ABHIJOG-PAI-VIDA

୨୬୬ ଅଭିଯୋଗ ଶୁଣିଲେ ଜିଲ୍ଲାପାଳ

43

ରାଜନଗର(ଆପ୍ର): ରାଜନଗର ବ୍ଲକ ରାଜୀବଗାନ୍ଧୀ ସେବାକେନ୍ଦ୍ର ପରିସରରେ କେନ୍ଦ୍ରାପଡା ଜିଲ୍ଲାପାଳ ରେଘୁ ଜୀ ଓ ଏସ୍ ପି ଦୟାନିଧି ଗୋଚ୍ଛାୟତଙ୍କ ଦ୍ୱାରା ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଛି । ଶିବିରରେ ୨୬୬ଟି ଅଭିଯୋଗ ଆସିଥିବା ବେଳେ ୨୫୨ଟି ବ୍ୟକ୍ତିଗତ ଓ ୧୪ଟି ସାମୁହିକ ଅଭିଯୋଗ ଆସିଥିଲା । ଶିବିରରେ ସଂଖ୍ୟାଧିକ ଅଭିଯୋଗ ପ୍ରଧାନମନ୍ତ୍ରୀ ଆବାସ, ବିଜୁ ପକ୍କାଘର କେଳେଙ୍କାରୀ ଓ ରାସନକାର୍ଡ ସଂପର୍କିତ ଅଭିଯୋଗ ହୋଇଥିଲା । କେରୁଆଁପାଳ ଗାଁର ମନୋରଞ୍ଜନ ପାଳ, ସମୀର ମଣ୍ଡଳ ପ୍ରମୁଖ ୧୦ରୁ ଊଦ୍ଧ୍ୱର୍ ଯୁବକ ଗାଁରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀ ଚୟନରେ ପାତର ଅନ୍ତର ହେଉଥିବା ନେଇ ଅଭିଯୋଗ ଆଣିଥିଲେ । ଗାଁର ବିଶ୍ୱନାଥ ମଣ୍ଡଳଙ୍କର କୋଠାଘରର ଚତୁଃପାଶ୍ୱର୍ରେ ଚାଳ ଛପର ଆଉଯାଇ ମୋବାଇଲ୍ରେ ଛାଳଘର ଥିବାର ଫଟୋ ଅଣାଯାଇ ତାଙ୍କୁ କୋଠାଘର ପ୍ରଦାନ କରାଯାଇଛି । ଏ ନେଇ ଆମ୍ଭେ ଅଭିଯୋଗ କଲେ ମଧ୍ୟ କେହି ଶୁଣୁନଥିବା କହିଥଲେ । ପୋଖରୀଆ ଗାଁର ଅଲେଖ ମଳିକଙ୍କ ଅଭିଯୋଗ ମୁତାବକ ୨୮ ଅପ୍ରେଲ ୨୦୧୫ରେ ଇନ୍ଦିରାଆବାସ କାର୍ଯ୍ୟାଦେଶ ପାଇଥିଲେ । ୬ମାସ ତଳୁ ଘର ନିର୍ମାଣ ଶେଷ ହୋଇଥିଲେ ମଧ୍ୟ ଆଜିଯାଏଁ ଶେଷକିସ୍ତି ଅର୍ଥ ମିଳୁନାହିଁ । ସେହିପରି ରାଜନଗର ଗାଁର ବିରବର ମଳିକ ମଧ୍ୟ ଛିଣ୍ଡା ପଲିଥିନ୍ କୁଡିଆ ତଳେ ବିପନ୍ନ ଜୀବନ ବିତାଉଥିବା ବେଳେ ତାଙ୍କୁ ଘର ମିଳିନଥିବା ଅଭିଯୋଗ କରିଥିଲେ । ସେହିପରି ମହୁଲିଆ ପଞ୍ଚାୟତରୁ ପ୍ରଧାନମନ୍ତ୍ରୀ ଆବାସ ପାଇଥିବା ବାଘତୈଳା ଗାଁର ପ୍ରଶାନ୍ତ ରାଉତ ମଧ୍ୟ ଆବାସ ଯୋଜନା ସମ୍ପର୍କରେ ଅଭିଯୋଗ କରିଥିଲେ । ଶିବିରରେ ଅତିରିକ୍ତ ଜିଲ୍ଲାପାଳ ଭରତ ଚନ୍ଦ୍ର ବିଶ୍ୱାଳ, ତହସିଲଦାର କ୍ଷୀରୋଦ କୁମାର ବେହେରା, ପଞ୍ଚାୟତ ସମିତି ଅଧ୍ୟକ୍ଷ ଜୟୀରାମ ସେଠୀ, ଉପାଧ୍ୟକ୍ଷ ବିନିଲତା ମାଝି, ଆଇଆଇସି ସୁକାନ୍ତ କୁମାର ପାତ୍ର, ବିଡିଓ ମନ୍ଦରଧର ମହାଳିକଙ୍କ ସମେତ ଗ୍ରାମ୍ୟ ଉନ୍ନୟନ ବିଭାଗ, ଶିକ୍ଷାବିଭାଗ, ପଶୁଚିକିସôା ବିଭାଗ, ସ୍ୱାସ୍ଥ୍ୟବିଭାଗ, ବିଦୁ୍ୟତ୍ ବିଭାଗ, ଜଳ ଓ ପରିମଳ ବିଭାଗ, କୃଷି ବିଭାଗ, ପୂର୍ତ ବିଭାଗ, ଜଙ୍ଗଲ ବିଭାଗ, ତଟବନ୍ଧ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।

ସେଆର କରନ୍ତୁ:



Powered by odothemes.com