ଆଗାମୀ ବର୍ଷ ୧୦ ମିଲିଟନ୍ ଖଣିଜ ଉପିାଦନ ଲକ୍ଷ୍ୟ

94

ଭୁବନେଶ୍ୱର,୧୬ା୫(ବୁ୍ୟରୋ): ଓଡ଼ିଶା ଖଣି ନିଗମ ରାଜ୍ୟର ଏପରି ଏକ ସଂସ୍ଥା ଯାହା ରାଜ୍ୟର ଉନ୍ନତିରେ ପ୍ରମୁଖ ଭୂମିକା ଗ୍ରହଣ କରିଆସୁଛି । ଖଣିଜ ଉପିାଦନ କ୍ଷେତ୍ରରେ ଏହି ସଂସ୍ଥା ଅନନ୍ୟ ସ୍ଥାନ ଗ୍ରହଣ କରିଛି । ବିଗତ ଦୁଇ ବର୍ଷ ମଧ୍ୟରେ ଖଣି ଉପିାଦନ କ୍ଷେତ୍ରରେ ୫ଶହ କୋଟିରୁ ୩୦ପ୍ରତିଶତ ଲାଭାଂଶ ସରକାରଙ୍କ ରାଜସ୍ୱକୁ ପ୍ରଦାନ କରିଛି । ଖଣି ଉପିାଦନରେ ଓଡ଼ିଶାକୁ ଶ୍ରେଷ୍ଠ ରାଜ୍ୟ ଭାବରେ ଗଢିତୋଳିବା ଆମର ଲକ୍ଷ୍ୟ ବୋଲି ଓଡିଶା ଖଣି ନିଗମର ଅଧ୍ୟକ୍ଷ ଏବଂ ଶ୍ରମ ଓ ଖଣି ମନ୍ତ୍ରୀ ପ୍ରଫୁଲ କୁମାର ମଲ୍ଲିକ କହିଛନ୍ତି । ରବିନ୍ଦ୍ରମଣ୍ଡପରେ ଅନୁଷ୍ଠିତ ଓଡିଶା ଖଣି ନିଗମର ୬୦ତମ ପ୍ରତିଷ୍ଠା ଦିବସରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ କହିଲେ ଆଗାମୀ ବର୍ଷ ୧୦ ମିଲିଟନ୍ ଖଣି ଉପିାଦନ ଅଧିକ କରାଯିବ ବୋଲି ସେ କହିଥିଲେ । ଅନୁଷ୍ଠାନ ସଭାପତି ନୃସିଂହ ଚରଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବରେଣ୍ୟ ଅତିଥି ଭାବେ ଖଣି ଇସ୍ପାତ ବିଭାଗ ଅଧ୍ୟକ୍ଷ ରାଜକୁମାର ଶର୍ମା ଯୋଗ ଦେଇ କହିଲେ, ବିଗତ ୩ରୁ ୪ବର୍ଷ ମଧ୍ୟରେ ଖଣି ଉପିାଦନ କମିଯାଇଥିଲା । ଚଳିତ ବର୍ଷ ୨୪ଲକ୍ଷରୁ ୩୯ ଲକ୍ଷ ଖଣି ଉପିାଦନର କ୍ଷମତା ବଢିଛି । ଖଣି ଉପିାଦନ ଅପେକ୍ଷା ଏହାକୁ ବିକ୍ରି କରିବା ଉପରେ ଅଧିକ ଧ୍ୟାନ ପ୍ରଦାନ କରିବା ଆମର ଲକ୍ଷ୍ୟ । ଆମର ଲକ୍ଷ୍ୟ ୧ଲକ୍ଷ ଟନ୍ରୁ ୨ଲକ୍ଷ ଟନ୍ ଉପିାଦନ ବଢାଇ ରାଜ୍ୟକୁ ଉନ୍ନତି ପଥରେ ନେବା । ଖଣି ଉପିାଦନ କଲେ ଖାଲି ହେବ ନାହିଁ ସେଥିପାଇଁ ଚଳିତ ବର୍ଷ ୧୦ଲକ୍ଷ ଗଛ ଲଗାଯିବା ପାଇଁ ବନ୍ଦେବସ୍ତ କରାଯାଇଛି । ସମ୍ମାନିତ ଅତିଥି ଭାବେ ଖଣି ନିଗମ ନିର୍ଦ୍ଧେଶକ ଗିରିଶ ଏସ୍ ଏନ ଯୋଗ ଦେଇ ଶ୍ରମିକ ଓ ଖଣି ଉପିାଦାନ ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ ମିଶନ ପ୍ରତିଷ୍ଠାତା ଗୋବିନ୍ଦ ଚନ୍ଦ୍ର ପଟ୍ଟନାୟକଙ୍କୁ ସମାଜ ସେବା କ୍ଷେତ୍ରରେ ଅନୁଷ୍ଠାନ ପକ୍ଷରୁ ମାନପତ୍ର, ଉପଢୌକନ ଓ ଫଳକ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

ସେଆର କରନ୍ତୁ:



Powered by odothemes.com