ଜମି ଅଧିଗ୍ରହଣ ବିଲରେ କୃଷକଙ୍କ ସ୍ୱାର୍ଥକୁ ଅଣଦେଖା କରାଯାଇଛି

GOPABANDHU SABHAKAKSHYA (1)

ଭୁବନେଶ୍ୱର,୧୫ା୫(ବୁ୍ୟରୋ): ଜମି ଅଧିଗ୍ରହଣ ବିଲରେ କୃଷକଙ୍କ ସ୍ୱାର୍ଥକୁ ଅଣଦେଖା କରାଯାଇଛି । ଏହି ବିଲ୍ ପାସ ହେଲେ ସରକାର ଯେଉଁ ଜମିକୁ ଚାହିଁବେ ଜମିମାଲିକର ମତ ନନେଇ ମନଇଚ୍ଛା କ୍ଷତି ପୂରଣ ଦେଇ ନିଜ ପାଇଁ ଓ କମ୍ପାନୀମାନଙ୍କ ପାଇଁ ସହଜରେ ଜମିକୁ ନେଇପାରିବେ । ଯାହା ଫଲରେ ଜମି ଉପରେ ଜମିମାଲିକର ଆଉ ଅଧିକାର ରହିବ ନାହିଁ । ଏହି ଜମି କୃଷକର କୃଷକର ପୁରୁଷାନୁକ୍ରମିକ ରୋଜଗାରର ବାଟ ହୋଇଥିବା ବେଳେ ଏତେ ସହଜରେ ଏହି ଜମିକୁ ସରକାର ନେବା ନିୟମ ବିରୁଦ୍ଧ ବୋଲି ‘ଅଧିକାର’ ପକ୍ଷରୁ ଆଲୋଚନାଚକ୍ରରେ ବିଭିନ୍ନ ବକ୍ତା ମାନେ ମତ ଦେଇଛନ୍ତି ।‘ଅଧିକାର ବନାମ ଜମି ହରଣ’ ଶୀର୍ଷକ ଆଲୋଚନାଚକ୍ରରେ ସାଂସଦ ଭର୍ତ୍ତୃହରି ମହତାବ, ବିରୋଧୀ ଦଳ ନେତା ନରସିଂହ ମିଶ୍ର, ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନ୍ଗୋ, ସିପିଆଇ ସଂପାଦକ ଅଳିକିଶୋର ପଟ୍ଟନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ଜନାର୍ଦ୍ଧନ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ କେନ୍ଦ୍ର ସରକାରଙ୍କ ଦ୍ୱାରା ତିଆରି ଜମି ଅଧି ଗ୍ରହଣ ବିଲରେ୍ ସଂପୂର୍ଣ୍ଣ ଭାବେ କୃଷକଙ୍କ ସ୍ୱାର୍ଥକୁ ଅଣଦେଖା କରାଯାଇଛି ବୋଲି ଅଭିଯୋଗ କରାଯାଇଥିଲା । ପୂର୍ବର ଜମିଅଧିଗ୍ରହଣ ବିଲ୍ରେ ସରକାରୀ ଓ ମିଳିତ ପ୍ରକଳ୍ପ ପାଇଁ ୭୦ ଭାଗ ଚାଷୀ ଏବଂ ଘରୋଇ କମ୍ପାନୀ ପାଇଁ ୮୦ ଭାଗ ଚାଷୀଙ୍କ ସମ୍ମତି ବାଧ୍ୟତାମୂଳକ ଥିଲା । ଗ୍ରାମ ସଭା ଓ ପଲ୍ଲୀସଭାର ଅନୁମୋଦନ ଆବଶ୍ୟକ ଥିଲା ମାତ୍ର ଏହି ବିଲ୍ରେ କୌଣସି ଜମିମାଲିକର ସମ୍ମତି ମଧ୍ୟ ଆବଶ୍ୟକ ନାହିଁ । ଏହି ଆଲୋଚନାର ସାରାଂଶ ଆଗାମୀଦିନରେ ପାର୍ଲାମେଣ୍ଟଙ୍କୁ ପଠାଯିବ ବୋଲି ସଭାରେ ନିଷ୍ପିତ୍ତି ନିଆଯାଇଥିଲା ।