rath-kata

ରଥ କାଠ ଅନୁକୂଳ: ନୟାଗଡ଼ ଗଲା ଆଜ୍ଞାମାଳ

37

ପୁରୀ (ଆପ୍ର): ରଥକାଠ ଅନୁକୂଳ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀ ନୟାଗଡ଼ ଯାତ୍ରା କରିଛନ୍ତି । ସୋମବାର ଅପରାହ୍ଣରେ ଏହି ଦଳ ଶ୍ରୀମନ୍ଦିର କାର୍ଯ୍ୟାଳୟ ନିକଟରୁ ବାହାରି ଗଛ କଟାସ୍ଥଳକୁ ଯାତ୍ରା କରିଛନ୍ତି । ମହାପ୍ରଭୁଙ୍କ ଲାଗି ମାଳ, ଖଣ୍ଡୁଆ, ପତନି, ମହାପ୍ରସାଦ, ନାରୀକେଳ ଓ ଧୂପ ଦୀପ ସାଙ୍ଗରେ ନେଇ ଶ୍ରୀମନ୍ଦିର ଅମୀନ ଲକ୍ଷ୍ମଣ ମହାପାତ୍ର ଯାତ୍ରା କରିଥିବାବେଳେ ତାଙ୍କ ସହିତ ସରକାରୀ ପ୍ରଶାସକ ସରୋଜ ରାୟ ବରିଷ୍ଠ ତତ୍ତ୍ୱାବଧାକ ସୁଦର୍ଶନ ମେକାପ ୱାର୍କ ସରକାର କାର୍ତ୍ତିକ ଭୋଇ, ଭୋଇ ସର୍ଦ୍ଦାର ରବି ଭୋଇ ପ୍ରମୁଖ ଯାତ୍ରା କରିଛନ୍ତି । ବଡମୂଳରେ ପହଞ୍ଚିବା ପରେ ସେଠାରେ ଥିବା ବଡ଼ ରାହୁଲ ଠାକୁରାଣୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା ସହ କାର୍ଯ୍ୟ ଶେଷ କରାଯିବ । ମହାପ୍ରଭୁଙ୍କ ପ୍ରସାଦ ସାମଗ୍ରୀ ମା’ଙ୍କୁ ସମର୍ପଣ ପରେ ରଥ କାଠ କଟା ଶୁଭାରମ୍ଭ କରାଯିବ ବୋଲି ସୂଚନା ମିଳିଛି ।

ସେଆର କରନ୍ତୁ:



Powered by odothemes.com