banpur-(1)

ବାର୍ହା ଉପଦ୍ରବରେ ଫସଲ ହାନି

34

ବାଣପୁର (ଆପ୍ର): ଚାଷୀ ମୁଣ୍ଡରେ ଚଡ଼କ । ଲଘୁଚାପ ବର୍ଷା, ଚକଡ଼ା ପୋକ ଓ କୋହଲା ପବନ ଭଳି ଦୈବ ଦୁର୍ବିପାକରୁ ବଞ୍ଚô ଯାଇଥିବା ଫସଲକୁ ବାର୍ହା ଦଳ ଦଳାଚକଟା କରି ନଷ୍ଟ କରିଦେଇଛନ୍ତି । ଚଳିତ ବର୍ଷ ଅନୁକୂଳ ପାଗଯୋଗୁଁ ବାଣପୁର ବ୍ଲକ ଅଞ୍ଚଳରେ ଭଲ ଧାନ ଫସଲ ହୋଇଥିଲା । ମାତ୍ର ଅମଳ ସମୟରେ କୋହଲାପାଗ ଓ ଦୁଇ ଦୁଇ ଧର ଲଘୁଚାପ ବର୍ଷା ପ୍ରଭାବରେ ଧାନଗୁଡିକ ଜମିରେ ଶୋଇଯିବା ସହ ପାଣିରେ ବୁଡି ପଚିଯାଇଥିଲା । ଏଥିରୁ ଅମଳ କମ୍ ହେବା ଆଶଙ୍କାରେ ଚାଷୀକୁଳ ହତାଶ ହୋଇପଡିଥିଲେ । ଏପରି ସ୍ଥଳେ ପ୍ରତାପ ଓ ବେଙ୍ଗରାଜପଲ୍ଲୀ ଗ୍ରାମର ଧାନ ଫସଲକୁ ବାର୍ହା ଦଳ ଦଳାଚକଟା କରି ନଷ୍ଟ କରିଦେଇଛନ୍ତି । ଗ୍ରାମ ନିକଟରେ ଥିବା ଘଣ୍ଟଶିଳା ପାହାଡରୁ ଗୋଟିଏ ବାର୍ହା ପଲ ଲଗାତାର ତିନିଦିନ ହେବ ଜମିମାନଙ୍କରେ ଦୈାରାତ୍ମ୍ୟ ଚଳାଇଛନ୍ତି । ସେମାନଙ୍କୁ ଘଉଡାଇବା ପାଇଁ ଚାଷୀ ସମସ୍ତ ଉଦ୍ୟମ କରି ବିଫଳ ହୋଇଛନ୍ତି । ଫଳରେ ବର୍ଷାରୁ ରକ୍ଷା ପାଇଯାଇଥିବା ଅମଳକ୍ଷମ ଧାନଗୁଡିକ ନଷ୍ଟ ହୋଇଯିବାରୁ ଚାଷୀ ହତାଶ ହୋଇପଡିଛି । ବାର୍ହାକୁ ଘଉଡାଇବା ପାଇଁ ବନ ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନେବାକୁ ଚାଷୀମାନେ ଦାବି କରିଛନ୍ତି ।




Powered by odothemes.com