ପର୍ଯ୍ୟଟନ ସଂସ୍କୃତି ମାନଚିତ୍ରରେ ସ୍ଥାନିତ ହେବ ରାଇବଣିଆ ଦୁର୍ଗ | ସର୍ବସାଧାରଣ ଖବରକାଗଜ
JALESWAR-RAIBANIA-DURG-RE-JILAPALA

ପର୍ଯ୍ୟଟନ ସଂସ୍କୃତି ମାନଚିତ୍ରରେ ସ୍ଥାନିତ ହେବ ରାଇବଣିଆ ଦୁର୍ଗ

101

ପାରିପାଶ୍ୱର୍ିକ ବିକାଶ ପାଇଁ ଜିଲ୍ଲାପାଳଙ୍କ ତତ୍ପରତା
ଜଳେଶ୍ୱର,୨୧ ।୧୨(ଆପ୍ର): ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ରାଇବଣିଆ ଥାନା ଓଲମାରା ଆର୍ଆଇ ସର୍କଲ ଅଧୀନରେ ଥିବା ୯୦୦ ଏକର ପରିମିତ ଜମିରେ ଅବସ୍ଥିତ ଐତିହାସିକ ରାଇବଣିଆ ଗଡ଼ ତଥା ଦୁର୍ଗର ପାରିପାଶ୍ୱିର୍କ ବିକାଶ ପାଇଁ ଆଜି ଗୁରୁବାର ଅପରାହ୍ନ ୪ ଟାରେ ଜିଲାପାଳ ପ୍ରମୋଦ କୁମାର ଦାସ ନିଜେ ଦୁର୍ଗ ଅଂଚଳ ପରିଦର୍ଶନ କରିଛନ୍ତି । ଏଠାରେ ଅଧାପନ୍ତରିଆ ମନ୍ଦିର ଗୁଡ଼ିକକୁ ଦେଖି ଆଶ୍ଚର୍ଯ୍ୟ ପ୍ରକଟ କରି ଅବହେଳିତ ହୋଇ ପଡ଼ି ରହିଥିବା ଏହି ଐତିହାସିକ ଦର୍ଶନୀୟ ସ୍ଥଳକୁ କେମିତି ନବୀକରଣ କରାଯାଇ ଓଡ଼ିଶାର ପର୍ଯ୍ୟଟନ ସଂସ୍କୃତି ମାନଚିତ୍ରରେ ସ୍ଥାନିତ କରାଯାଇପାରିବ ସେଥିପାଇଁ ଜିଲାପାଳଙ୍କ ଠାରେ ବେଶ୍ ତତ୍ପରତା ପରିଲିଖିତ ହୋଇଥିଲା । କିଛି ଗଣମାଧ୍ୟମ ପ୍ରତିନିଧି ଜିଲାପାଳଙ୍କ ସହିତ ଦୁର୍ଗର ଐତିହାସିକ ଗାଥା ସମ୍ବନ୍ଧରେ ଆଲୋଚନା କରିଥିଲେ । ବିଶେଷକରି ପୂର୍ବରୁ ଉକ୍ତ ଗଡ଼ର ବିକାଶ କାର୍ଯ୍ୟ ନିମନ୍ତେ ଲକ୍ଷାଧିକ ଟଙ୍କା ସରକାରୀ ଭାବେ ଖର୍ଚ୍ଚ କରାଯାଇଥିଲେ ମଧ୍ୟ ଏହାର ଆଖିଦୃଶିଆ ପ୍ରତିଫଳନ ଜିଲାପାଳ ଅନୁଭବ କରି ନପାରି ବ୍ୟାପକ ଦୁର୍ନିତୀ ହୋଇଥିବା ନିଜେ ହୃଦ୍ବୋଧ କରିଥିଲେ । ପ୍ରାୟ ୧ କିମି ବ୍ୟାସାର୍ଦ୍ଧ ପରିମିତି ଗଡ଼ ଅଂଚଳ ଜିଲାପାଳ ପାଦରେ ଚାଲିଚାଲି ବୁଲି ମାଟି ଓ ପଥରରେ ନିର୍ମିତ ସୁଉଚ୍ଚ ତ୍ରିସ୍ତରୀୟ ସୁରକ୍ଷା ବଳୟ ପାଚେରୀ ର ଭଗ୍ନାଶେଷ ଓ ପୋତି ହୋଇଯାଇଥିବା ଗଡ଼ଖାଇ ବୁଲି ଦେଖି ଇତିହାସର କଥା ମନେ ପକାଇଥିଲେ । ଦୁର୍ଗ ଅଂଚଳରେ ଥିବା ଜବରଦଖଲ ଜମିକୁ ଯଥାଶୀଘ୍ର ଜବରଦଖଲ ମୁକ୍ତ କରିବା ପାଇଁ ସ୍ଥାନୀୟ ତହସିଲଦାର ଅଭିମନୁ୍ୟ ପଣ୍ଡା, ଅତିରିକ୍ତ ତହସିଲଦାର ମହେନ୍ଦ୍ର କୁମାର ବେହେରା ପ୍ରମୁଖଙ୍କୁ ନିଦେ୍ର୍ଦଶ ଦେଇଥିଲେ ।ଦୁର୍ଗକୁ ସଂଯୋଗ କରୁଥିବା ରାସ୍ତାକୁ ନବୀକରଣ କରିବା ପାଇଁ ମଧ୍ୟ ଜିଲାପାଳ ବିଭାଗୀୟ ଅଧିକାରୀ ଙ୍କୁ ନିଦେ୍ର୍ଦଶ ଦେଇଥିଲେ ।ଆଜିର ଜିଲାପାଳଙ୍କ ଏହି ଗସ୍ତକୁ ନେଇ ରାଇବଣିଆ ଗଡ଼ବାସୀଙ୍କ ମଧ୍ୟରେ ଗଡ଼ର ବିକାଶ ନିହାତି ହେବ ବୋଲି ଆଶା ସଂଚାର ହୋଇଛି । ଦୁର୍ଗ ପରିଦର୍ଶନ ପରେ ଜିଲାପାଳ ଶ୍ରୀ ଦାସ ପୂର୍ବ ନିର୍ଦ୍ଧାରିତ କାର୍ଯର୍୍ୟକ୍ରମ ଅନୁଯାୟୀ ଓଲମାରା ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ପହଂଚି ବିଭିନ୍ନ ସରକାରୀ କାର୍ଯ୍ୟର ନିରୀକ୍ଷଣ କରିବା ସହିତ ରାଜସ୍ୱ ଆଦାୟ ବୃଦ୍ଧି ତଥା ଲମ୍ବିତ ହୋଇ ପଡ଼ି ରହିଥିବା ରାଜସ୍ୱ ସମ୍ପର୍କିତ ବିଭିନ୍ନ କେଶ୍ ଗୁଡ଼ିକର ଯଥାଶୀଘ୍ର ଫଇସଲା କରିବା ପାଇଁ ଆର୍ଆଇ ଜଗନ୍ନାଥ ପାତ୍ରଙ୍କୁ ତାଗିଦ୍ କରିଥିଲେ । ଉକ୍ତ ସମୟରେ ଓଲମାରା ସରପଂଚ ଯତୀନ୍ଦ୍ରନାଥ ମହାନ୍ତିଙ୍କ ନେତୃତ୍ୱରେ ଶତାଧିକ ପଂଚାୟତବାସୀ ଜିଲାପଳଙ୍କୁ ଭେଟି ପଂଚାୟତର ବିଭିନ୍ନ ସମସ୍ୟା ସମ୍ବନ୍ଧରେ ଅବଗତ କରାଇଥିଲେ ।




Powered by odothemes.com