News-2-suicide-attempt-by-young-guy

ନକଲି ଜିଆର୍ପି ପୁଲିସ୍ ଗିରଫ

41

ବାଲେଶ୍ୱର,୧୮ା୧୨(ଆପ୍ର): ଜିଆର୍ପି ମହିଳା ପୁଲିସ୍ ପରିଚୟ ଦେଇ ଜଣେ ମହିଳା ବାଲେଶ୍ୱର ଦ୍ୱିତୀୟ ଶ୍ରେଣୀ ବିଶ୍ରାମାଗାର ରେଳଯାତ୍ରୀମାନଙ୍କୁ ଧମକଚମକ ଦେଇ ଟଙ୍କା ଆଦାୟ କରୁଥିବା ବେଳେ ବାଲେଶ୍ୱର ରେଳବାଇ ପୁଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି । ଘଟଣାରୁ ପ୍ରକାଶ, ବାଲେଶ୍ୱର ଷ୍ଟେସନ୍ର ଦ୍ୱିତୀୟଶ୍ରେଣୀ ବିଶ୍ରାମାଗାରରେ ଜିଆର୍ପି ପୋଲିସ ବୋଲି ନିଜକୁ ପରିଚୟଦେଇ ଯାତ୍ରୀମାନଙ୍କ ଠାରୁ ଟଙ୍କା ଆଦାୟ କରୁଥିବା ବେଳେ ବାଲେଶ୍ୱରେ ରେଳବାଇ ପୋଲିସ ଖବରପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ । ନକଲି ମହିଳା ପୁଲିସ୍କୁ ପଚରାଉଚରା କରିବାରୁ ସେ ପ୍ରଥମେ ତାଙ୍କ ନାମ ସୁଧା ପଣ୍ଡା, ଖଡ଼ଗପୁର ରେଲୱେ କନେଷ୍ଟବଳ ବୋଲି ପରିଚୟ ଦେଇଥିଲା । ପିନ୍ଧିଥିବା ଡ୍ରେସ୍, ବେଲ୍ଟ କନେଷ୍ଟବଳର ଥିବାବେଳେ ହୁଇସିଲ୍ କୋର୍ଡ଼ ଏବଂ ଟୋପି ଅଫିସରଙ୍କ ଥିଲା । ଏହାକୁ ଦେଖି ରେଳବାଇ ପୁଲିସ୍ ତାଙ୍କୁ ଥାନାକୁ ନେଇଥିଲେ । ତଦନ୍ତ କରିବାରୁ ଜଣାପଡ଼ିଥିଲା କି ସେ ହେଉଛନ୍ତି ଯାଜପୁର ଜିଲା ବିଞ୍ଝାରପୁର ଥାନା ଅଧିନସ୍ତ ସଇବପୁର ଗ୍ରାମର ଉମାକାନ୍ତ ରାଉତଙ୍କ ଝିଅ ନମିତା ରାଉତ (୨୨) । ଏ ନେଇ ରେଳବାଇ ଥାନାରେ ମାମଲା ରୁଜୁ କରାଯାଇ ସୋମବାର କୋର୍ଟ ଚାଲାଣ କରାଯାଇଛି । ରେଳବାଇ ଥାନାଧିକାରୀ ପ୍ରତାପ ଚନ୍ଦ୍ର ବେହେରାଙ୍କ କହିବାନୁସାରେ, ନମିତା ଖଡ଼ଗପୁର, ବାଲେଶ୍ୱର, କଟକ, ଭୁବନେଶ୍ୱର ଅଞ୍ଚଳରେ ନିଜକୁ ଜିଆର୍ପି ପୁଲିସ୍, ରେଲୱେ ପ୍ରୋଟେକ୍ସନ୍ ଅଫିସର, ରେଲ୍ୱେ କନେଷ୍ଟବଳ ଭାବେ ପରିଚୟ ଦେଇ ଲୋକମାନଙ୍କୁ ଧମକଚମକ ଦେଇ ଟଙ୍କା ଆଦାୟ କରେ । ଏହି କାମ ଦୀର୍ଘଦିନଧରି ସେ କରିଆସୁଥିଲା । ତାଙ୍କ ନିକଟରୁ ଗୋଟିଏ ନୋକିଆ ୩ ମୋବାଇଲ୍, ୨୨୦ ଟଙ୍କା, ନକଲି ପୁଲିସ୍ ଡ୍ରେସ୍, ଅଫିସରଙ୍କ କଳା ଟୋପି ଜବତ ହୋଇଛି ।

ସେଆର କରନ୍ତୁ:



Powered by odothemes.com