nitin

ନୀତିନଙ୍କୁ ମିଳିଲା ଅର୍ଥ

30

ଟଳିଲା ସଙ୍କଟ
ଅହମ୍ମଦାବାଦ, ୩୧ା୧୨: ବିଭାଗ ନେଇ ଅସନ୍ତୁଷ୍ଟ ଥିବା ଗୁଜରାଟ ଉପମୁଖ୍ୟମନ୍ତ୍ରୀ ନୀତନ ପଟେଲଙ୍କୁ ମନେଇବାରେ ବିଜେପି ସଫଳ ହୋଇଛି । ଶ୍ରୀ ପଟେଲ୍ଙ୍କ ଜିଦ୍ ଆଗରେ ଦଳ ହାର ମାନିଛି । ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା ଘଟଣାର ହସ୍ତକ୍ଷେପ କରି ଶ୍ରୀ ପଟେଲ୍ଙ୍କୁ ତାଙ୍କ ପସନ୍ଦ ମୁତାବକ ଅର୍ଥ ବିଭାଗ ଦେଇଛନ୍ତି । ଅର୍ଥ ବିଭାଗ ମିଳିଲା ପରେ ଶ୍ରୀ ପଟେଲ୍ ଆଜି ସଚିବାଳୟ ଯାଇ କାର୍ଯ୍ୟ ଆରମ୍ଭ କରିଛନ୍ତି । ପୂର୍ବରୁ ଶ୍ରୀ ପଟେଲ୍ ତାଙ୍କ ବାସଭବନରେ ଗଣମାଧ୍ୟମକୁ କହିଥିଲେ ଯେ ବିଜେପି ରାଷ୍ଟ୍ରୀୟ ସଭାପତି ଶ୍ରୀ ଶାହା ତାଙ୍କୁ ସକାଳୁ ଫୋନ୍ କରିଥିଲେ ଏବଂ ଉପମୁଖ୍ୟମନ୍ତ୍ରୀ ପଦବୀ ଅନୁଯାୟୀ ତା’ର ଗାରିମା ବଜାୟ ରଖିବା ଭଳି ପଦବୀ ତାଙ୍କୁ ଦିଆଯିବ ବୋଲି ପ୍ରତିଶ୍ରୁତି ଦେବା ସହ ଦାୟିତ୍ୱ ନେବାକୁ କହିଥିଲେ । ଦାୟିତ୍ୱଗ୍ରହଣ ପରେ ନୀତିନ ପଟେଲ୍ ନିଜ ବିଧାନସଭା ନିର୍ବାଚନମଣ୍ଡଳୀ ମେହସନା ଯାଇ ତାଙ୍କ ସମର୍ଥକମାନଙ୍କୁ ସାକ୍ଷାତ କରିଛନ୍ତି । ଅପରାହ୍ଣରେ ଶ୍ରୀ ପଟେଲ ନିଜ ନିର୍ବାଚନମଣ୍ଡଳୀରୁ ଫେରିବା ପୂର୍ବରୁ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ତାଙ୍କୁ ଅର୍ଥ ବିଭାଗ ଦିଆଯିବା କଥା ଘୋଷଣା କରିଛନ୍ତି । ଫଳରେ ଗୁଜରାଟରେ ଦେଖାଦେଇଥିବା ରାଜନୈତିକ ସଙ୍କଟ ଟଳିଛି ।




Powered by odothemes.com