bls02

ଅମାନବୀୟ: ଯୁବତୀଙ୍କୁ ଘୋଷାଡି ପିଟିଲେ

25

ଭିଡିଓ ଭାଇରାଲ ପରେ ପୁଲିସ୍ କାର୍ଯ୍ୟାନୁଷ୍ଠାନ
ସୋର,୮ା୧(ବୁ୍ୟରୋ): ସୋର ବ୍ଲକ ଅଧୀନ ସାଜନପୁର ଗ୍ରାମର ଜଣେ ଯୁବତୀଙ୍କୁ ଗତ ୪ ତାରିଖ ମଧ୍ୟାହ୍ନରେ ଜାଳେଣି କାଠ ଚୋରି ଅଭିଯୋଗରେ ନିସ୍ତୁକ ମାଡ ମରାଯିବା ଭିଡିଓ ଭାଇରାଲ ପରେ ସ୍ଥାନୀୟ ପୁଲିସ ପ୍ରଶାସନ ନିଜ ଆଡୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କରିଛି । ଏହି ଗ୍ରାମର କାତ୍ତର୍୍ିକ ଲେଙ୍କାଙ୍କ ଝିଅ ରଚନା(୨୦) ପଡୋଶୀ ବିପିନ ସାହୁଙ୍କ ବାଡିରୁ ତାଳ ବରଡା ସହ କିଛି ଜାଳେଣି କାଠ ଚୋରି କରିବା ବେଳେ ଏହି ମାଡ ହୋଇଛି । ଶ୍ରୀ ସାହୁଙ୍କ ସହ ଅନ୍ୟ କିଛି ବ୍ୟକ୍ତି ରଚନାଙ୍କ ଗୋଡ ବାନ୍ଧି ଘୋଷାରି ଘୋଷାରି ଅତି ଅମାନୁସିକ ଭାବେ ନିସ୍ତୁକ ମାଡମାରି ଗଛରେ ବାନ୍ଧି ପିଟିିଥିଲେ । ଏନେଇ ଗ୍ରାମବାସୀଙ୍କ ପକ୍ଷରୁ ଆଲୋଚନା କରାଯାଇ ଶ୍ରୀ ସାହୁଙ୍କ ଉପରେ ହଜାରେ ଟଙ୍କାର ଜରିମାନା କରି ରଫାଦଫା କରିଥିଲେ । ଗତକାଲି ଏହି ମାଡମରା ଘଟଣାର ଭିଡିଓ ଭାଇରାଲ ହେବା ପରେ ସୋର ପୁଲିସ ଆଜି ସାଜନପୁର ଗ୍ରାମକୁ ଯାଇ ଏହି ଯୁବତୀଙ୍କୁ ମାଡ ମାରିଥିବା ଅଭିଯୁକ୍ତଙ୍କୁ ନପାଇ ଅଭିଯୁକ୍ତ ସନ୍ତୋଷ ସାହୁଙ୍କ ପିତା ଶିକ୍ଷକ ନିରଂଜନ ସାହୁ ଓ ପତ୍ନୀଙ୍କୁ ଥାନାକୁ ଆଣି ପଚାରାଉଚରା କରୁଛି । ଏନେଇ ଆଜି ସଂଧ୍ୟାରେ କାର୍ତ୍ତିକଙ୍କ ପତ୍ନୀ ରତ୍ନମଣୀ ସୋର ଥାନାରେ ଅଭିଯୋଗ କରିଛନ୍ତି । ଏହି ଘଟଣାର ତଦନ୍ତ ପାଇଁ ସୋର ଥାନା ଏସ୍ଆଇ ଅଭିମନୁ୍ୟ ପଣ୍ଡା, ଏସ୍ଡିପିଓ ପ୍ରଭାଷ କୁମାର ପାଲ, ସୋର ତହସିଲଦାର ପ୍ରିୟବ୍ରତ ପାଢ଼ୀ ଘଟଣାର ତଦନ୍ତ କରୁଛନ୍ତି ।




Powered by odothemes.com