୍ବତଟ ରେଳପଥ ନୂଆଗଡ଼ମଧୁପୁର ରେଳଷ୍ଟେସନରେ ଅଧିକ ଟ୍ରେନ ରହଣି ଦାବିରେ ଶୁକ୍ରବାର ୫୦୦ରୁ ଊଦ୍ଧ୍ୱର୍ ଜନସାଧାରଣ ଏକାଠି ହୋଇ ପୂର୍ବତଟ ରେଳପଥର ଜେନେରାଲ ମ୍ୟାନେଜରଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ପୂର୍ବତଟ ରେଳପଥ ଜେନେରାଲ ମ୍ୟାନେଜର ଉମେଶ ସିଂ ଏଠାରେ ରହଣୀ କାର୍ଯ୍ୟକ୍ରମ ନଥିଲେ ମଧ୍ୟ ଲୋକଙ୍କ ଅନୁରୋଧ କ୍ରମେ ରେଳରୁ ଅବତରଣ କରି ଲୋକଙ୍କ ସହ ଆଲୋଚନା କରିଥିଲେ । ଏହି ଷ୍ଟେସନ୍ରେ ୫୮୦୦୫ ଖଡ଼ଗପୁର-ଖୋର୍ଦ୍ଧା ଫାଷ୍ଟ ପାସେଞ୍ଜର, ୫୮୪୨୫ କେଉଁଝର- ଭୁବନେଶ୍ୱର ଫାଷ୍ଟ ପାସେଞ୍ଜର, ୧୮୬୪୫ ହାଓଡ଼ା-ହାଇଦ୍ରାବାଦ ଇଷ୍ଟକୋଷ୍ଟ ଏକ୍ସେପ୍ରେସ, ୧୮୪୧୫ ବଡ଼ବିଲ-ପୁରୀ ଇଣ୍ଟରସିଟି ଏକ୍ସେପ୍ରେସ ରହଣୀ ପାଇଁ ଦାବି କରିଥିଲେ । ଏହି ଷ୍ଟେସନଟି ଯାଜପୁର ଓ ଢେଙ୍କାନାଳ ଜିଲ୍ଲା ସୀମାରେ ଅବସ୍ଥିତ ଥିବାବେଳେ ଉଭୟ ଜିଲ୍ଲାର ଶତାଧିକ ଜନସାଧାରଣ ଦୈନିକ ଏହି ଷ୍ଟେସନ ଦେଇ ଯାତାୟାତ କରୁଛନ୍ତି । ରାଜ୍ୟର ଗୁରୁତ୍ୱପୂର୍ଣ୍ଣ କଳିଙ୍ଗନଗର ଓ ପାରାଦ୍ୱୀପକୁ ସଂଯୋଗ କରୁଥିବା ୫୩ନଂ ଜାତୀୟ ରାଜପଥର କଡ଼ରେ ଏହି ଷ୍ଟେସନଟି ଅବସ୍ଥିତ । ଷ୍ଟେସନର ବିକାଶ ପାଇଁ ଆବଶ୍ୟକ ଭିତିଭୂମି ଥିବାବେଳେ ଜମି ମଧ୍ୟ ରହିଛି । ଷ୍ଟେସନର ବିକାଶରେ ଉଭୟ ରେଳବିଭାଗ ଏବଂ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଲାଭବାନ ହେବେ ବୋଲି ଲୋକେ ଜିଏମ୍କୁ ଯୁକ୍ତି ଦର୍ଶାଇଥିଲେ । ଯୁବନେତା ସତିସ୍ ବିଶ୍ୱାଳଙ୍କ ସହ ବିଜେପି ଜୋନ୍ ସଭାପତି ତଥା ପୂର୍ବତନ ସରପଞ୍ଚ ରମେଶ ବେହେରା, ଆଲୋକ ରଞ୍ଜନ ବିଶ୍ୱାଳ, ଦେବେନ୍ଦ୍ର ଜେନାମଣୀ, ଗୋପାଳ ମହାରଣା, ପାଣ୍ଡବ ବାରିକ, ରତ୍ନାକର ବାରିକ, ସୁବ୍ରତ ମଲିକ, ବସନ୍ତ ନାୟକ, ସୁଶାନ୍ତ ଗୋଚ୍ଛାୟତ, ଅକ୍ଷୟ ଶତପଥୀ, ନିରଞ୍ଜନ ନାୟକ ଓ ଦୀନେଶ ଧୀର ପ୍ରମୁଖ ଉପସ୍ଥିତ ଥିଲେ ।




Powered by odothemes.com