minings

୭ ଖଣି ବନ୍ଦ, ୪୭% ଜରିମାନା ଆଦାୟ

44

ଭୁବନେଶ୍ୱର, ୧ା୧(ବୁ୍ୟରୋ): ରାଜ୍ୟରେ ଚାଲୁ ରହିଥିବା ୭ଟି ଆଇରନ୍ ଓର୍ ଏବଂ ମାଙ୍ଗାନିଜ୍ ଖଣିକୁ ବନ୍ଦ କରିବାକୁ ନିଦେ୍ର୍ଦଶ ଦେଇଛନ୍ତି ରାଜ୍ୟ ସରକାର । ଏହି ଖଣି ଗୁଡ଼ିକ ବେଆଇନ ଖଣିଜ ପର୍ଦାଥ ଉତ୍ତୋଳନ କରିଥିଲେ । ଏଥିପାଇଁ ସୁପ୍ରିମ୍କୋର୍ଟଙ୍କ ନିଦେ୍ର୍ଦଶ କ୍ରମେ ଉକ୍ତ ୭ଟି ଖଣିକୁ ପ୍ରାୟ ୩ହଜାର କୋଟି ଟଙ୍କା ଜରିମାନା ଆଦାୟ କରିବା ଲାଗି ରାଜ୍ୟ ସରକାର ନୋଟିସ୍ କରିଥିଲେ । ଏଥିପାଇଁ ଡିସେମ୍ବର ୩୧ କୁ ଡେଡ୍ଲାଇନ୍ ରଖାଯାଇଥିଲା । ତେବେ ଡେଡ୍ଲାଇନ୍ ପୂରଣ ହୋଇଯାଇଥିବା ସତ୍ତ୍ୱେ ଏହି ୭ଟି ଖଣି ଜରିମାନା ପୈଠ କରି ନଥିବାରୁ ସୋମବାର ଏହାକୁ ବନ୍ଦ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି ବୋଲି ଖଣି ନିଦେ୍ର୍ଦଶକ ଦୀପକ କୁମାର ମହାନ୍ତି କହିଛନ୍ତି । ଏହି ଖଣି ମଧ୍ୟରେ କୋଇଡାର ଏସେଲ୍ ମାଇନିଂ, ପଟ୍ଟାମୁଣ୍ଡାଇର ଓମ୍ ମାଇନ୍ସ, ବାଲ୍ଦାର ସିରାଜୁଦ୍ଦିନ ମାଇନ୍ସ, ରାଉରକେଲାର ଆଇଡିସି ଓ ନ୍ୟାସନାଲ୍ ଏଣ୍ଟର୍ପ୍ରାଇଜର୍ସ ଏବଂ ରାଇକେଳାର କ୍ରପ୍ ରିସୋର୍ସ ଏବଂ ମେସକୋ ମାଇନ୍ସ ଅନ୍ତର୍ଭୁକ୍ତ ରହିଛି । ଲିଜ୍ଧାରୀମାନେ ଧାର୍ଯ୍ୟ ସମୟରେ ଜରିମାନା ପୈଠ ନକରିବାରୁ ଉକ୍ତ ମାଇନ୍ସକୁ ରାଜ୍ୟ ସରକାର ବନ୍ଦ କରିବା ଲାଗି ନିଦେ୍ର୍ଦଶ ଦେଇଛନ୍ତି । ତେବେ ଡିସେମ୍ବର ୩୧ ସୁଦ୍ଧା ମୋଟ ୧୭,୫୭୬ କୋଟି ଟଙ୍କାରୁ ୮ ହଜାର ୨୨୩ କୋଟି ଟଙ୍କା ଆଦାୟ ହୋଇଥିବା ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି । ପ୍ରାପ୍ତ ସୂଚନାନୂଯାୟୀ ଡିସେମ୍ବର ୩୧ ଡେଡ୍ଲାଇନ୍ ସୁଦ୍ଧା ୪୨ଟି ଚାଲୁ ରହିଥିବା ଖଣି ଲିଜ୍ଧାରୀ ଜରିମାନା ପୈଠ କରିଥିବା ବେଳେ ୩ଠଟି ବନ୍ଦ ଥିବା ଖଣି ମାଲିକ ସେମାନଙ୍କ ଜରିମାନା ରାଜ୍ୟ ସରକାରଙ୍କ ନିକଟରେ ପୈଠ କରିଛନ୍ତି । ବେଆଇନ ଖଣି ଖନନ ମାମଲାର ଶୁଣାଣି କରି ସିଇସିଙ୍କ ସୁପାରିଶ କ୍ରମେ ଗତ ଅଗଷ୍ଟ ୨ ତାରିଖରେ ସୁପ୍ରିମ୍କୋର୍ଟ ୧୩୧ଟି ଖଣି ଲିଜ୍ଧାରୀଙ୍କ ଠାରୁ ୧୭ ହଜାର ୫୭୬ କୋଟି ଟଙ୍କା ଆଦାୟ କରିବା ଲାଗି ନିଦେ୍ର୍ଦଶ ଦେଇଥିଲେ । ଉକ୍ତ ଲିଜ୍ଧାରୀଙ୍କ ଠାରୁ ୨୦୧୭ ଡିସେମ୍ବର ୩୧ ସୁଦ୍ଧା ଶତପ୍ରତିଶତ ଜରିମାନା ଆଦାୟ ପାଇଁ ସୁପ୍ରିମ୍କୋର୍ଟ ରାଜ୍ୟ ସରକାରଙ୍କୁ ନିଦେ୍ର୍ଦଶ ଦେଇଥିଲେ । ଏହାସହ ଜଙ୍ଗଲ ଆଇନ ଉଲଙ୍ଘନ ବାବଦକୁ ରାଜ୍ୟ ସରକାର ଅତିରିକ୍ତ ୨ ହଜାର କୋଟି ଟଙ୍କା ଜରିମାନା ଆଦାୟ କରିବା ଲାଗି ନିଷ୍ପତ୍ତି ନେଇଥିଲେ । ଏହି ଆଧାରରେ ରାଜ୍ୟ ସରକାର ଚାଲୁ ରହିଥିବା ୫୪ଟି ଆଇରନ୍ ଓର୍ ଏବଂ ମାଙ୍ଗାନିଜ୍ ଖଣି ସମେତ ବନ୍ଦ ରହିଥିବା ୮୪ଟି ଖଣିକୁ ୧୯, ୫୭୬ କୋଟି ଟଙ୍କା ଜରିମାନା ପୈଠ କରିବା ନୋଟିସ୍ ଜାରି କରିଥିଲେ । ତେବେ ଡିସେମ୍ବର ୩୧ ସୁଦ୍ଧା ଚାଲୁ ରହିଥିବା ୪୨ଖଣି ସମେତ ୩୦ଟି ବନ୍ଦ ରହିଥିବା ଖଣି ଲିଜ୍ଧାରୀ ଜରିମାନା ବାବଦକୁ ୮,୨୨୩ କୋଟି ଟଙ୍କା ପୈଠ କରିଛନ୍ତି । ଆସନ୍ତା ୪ତାରିଖରେ ରାଜ୍ୟ ସରକାର ସିଇସି ନିକଟରେ ଷ୍ଟାଟସ୍ ରିପୋର୍ଟ ପ୍ରଦାନ କରିବେ ବୋଲି ଖଣି ନିଦେ୍ର୍ଦଶକ ଶ୍ରୀ ମହାନ୍ତି କହିଛନ୍ତି । ଅପରପକ୍ଷେ ଗତ ୫ ରୁ ୬ ବର୍ଷ ଧରି ଖଣିଗୁଡ଼ିକ ବନ୍ଦ ରହିଥିଲା । ତେଣୁ ଖୁବ୍ କମ ସମୟ ମଧ୍ୟରେ କୋଟିକୋଟି ଟଙ୍କାର ଜରିମାନା ପ୍ରଦାନ କରିବା ଲିଜ୍ଧାରୀଙ୍କ ପକ୍ଷେ ସମ୍ଭବପର ନଥିବା ପୂର୍ବାଞ୍ଚଳ ଖଣି ମାଲିକ ସଂଘର ସଭାପତି ପ୍ରବୋଧ ମହାନ୍ତି କହିଛନ୍ତି । ସେ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ୪୭ଟି ଚାଲୁ ଖଣି ମଧ୍ୟରୁ ୪୨ଟି ଖଣି ଲିଜ୍ଧାରୀ ଶତପ୍ରତିଶତ ଜରିମାନା ପୈଠ କରିଛନ୍ତି । ସେହିଭଳି ଦୀର୍ଘବର୍ଷ ଧରି ୮୪ଟି ଖଣି ବନ୍ଦ ରହିଥିବା ସତ୍ତ୍ୱେ ସେଥିମଧ୍ୟରୁ ୩୦ଜଣ ଖଣି ଲିଜ୍ଧାରୀ ସେମାନଙ୍କ ଜରିମାନା ଅର୍ଥ ଶତପ୍ରତିଶତ ପୈଠ କରିଛନ୍ତି । ତେବେ ଅନ୍ୟ ଲିଜ୍ଧାରୀଙ୍କ କ୍ଷେତ୍ରରେ ଶତପ୍ରତିଶତ ଅର୍ଥ ଖୁବ୍ କମ୍ ସମୟରେ ପ୍ରଦାନ କରିବା ସମ୍ଭବପର ହୋଇପାରିନି । ଆସନ୍ତା ୧୭ରେ ସୁପ୍ରିମ୍କୋର୍ଟରେ ବେଆଇନ ଖଣି ଖନନ ପ୍ରସଙ୍ଗରେ ପରବର୍ତ୍ତୀ ଶୁଣାଣି ରହିଛି । ଏଥିରେ ଜରିମାନା ପୈଠ କରିବା ଲାଗି କରାଯାଇଥିବା ଧାର୍ଯ୍ୟ ସମୟକୁ ପୁନଃବିଚାର କରିବା ଲାଗି ସୁପ୍ରିମ୍କୋର୍ଟରେ ପୁଣି ଖଣି ମାଲିକ ସଙ୍ଘ ପକ୍ଷରୁ ଆବେଦନ କରାଯିବ ବୋଲି ପୂର୍ବାଞ୍ଚଳ ଖଣି ମାଲିକ ସଙ୍ଘ ସଭାପତି ଶ୍ରୀ ମହାନ୍ତି କହିଛନ୍ତି ।




Powered by odothemes.com