ananta-ojha-2

ଜୀବନ ମଞ୍ଚରୁ ବିଦାୟ ନେଲେ ନାଟ୍ୟକାର ଅନନ୍ତ

79

ଭୁବନେଶ୍ୱର (ବୁ୍ୟରୋ): ମାଇଚିଆ ଗୋଖେଇ ସାହୁ, ଜୀଅନ୍ତା ଶବ, କଂସେଇ ଖାନା, ବିଦେଶିନୀ ଭଳି ୨ଶହରୁ ଊଦ୍ଧ୍ୱର୍ ହିଟ୍ ନାଟକର ରଚନା ଓ ନିଦେ୍ର୍ଦଶନା ଦେଇଥିବା ଓଡ଼ିଶା ଯାତ୍ରା ଦୁନିଆର ବିଶିଷ୍ଟ ନାଟ୍ୟକାର ତଥା ମଞ୍ଚ ନାଟକର ପିତାମହ ଅନନ୍ତ ଓଝା ଆଉ ଆମ ଗହଣରେ ନାହାନ୍ତି । ରବିବାର ଅପରାହ୍ଣରେ ୫୯ବର୍ଷ ବୟସରେ ବେଙ୍ଗାଲୁର୍ର ଏକ ଘରୋଇ ହସ୍ପିଟାଲ୍ରେ ପରଲୋକ ହୋଇଯାଇଛି । ମୁଖକର୍କଟ ରୋଗରେ ପୀଡ଼ିତ ଶ୍ରୀ ଓଝା ଅଢ଼େଇ ମାସ ହେବ ବେଙ୍ଗାଲୁର୍ ଏଚ୍ସିଜି ହସ୍ପିଟାଲ୍ରେ ଚିକିତ୍ସାଧୀନ ଅବସ୍ଥାରେ ରହିଥିଲେ । ତେବେ ଶ୍ରୀ ଓଝାଙ୍କର ଚିକିତ୍ସାରେ ଅର୍ଥ ବାଧକ ସାଜିଥିବା ବେଳେ ଖବର ପ୍ରଚାରିତ ହେବା ପରେ ବହୁ ସ୍ୱେଚ୍ଛାସେବୀ ଅନୁଷ୍ଠାନ ତାଙ୍କୁ ସହାୟତାର ହାତ ବଢ଼ାଇଥିଲେ । ତେବେ ଷ୍ଟିଜ୍ ବାରମ୍ବାର ଫିଟି ଯାଉଥିବାରୁ ତାଙ୍କୁ ଆଇସିୟୁରେ ରଖା ଯାଇଥିଲା ବୋଲି ପରିବାର ପକ୍ଷରୁ ସୂଚନା ମିଳିଛି । ତେବେ ତାଙ୍କ ମୃତୁ୍ୟ ଖବର ପ୍ରଚାରିତ ହେବା ପରେ ଜଲିଉଡ୍ ଜଗତରେ ଶୋକର ଛାୟା ଖେଳି ଯାଇଛି । ଶ୍ରୀ ଓଝାଙ୍କ ନାଟକ ପାଇଁ ବହୁ ଅଭିନେତା ଓ ଅଭିନେତ୍ରୀ ଆଜି ଯାତ୍ରା ଦୁନିଆରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବେଳେ ତାଙ୍କର ଅନୁପସ୍ଥିତି ଯାତ୍ରା ଦୁନିଆର ଶୂନ୍ୟ ସ୍ଥାନ ସୃଷ୍ଟି କରିଛି ।

ସେଆର କରନ୍ତୁ:



Powered by odothemes.com