IMG_20171231_165618

ସିଲ୍ଭରସିଟିରେ ଜମୁଛି ଫୁଲ ବେପାର

55

କଟକ,୩୧ା୧୨(ବୁ୍ୟରୋ): ନୂଆବର୍ଷରେ କଟକ ସହର ହୋଇଉଠିଛି ଚଳଚଞ୍ଚଳ । ପୁରୁଣାବର୍ଷକୁ ବିଦାୟ ଦେଇ ନୂଆବର୍ଷକୁ ସ୍ୱାଗତ ଓ ଶୁୁଭେଚ୍ଛା ଜଣାଇବେ ସମସ୍ତେ । କେହି ନିଜର ବନ୍ଧୁ, ପି୍ରୟଜନ ଓ ପରିବାରବର୍ଗଙ୍କୁ ଗ୍ରୀଟିଙ୍ଗ୍‌ କାର୍ଡ, କେକ୍‌, ମିଠା କିମ୍ବା ଅନ୍ୟାନ୍ୟ ଉପହାର ଦେଇ ନୂଆବର୍ଷକୁ ସ୍ୱାଗତ କରୁଥିବା ବେଳେ ଆଉ କେହି ଫୁଲ ଦେଇ ଶୁଭେଚ୍ଛା ଜଣାଇଥାନ୍ତିି । ଅପରପକ୍ଷେ ନୂଆବର୍ଷଟି ଭଲରେ କଟିଲେ ବର୍ଷତମାମ ଭଲରେ ଭଲରେ ବିତିବବୋଲି ସାଧାରଣରେ ବିଶ୍ୱାସ ରହିଛି । ଏଣୁ ଅନେକ ଚାହାନ୍ତି ନୂଆବର୍ଷରେ ନିଜର ଆରାଧ୍ୟ ଦେବତାଙ୍କୁ ପୂଜାର୍ଚ୍ଚନା କରିବାପାଇଁ । ତେଣୁକରି ଅନେକ ଦେବାଳୟକୁ ଯାଇ ପୂଜାର୍ଚ୍ଚନା କରିଥାନ୍ତି । ଏଥିପାଇଁ ମଧ୍ୟ ଫୁଲର ଚାହିଦା ବଢି ଚାଲିଛି । ଖାସ୍‌ ଏଥିପାଇଁ କଟକ ସହରର ବିଭିନ୍ନ ଫୁଲଦୋକାନରେ ବେପାର ଜମିଛି । ନୂଆବର୍ଷର ଶୁଭେଚ୍ଛା ଜଣାଇବା ପାଇଁ ଫୁଲର ଅଧିକ ଗୁରୁତ୍ୱ ରହିଛି । ବିଶେଷକରି ସରକାରୀ ଓ ଘରୋଇ କାର୍ଯ୍ୟାଳୟ, କଲେଜ ଛାତ୍ରଛାତ୍ରୀ, କର୍ପୋରେଟ୍‌ ସେକ୍ଟର ଏବଂ ବନ୍ଧୁ ଓ ପ୍ରିୟଜନଙ୍କୁ ଶୁଭେଚ୍ଛା ଜଣାଇବାପାଇଁ ବିଭିନ୍ନ ଉପହାର ପ୍ରଦାନ କରିଥାନ୍ତି । ତେବେ ସେଥିରେ ଫୁଲ ଏକ ସ୍ୱତନ୍ତ ସ୍ଥାନ ରହିଛି । କିଏ ଗୋଲାପଟିଏ ଦେଉଛି ତ ଆଉ କିଏ ଫୁଲତୋଡା ଦେଇ ଶୁଭକାମନା ଜଣାନ୍ତି । ଏଥିପାଇଁ ବାଦାମବାଡି, ଚୌଧୁରୀବଜାର, କଲେଜଛକ, ଦୋଳମୁଣ୍ଡାଇ, ଖପୁରିଆ, ମଙ୍ଗଳାବାଗ, ନୂଆବଜାର ଆଦି ସ୍ଥାନରେ ବ୍ୟବସାୟୀମାନେ ବେଶ୍‌ ଭଲ ରୋଜଗାର ହୋବବୋଲି ଆଶା ରଖିଛନ୍ତି । ବ୍ୟବସାୟୀମାନେ ଗ୍ରାହକଙ୍କ ପସନ୍ଦକୁ ଗୁରୁତ୍ୱ ଦେଇ ଦୋକାନରେ ବିଭିନ୍ନ ରକମର ଦେଶୀ, ବିଦେଶୀ ଫୁଲ ବିକ୍ରି କରୁଥିବାର ଦେଖିବାକୁ ମଳିଛି । ବିଶେଷକରି ନୂଆବର୍ଷ ପାଇଁ ବ୍ୟବସାୟୀମାନେ ରାଜ୍ୟ ବାହାରୁ ଏହି ଫୁଲ ସଂଗ୍ରହ କରିଥିବା ଜଣାପଡିଛି । ମାସକ ପୂର୍ବରୁ ଏହି ଫୁଲ ସବୁ ଅର୍ଡର ଦିଆଯାଇଥିଲା । ଗ୍ରାହକଙ୍କୁ ସୁହାଇଲାଭଳି ଭିନ୍ନ ଭିନ୍ନ ପ୍ରକାର ଫୁଲପାଇଁ ସେହିଭଳି ଦର ମଧ୍ୟ ନିର୍ଦ୍ଧାରିତ ହୋଇଛି । ବିଶେଷକରି ବଜାରରେ ଗୋଲାପର ଚାହିଦା ଅଧିକ ଥିବାବେଳେ ଅର୍କିଟ୍‌, କ୍ୟାକ୍‌ସନ୍‌, ଡେଜି, ଲିଲିୟମ, ଜର୍‌ଗରା ଓ ଗ୍ଲାଡି ଆଦି ଫୁଲ ଗ୍ରାହକଙ୍କୁ ବେଶ୍‌ ପସନ୍ଦ ବୋଲି ଜଣେ ବ୍ୟବସାୟୀ କହିଛନ୍ତି । ଅନ୍ୟଦିନ ଅପେକ୍ଷା ନୂଆବର୍ଷ ପାଇଁ ଫୁଲଦର ଟିକିଏ ଅଧିକା ରହିଛି । ଗୋଲାପ ଗୋଟାକୁ ୨୦ଟଙ୍କା, ଅର୍କିଟ୍‌ ୫୦ଟଙ୍କା, କ୍ୟାକ୍‌ସନ୍‌ ୨୫ଟଙ୍କା, ଡେଜି୨୫ଟଙ୍କା, ଲିଲିୟମ୍‌ ୧୦୦ଟଙ୍କା, ଜରଗରା ୧୫, ଗ୍ଲାଡି ୧୦ଟଙ୍କା ରହିଛି । ସେହିପରି ଫୁଲତୋଡା ୫୦ଟଙ୍କାରୁ ଆରମ୍ଭ ହୋଇ ହଜାରେ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଥିବା ଦେଖିବାକୁ ମିଳିଛି । ସକାଳୁ ରାତି ୧୦ଟା ପର୍ଯ୍ୟନ୍ତ ଫୁଲ ବେପାର ବେଶ୍‌ ଜମିବ ବୋଲି ବ୍ୟବସାୟୀମାନେ ଆଶା ବାନ୍ଧିଛନ୍ତି ।

ସେଆର କରନ୍ତୁ:



Powered by odothemes.com