Photo-No

ବନ୍ଧୁକ ଲାଇସେନ୍ସ ନଦେବା ପାଇଁ ଜିଲ୍ଲାପାଳଙ୍କ ନିଦେ୍ର୍ଦଶ

45

ପୁଲିସ ମାଜିଷ୍ଟ୍ରେଟ୍ ସମନ୍ୱୟ ବୈଠକ
ଢେଙ୍କାନାଳ ୧୩ା୧୨(ଆପ୍ର): ବୁଧବାର ଅପରାହ୍ନରେ ଢେଙ୍କାନାଳ ଜିଲ୍ଲା ପୁଲିସ ମାଜିଷ୍ଟ୍ରେଟ୍ ସମନ୍ୱୟ ବୈଠକ ଜିଲ୍ଲାପାଳ ଭୂପେନ୍ଦ୍ର ସିଂ ପୁନିଆଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଦ୍ଭାବନା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାରେ ତଫସିଲ୍ଭୁକ୍ତ ଜାତି ଓ ଉପଜାତି ଜନସାଧାରଙ୍କ ସହିତ ହେଉଥିବା ମାମଲା ଗୁଡିକୁ ଅଗ୍ରାଧିକାର ସହିତ ସମାଧାନ କରିବାକୁ ଜିଲ୍ଲାପାଳ ସମସ୍ତ ଥାନା ଇନ୍ସପେକ୍ଟର ଓ ଏସ୍ଡିପିଓ ମାନଙ୍କୁ ପରାମର୍ଶ ଦେଇଥିଲେ । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବସନ୍ତ ପାଣିଗ୍ରାହୀ ଜିଲ୍ଲାର ଆଇନ୍ ଶୃଙ୍ଖଳା ପରିସ୍ଥିତ ସମ୍ପର୍କରେ ସବିଶେଷ ଆଲୋଚନା କରିଥିଲେ । ସରକାରୀ ଅଧିକାରୀ କିମ୍ବା କର୍ମଚାରୀମାନଙ୍କ ଉପରେ ଘଟୁଥିବା ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ଗୁରୁତର ସହ ଗ୍ରହଣ କରି ଅଗ୍ରାଧିକାର ଭିତ୍ତିରେ ଥାନା ଅଧିକାରୀ ମାନେ ସମାଧାନ କରିବାକୁ ଜିଲ୍ଲାପାଳ ନିଦେ୍ର୍ଦଶ ଦେଇଥିଲେ । ଏହାଦ୍ୱାରା ରାଜ୍ୟ ପ୍ରଶାସନର ହେଉଥିବା କ୍ଷତିର ଉପଯୁକ୍ତ ଭରଣା ହୋଇପାରି ବୋଲି ସେ ପ୍ରକାଶ କରିଥିଲେ । ସମାଜ ବିରୋଧୀ ବ୍ୟକ୍ତିମାନଙ୍କୁ ଦୃଢ ହସ୍ତରେ ଦମନ କରିବାକୁ ସମନ୍ୱୟ ବୈଠକରେ ସର୍ବ ସମ୍ମତି ମତ୍ତ ପ୍ରକାଶ ପାଇଥିଲା । ନିରୀହ ଜନତାଙ୍କୁ ଅଯଥା ହଇରାଣ ହରକତ ନକରିବାକୁ ଜିଲ୍ଲାପାଳ ପୁଲିସ ଅଧିକାରୀମାନଙ୍କୁ କହିଥିଲେ । ଜିଲ୍ଲାରେ ଜମିବାଡି ସିଭିଲମ୍ ମାମଲା ଗୁଡିକୁ ଥାନା ଗୁଡିକ ହୃଦୟତାର ସହ ଗ୍ରହଣ କରି ସମାଧାନ କରିବାକୁ ସେ ପରାମର୍ଶ ଦେଇଥିଲେ । ହଜିଲା ପିଲା ଓ ବାଲ୍ୟ ବିବାହ ବନ୍ଦ ପାଇଁ ପଦକ୍ଷେପ, ଜାତୀୟ ରାଜପଥ ୨୦୦ ଓ ୫୫ରେ ମଦ୍ୟପାନ ଜନିତ ଯାନ ଚଳାଚଳ ବନ୍ଦ, ରାତି ୧୧ଟା ମଧ୍ୟରେ ସମସ୍ତ ଢାବା ବନ୍ଦ, ଚୋରାମଦ ବିକ୍ରେତାଙ୍କ ବିରୁଦ୍ଧରେ କଡା ଆଇନଗତ ପଦକ୍ଷେପ ପାଇଁ ପୁଲିସ, ଅବକାରୀ ଓ ମାଜିଷ୍ଟ୍ରେଟ୍ ମାନଙ୍କ ମିଳିତ ସମନ୍ୱୟ ରକ୍ଷା ଉପରେ ଜିଲ୍ଲାପାଳ ଗୁରୁତ୍ୱ ପ୍ରଦାନ କରିଥିଲେ । ସରକାରୀ ପ୍ରକଳ୍ପ ଯଥା, କେନାଲ, ରାସ୍ତା, ରେଳ ଲାଇନ୍ ଇତ୍ୟାଦି ଉପରେ ସଂଘଟିତ ହେଉଥିବା ମାମଲା ଗୁଡିକୁ ପ୍ରାଥମିକତା ଦେବାରୁ ସେ ଉଭୟ ପୁଲିସ ମାଜିଷ୍ଟ୍ରେଟ୍ ମାନଙ୍କୁ ନିଦେ୍ର୍ଦଶ ଦେଇଥିଲେ । ଏହାଦ୍ୱାରା ସରକାରଙ୍କ କୋଟି କୋଟି ଟଙ୍କା ଅପଚୟରୁ ରକ୍ଷା ମିଳିପାରିବ ବୋଲି ବୈଠକରେ ଆଲୋଚନା ହୋଇଥିଲା । ଜିଲ୍ଲାର ମାନବାଧିକାର ସମ୍ବନ୍ଧୀୟ ମାମଲା ଗୁଡିକୁ ଗୁରୁତ୍ୱ ଦେବା ଆବଶ୍ୟକତା ରହିଛି କାରଣ ଏହା ଦିନକୁ ଦିନ ବୃଦ୍ଧି ପାଉଛି । ରାସ୍ତାକଡରେ କୋଇଲା ବ୍ୟବହାର ଦ୍ୱାରା ପ୍ରଦୂଷଣ ବୃଦ୍ଧି ପାଉଥିବାରୁ ଏହାକୁ ବନ୍ଦ କରିବାକୁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ବେଳେ ସୌଖିନ୍ ପାଇଁ କୌଣସି ବ୍ୟକ୍ତିଙ୍କୁ ବନ୍ଧୁକ ଲାଇସେନ୍ସ ନଦେବାକୁ ଜିଲ୍ଲାପାଳ ନିଦେ୍ର୍ଦଶ ଦେଇଥିଲେ । ଅନୁଷ୍ଠିତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ, ସଦର ଉପଜିଲ୍ଲାପାଳ ଶିଳ୍ପା ଶର୍ମା, କାମାକ୍ଷାନଗର ଉପଜିଲ୍ଲାପାଳ କଳ୍ପତରୁ ବେହେରା, ହିନେ୍ଦାଳ ଉପଜିଲ୍ଲାପାଳ ଭବେଶ ନାୟକ, ସମସ୍ତ ଏସ୍ଡିପିଓ, ଆଇଆଇସି, ଓଆଇସି, ଆର୍ଟିଓ, ଅବକାରୀ ଅଧିକ୍ଷକ, ସମସ୍ତ ତହସିଲଦାର, ଡେପୁଟି କଲେକ୍ଟର ଗୀତାଞ୍ଜଳି ନାୟକ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।




Powered by odothemes.com