କମ୍ପାନି ନିୟମର ଅନୁପାଳନ ବ୍ୟବସାୟିକ ସ୍ୱଚ୍ଛତା ବଜାୟ ରଖିବ

82

ଭୁବନେଶ୍ୱର,୧୬ା୫(ବୁ୍ୟରୋ): କମ୍ପାନିଗୁଡିକ ଦ୍ୱାରା ବିଭିନ୍ନ କର୍ପୋରେଟ ନିୟମର ଅନୁପାଳନ ତଥା ବ୍ୟବସାୟିକ ସ୍ୱଚ୍ଛତାକୁ ତର୍ଜମା କରିବା ସେକ୍ରେଟେରିଆଲ ଅଡିଟ୍ର କାର୍ଯ୍ୟ । ପୂର୍ବରୁ ଏହା ବାଧ୍ୟତାମୂଳକ ନଥିବା ବେଳେ ନୂଆ କମ୍ପାନି ଆଇନ୍-୨୦୧୩ରେ ସେକ୍ରେଟେରିଆଲ ଅଡିଟକୁ ଗୁରୁତ୍ୱପୂର୍ଣ୍ଣ ଦର୍ଶାଯାଇଛି । ଏଣିକି ପ୍ରତ୍ୟେକ କମ୍ପାନି ଜଣେ ଲେଖାଏଁ କମ୍ପାନି ସେକ୍ରେଟାରୀ ଦ୍ୱାରା ନିଜ ସଂସ୍ଥାର ଅଡିଟ୍ କରିବେ ବୋଲି ଶିଳ୍ପମନ୍ତ୍ରୀ ଦେବୀପ୍ରସାଦ ମିଶ୍ର କହିଛନ୍ତି । ଆଜି ହେଟେଲ୍ ସ୍ୱସ୍ତୀ ପ୍ରିମିୟମରେ ଦି ଇନିଷ୍ଟିଚୁ୍ୟଟ ଅଫ୍ କମ୍ପାନି ସେକ୍ରେଟାରୀ ଅଫ ଇଣ୍ଡିଆ (ଆଇସିଏସ୍ଆଇ)ର ଭୁବନେଶ୍ୱର ଚାପ୍ଟର ତରଫରୁ ଆୟୋଜିତ ‘ସେକ୍ରେଟେରିଆଲ ଅଡିଟ୍’ ଶୀର୍ଷକ କର୍ମଶାଳାରେ ରାଜ୍ୟ ଶିଳ୍ପ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ କହିଲେ, ସ୍ୱଚ୍ଛ ତଥା ଉତ୍ତରଦାୟିତ୍ୱ ସରକାର ତଥା ସଂସ୍ଥାଭାବେ ଜନସାଧାରଣଙ୍କ ନିକଟରେ ପହଞ୍ଚିବାକୁ ହେଲେ କମ୍ପାନିଗୁଡିକ ନିୟମର ଅନୁପାଳନ କରିବା ଆବଶ୍ୟକ । ତେବେଯାଇ ଆମଦେଶ ପ୍ରତି ବିଦେଶୀ କମ୍ପାନିଗୁଡିକର ସକରାତ୍ମକ ଆଭିମୁଖ୍ୟ ସୃଷ୍ଟିହେବ ଏବଂ ପ୍ରତ୍ୟେକ୍ଷ ପୁଞ୍ଜିନିବେଶ ଓ ବ୍ୟବସାୟୀକ ସହଭାଗିତା ପାଇଁ ସେମାନେ ଆଗ୍ରହ ପ୍ରକାଶ କରିବେ । ଏଭଳି ହେଲେ ଦେଶ ତଥା ରାଜ୍ୟର ଅର୍ଥର୍ର୍ନ÷ତିକ ବିକାଶ ଏବଂ ସାମାଜିକ ନିରାପତ୍ତା ବୃଦ୍ଧି ପାଇବ ବୋଲି ଶ୍ରୀ ମିଶ୍ର କହିଥିଲେ । ସମ୍ମାନିତ ଅତିଥିଭାବେ ଆଇସିଏସ୍ଆଇର ଉପାଧ୍ୟକ୍ଷ ମମତା ବିନାନି କହିଲେ, ସେକ୍ରେଟେରିଆଲ ଅଡିଟକୁ ଲୋକପ୍ରିୟ କରିବା ପାଇଁ ଦେଶର ସମସ୍ତ ଜୋନ ଅଫିସ୍ ଏବଂ ଚାପ୍ଟର ଅଫିସ୍ରେ ନିୟମିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ନୂଆ କମ୍ପାନି ଆଇନ୍ ପ୍ରଚଳନ ପରଠାରୁ ଏହି ବୃତ୍ତିର ଲୋକପ୍ରିୟତାକୁ ବୃଦ୍ଧି କରିବା ତଥା ଅଧିକ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ଏଥିପ୍ରତି ଆକୃଷ୍ଟ କରିବା ଏହି କର୍ମଶାଳା ଆୟୋଜନର ମୂଳ ଲକ୍ଷ୍ୟ ବୋଲି ସେ କହିଲେ । ଭୁବନେଶ୍ୱର ଚାପ୍ଟରର ଚେୟାରମ୍ୟାନ ଦେବଦତ୍ତ ମହାପାତ୍ର କର୍ମଶାଳାରେ ଅଧ୍ୟକ୍ଷତା କରିଥିବା ବେଳେ ଆଇସିଏସ୍ଆଇ କେନ୍ଦ୍ରୀୟ ପରିଷଦ ସଦସ୍ୟ ଏସକେ ଅଗ୍ରୱାଲ୍ ଆଲୋଚନାଚକ୍ରର ଉଦ୍ଧେଶ୍ୟ ଉପରେ ଆଲୋକପାତ କରିଥିଲେ ।

ସେଆର କରନ୍ତୁ:



Powered by odothemes.com